୬୦୨ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୯୬ ଜଣ ଛୁଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 30, 2021

୬୦୨ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୯୬ ଜଣ ଛୁଆ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୦୨  ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯୬ ଜଣ ୧୮ ବର୍ଷରୁ କମ୍ ବର୍ଗର। ୬୦୨  ସଂକ୍ରମିତଙ୍କ ମଧ୍ୟରୁ ୩୫୩ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୨୪୯ଟି ହେଉଛି ଲୋକାଲ୍ କେସ୍। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୮୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।

ଅନୁଗୋଳରୁ ୧୧ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୨୧, ବରଗଡ଼ରୁ ୨, ଭଦ୍ରକରୁ ୫, କଟକରୁ ୫୪, ଦେବଗଡ଼ରୁ ଜଣେ, ଢେଙ୍କାନାଳରୁ ୧୪, ଗଞ୍ଜାମରୁ ଜଣେ, ଜଗତସିଂହପୁରରୁ ୧୮, ଯାଜପୁରରୁ ୨୪, ଝାରସୁଗୁଡ଼ାରୁ ୨, କନ୍ଧମାଳରୁ ଜଣେ, କେନ୍ଦ୍ରାପଡ଼ାରୁ ୬, କେନ୍ଦୁଝରରୁ ୭, କୋରାପୁଟରୁ ୪ ଓ ମୟୂରଭଞ୍ଜରୁ ୩୧ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ନୟାଗଡ଼ରୁ ଜଣେ, ନୂଆପଡ଼ାରୁ ଜଣେ, ପୁରୀରୁ ୨୧, ରାୟଗଡ଼ାରୁ ୪, ସମ୍ବଲପୁରରୁ ୧୩, ସୋନପୁରରୁ  ଜଣେ, ସୁନ୍ଦରଗଡ଼ରୁ ୯ ଓ ଷ୍ଟେଟପୁଲରୁ ୬୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୨୬,୪୭୬କୁ  ବୃଦ୍ଧି ପାଇଛି। ସେଥିମଧ୍ୟରୁ ୧୦,୧୨,୫୮୩ ସୁସ୍ଥ ହୋଇ ସାରିଥିବା ବେଳେ ୫,୬୪୨ ଜଣ ଚିକିତ୍ସାଧୀନ ଅଛନ୍ତି।

କରୋନାରେ ପ୍ରାଣ ହରାଇଥିବା ଆଉ ୬ ଜଣଙ୍କ ସଂପର୍କରେ ସରକାର ତଥ୍ୟ ଦେଇଛନ୍ତି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୧୯୮କୁ ବୃଦ୍ଧି ପାଇଛି। ଏହି ୬ ଜଣଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧାରୁ ୨ଜଣ ଲେଖାଏଁ, ଅନୁଗୋଳ ଓ ଜଗତସିଂହପୁରରୁ ଜଣେ ଲେଖାଏଁ ଅଛନ୍ତି।

The post ୬୦୨ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୯୬ ଜଣ ଛୁଆ appeared first on Odisha Reporter.



from Odisha Reporter https://ift.tt/3oh5iKk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages