ଓଡ଼ିଶା ହାଇକୋର୍ଟ ପାଇଁ ୪ ନୂଆ ବିଚାରପତି ନିଯୁକ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 30, 2021

ଓଡ଼ିଶା ହାଇକୋର୍ଟ ପାଇଁ ୪ ନୂଆ ବିଚାରପତି ନିଯୁକ୍ତ

କଟକ (ଓଡ଼ିଶା ରିପୋର୍ଟର): ଓଡ଼ିଶା ହାଇକୋର୍ଟ ପାଇଁ ନିଯୁକ୍ତ ହୋଇଛନ୍ତି ଚାରି ଜଣ ନୂଆ ବିଚାରପତି। ଦୁଇ ଜଣ ଆଡ୍‌ଭୋକେଟ୍‌ ଓ ଦୁଇ ଜଣ ଜୁଡ଼ିସିଆଲ ଅଫିସରଙ୍କୁ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି।

ଏହି ନବନିଯୁକ୍ତ ବିଚାରପତିମାନେ ହେଲେ ଆଦିତ୍ୟ କୁମାର ମହାପାତ୍ର, ମୃଗାଙ୍କ ଶେଖର ସାହୁ, ରାଧାକୃଷ୍ଣ ପଟ୍ଟନାୟକ ଓ ଶଶିକାନ୍ତ ମିଶ୍ର।

ଆଦିତ୍ୟ କୁମାର ମହାପାତ୍ର ଓ ମୃଗାଙ୍କ ଶେଖର ସାହୁ ଆଡ୍‌ଭୋକେଟ୍‌ରୁ ବିଚାରପତି ହୋଇଥିବା ବେଳେ ରାଧାକୃଷ୍ଣ ପଟ୍ଟନାୟକ ଓ ଶଶିକାନ୍ତ ମିଶ୍ର ଜୁଡ଼ିସିଆଲ୍ ଅଫିସରରୁ ଏହି ପଦକୁ ଉନ୍ନୀତ ହୋଇଛନ୍ତି।

ଗତକାଲି ସୁପ୍ରିମ୍‌କୋର୍ଟ କଲେଜିୟମ୍‌ର ଏକ ବୈଠକ ବସିଥିଲା। ଏହି ବୈଠକରେ ଏହି ଚାରି ଜଣଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦେବାକୁ ଆସିଥିବା ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଥିଲା।

The post ଓଡ଼ିଶା ହାଇକୋର୍ଟ ପାଇଁ ୪ ନୂଆ ବିଚାରପତି ନିଯୁକ୍ତ appeared first on Odisha Reporter.



from Odisha Reporter https://ift.tt/39SILeg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages