ବଲାଙ୍ଗିର (ମନୋରଞ୍ଜନ ଜୋଶୀ): ମଦ୍ୟପଙ୍କ ଉନ୍ମତ୍ତକାଣ୍ଡ। ଯୁବକଙ୍କ ମଳଦ୍ୱାରରେ ଭର୍ତ୍ତି କରଦେଲେ ଷ୍ଟିଲ ଗ୍ଲାସ। ଗୁରୁତର ଯୁବକଙ୍କୁ ବୁର୍ଲା ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଘଟଣାଟି ଘଟିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗାଁରେ।
ବୁଧବାର ସନ୍ଧ୍ୟାରେ ୧୯ ବର୍ଷୀୟ କରୁଣା ଭୋଇ ଶୌଚପାଇଁ ଗାଁ ନିକଟସ୍ଥ ଏକ ପିଚୁରାସ୍ତା କଡ଼କୁ ଯାଇଥିଲେ। ସେଠାରେ ତିନି ଜଣ ବ୍ୟକ୍ତି ପୂର୍ବରୁ ମଦ ପିଉଥିଲେ। ସେମାନେ କରୁଣାଙ୍କୁ ପିସ୍ତଲ ଦେଖାଇ ତାଙ୍କ ସହିତ ଥଟ୍ଟାମଜା କରିଥିଲେ। ତା’ପରେ ହଠାତ୍ ତାଙ୍କୁ ଜୋର କରି ଧରି ତାଙ୍କ ମଳଦ୍ୱାରରେ ଏକ ଷ୍ଟିଲଗ୍ଲାସ ଭର୍ତ୍ତି କରି ଦେଇଥିଲେ।
ଘରକୁ ଫେରିବା ପରେ କରୁଣାଙ୍କ ମଳଦ୍ୱାରରୁ ରକ୍ତ ବାହାରି ଥିଲା। ତା’ସହିତ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ପରିବାର ଲୋକେ ଆଜି ସକାଳେ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲେ। ଯାଞ୍ଚ ପରେ ତାଙ୍କ ମଳଦ୍ୱାର ଭିତରେ ଗ୍ଲାସ ରହିଯାଇଥିବା ଡାକ୍ତର ଜାଣିବାକୁ ପାଇଥିଲେ। ଅସ୍ତ୍ରୋପଚାର କରି ଷ୍ଟିଲଗ୍ଲାସକୁ କାଢ଼ିବା ପାଇଁ ଡାକ୍ତର ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ରେଫର କରିଛନ୍ତି।
ଏଭଳି କାଣ୍ଡ ଘଟାଇଥିବା ମଦ୍ୟପଙ୍କୁ ଗୁରୁତର ଯୁବକ ଚିହ୍ନି ନଥିବା କହିଛନ୍ତି। ପରିବାର ଲୋକେ ମଧ୍ୟ ଏ ନେଇ ଥାନାରେ ଅଭିଯୋଗ କରି ନଥିବା ଜଣାପଡ଼ିଛି।
The post ମଦ୍ୟପଙ୍କ ଉନ୍ମତ୍ତକାଣ୍ଡ, ଯୁବକଙ୍କ ମଳଦ୍ୱାରରେ ଭର୍ତ୍ତି କଲେ ଷ୍ଟିଲ୍ ଗ୍ଲାସ appeared first on Odisha Reporter.
from Odisha Reporter https://ift.tt/3El0dX1
No comments:
Post a Comment