ପ୍ରଥମଥର ପାଇଁ ୬୦ ହଜାର ପାର କଲା ସେନସେକ୍ସ, ନିଫ୍ଟରେ ବି ନୂଆ ରେକର୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 23, 2021

ପ୍ରଥମଥର ପାଇଁ ୬୦ ହଜାର ପାର କଲା ସେନସେକ୍ସ, ନିଫ୍ଟରେ ବି ନୂଆ ରେକର୍ଡ

ନୂଆଦିଲ୍ଲୀ: ଘରୋଇ ଷ୍ଟକ ମାର୍କେଟରେ ଆଜି ଇତିହାସ ସୃଷ୍ଟି ହୋଇଛି। ପ୍ରଥମଥର ପାଇଁ ବିଏସ୍‌ଇ ସେନସେକ୍ସ ୬୦ ହଜାର ପଏଣ୍ଟ ଅତିକ୍ରମ କରିଛି। ସେହିପରି ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ମଧ୍ୟ ୧୭୯୧୬.୩୦କୁ ବୃଦ୍ଧି ପାଇ ନୂଆ ରେକର୍ଡ ସୃଷ୍ଟି କରିଛି। ପ୍ରାରମ୍ଭିକ କାରବାରରେ ବ୍ୟାଙ୍କ ଓ ଆଇଟି ସେକ୍ଟରର ଶେୟାର ବୃଦ୍ଧି ହୋଇଛି।

ସବୁଠାରୁ ବଡ଼ ଫାଇଦା ପାଇଛି ଇନଫୋସିସ୍। ଏହାର ଶେୟାର ମୂଲ୍ୟ ହଠାତ୍ ବଢ଼ି ଯାଇଛି। ଏହାବାଦ ଏଚଡିଏଫସି ବ୍ୟାଙ୍କ, ଟାଟା କନସଲଟାନ୍ସି ସର୍ଭିସ, ଆଇସିଆଇସିଆଇ ବ୍ୟାଙ୍କ, ଏଚସିଏଲ ଟେକ୍ନୋଲଜି ଭଳି କମ୍ପାନୀ ଲାଭ ପାଇଛନ୍ତି। ଆଜି ସେନସେକ୍ସ ୪୨୭ ପଏଣ୍ଟ ବୃଦ୍ଧି ପାଇ ରେକର୍ଡ ୬୦,୩୧୨.୫୧ ଓ ନିଫ୍ଟ ୫୦ ଇଣ୍ଡେକ୍ସ ବଢ଼ି ସର୍ବକାଳୀନ ରେକର୍ଡ ୧୭,୯୪୭ରେ ପହଞ୍ଚିଛି।

ସକାଳ ୯.୨୫ ସୁଦ୍ଧା ସେନସେକ୍ସ ୨୭୮ ପଏଣ୍ଟ ବଢ଼ି ୬୦,୧୬୩  ଓ ନିଫ୍ଟ ୫୦ ଇଣ୍ଡେକ୍ସ ୧୦୯ ପଏଣ୍ଟ ବଢ଼ି ୧୭,୯୩୨ରେ ରହିଥିଲା।


ସୁଧ ହାର ବୃଦ୍ଧି ଓ ଡଲାରର ମୂଲ୍ୟ ମାସକ ମଧ୍ୟରେ ସବୁଠାରୁ ଉଚ୍ଚରେ ରହିବା ଯୋଗୁ ଏହା ପ୍ରଭାବ ଆଜି ଷ୍ଟକ ମାର୍କେଟ ଉପରେ ପଡ଼ିଛି। ଏହି କାରଣରୁ ସେନସେକ୍ସ ଓ ନିଫ୍ଟରେ ଏପରି ଅଭିବୃଦ୍ଧି ଘଟିଥିବା କୁହାଯାଉଛି।

The post ପ୍ରଥମଥର ପାଇଁ ୬୦ ହଜାର ପାର କଲା ସେନସେକ୍ସ, ନିଫ୍ଟରେ ବି ନୂଆ ରେକର୍ଡ appeared first on Odisha Reporter.



from Odisha Reporter https://ift.tt/2XKaY46

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages