ମୁମ୍ବାଇ: ଖୁବ୍ ଶୀଘ୍ର ବାଜିବ ଶାହାନାଇ । ପଡ଼ିବ ହାତ ଗଣ୍ଠି । ଆଲିଆଙ୍କ ହାତରେ ଲାଗିବ ବଲିଉଡର ହ୍ୟାଣ୍ଡସମ୍ ହିରୋ ରଣବୀର କପୁରଙ୍କ ନାଁର ମେହେନ୍ଦି । ଲଙ୍ଗ ଟାଇମ୍ ରିଲେସନ୍ରେ ଥିବା ଏହି ଷ୍ଟାର କପଲ ଏଥର ସତସତିକି ବେଦୀରେ ବସିବେ । ଉଭୟଙ୍କୁ ଯୋଧପୁର ଏୟାରପୋର୍ଟରେ ସ୍ପଟ କରାଯିବା ପରେ ଏପରି ଚର୍ଚ୍ଚା ଜୋର ଧରିବାରେ ଲାଗିଛି। ପୂର୍ବରୁ ମଧ୍ୟ ଉଭୟଙ୍କ ବିବାହକୁ ନେଇ ବହୁ ଥର ଚର୍ଚ୍ଚା ହୋଇଥିବା ବେଳେ ଏଥର କିନ୍ତୁ ୱେଡିଂ ଡେଷ୍ଟିନେସନ ଫାଇନାଲ୍ କରିବାକୁ ଉଭୟ ଯୋଧପୁର ଯାଇଥିବା ଶୁଣିବାକୁ ମିଳୁଛି।
ମିଡିଆ ରିପୋର୍ଟ ମୁତାବକ, ଆସନ୍ତା ୨୯ ତାରିଖରେ ରଣବୀର କପୁର ନିଜ ୩୯ତମ ଜନ୍ମଦିନ ପାଳନ କରିବେ। ଏଥିନିମନ୍ତେ ଏହି ପ୍ରେମ ପକ୍ଷୀ ଏବେ ଯୋଧପୁରରେ ପହଞ୍ଚିଛନ୍ତି। ଯୋଧପୁର ଏୟାରପୋର୍ଟରୁ ଉଭୟ ହାତ ଧରା ଧରି ହୋଇ ଯାଉଥିବାର ଫଟୋ ଭାଇରାଲ ହେବା ପରେ ଏହି ଟ୍ରିପ୍ ପଛରେ ଆଉ ଏକ ବଡ଼ କାରଣ ଥିବା ଚର୍ଚ୍ଚା ହେଉଛି। ଉଭୟ ସେଠାକୁ ନିଜ ୱେଣ୍ଡିଂ ଫାଇନାଲ୍ କରିବାକୁ ଯାଇଥିବା ଶୁଣିବାକୁ ମିଳୁଛି। ହେଲେ ଏ ନେଇ ଉଭୟଙ୍କ ପକ୍ଷରୁ ଅଫିସିଆଲି କିଛି ଘୋଷଣା କରାଯାଇ ନାହିଁ।
ଗତ ବର୍ଷ ରଣବୀର ନିଜ ଫ୍ୟାମିଲି ସହ ବର୍ଥଡେ ସେଲିବ୍ରେସନ କରିଥିବା ବେଳେ ଆଲିଆ ମଧ୍ୟ ସାଙ୍ଗରେ ଥିଲେ। ଏହି ବର୍ଥଡେ ପାର୍ଟିରେ ରଣବୀରଙ୍କ ମା’ ନୀତୁ କପୁର, ଭଉଣୀ ରିଧିମା କପୁର ଉପସ୍ଥିତ ଥିବା ବେଳେ ସେମାନଙ୍କ ସହ ଖାସ ବଣ୍ଡିଂ ଶେଆର କରିଥିଲେ ଆଲିଆ।
ନିଜ ବିବାହ ସମ୍ପର୍କୀତ ଏକ ପ୍ରଶ୍ନରେ ଗତବର୍ଷ ରଣବୀର କହିଥିଲେ ଯେ, ଯଦି କରୋନା ଭାଇରସ୍ ମହାମାରୀ ଆସିନଥାନ୍ତା, ତାହେଲେ ଏପର୍ଯ୍ୟନ୍ତ ବିବାହ ସରିଯାଇଥାନ୍ତା। ଆଲିୟାଙ୍କ ସହ ବିବାହ ଖବରକୁ ନେଇ ରଣବୀର କହିଥିଲେ, ଯଦି ମହାମାରୀ ଆମ ଜୀବନରେ ପ୍ରବେଶ କରିନଥାନ୍ତା, ତାହେଲେ ଏପର୍ଯ୍ୟନ୍ତ ଆମର ବିବାହ ସରନ୍ତାଣି। କିନ୍ତୁ ଏବେ ମୁଁ ଏହା ଉପରେ କିଛି ବି କହି ନିଜକୁ ଦୁର୍ଭାଗ୍ୟ ମନେ କରିବାକୁ ଚାହେଁ ନାହିଁ। କିନ୍ତୁ ଖୁବଶୀଘ୍ର ମୁଁ ନିଜର ଏହି ଲକ୍ଷ୍ୟ ପୂରଣ କରିବି।
ରଣବୀରଙ୍କ ଏହି ଷ୍ଟେଟମେଣ୍ଟ ପରେ ଆଲିଆଙ୍କ ସହ ତାଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିବାକୁ ଲାଗିଲା। କିନ୍ତୁ ଉଭୟ ଏହି ମାମଲାରେ ଚୁପ୍ ରହିବାକୁ ପସନ୍ଦ କରିଥିବା ବେଳେ ଏବେ ଯୋଧପୁର ଟ୍ରିପ୍ ପଛର ପ୍ରକୃତ କାରଣ କ’ଣ ତାହା ଆଗାମୀ ଦିନରେ ହିଁ ଜଣାପଡ଼ିବ ।
ସୂଚନା ମୁତାବକ, ୨୦୧୭ରୁ ଆଲିଆ ଏବଂ ରଣବୀର ରିଲେସନ୍ସିପ୍ରେ ଅଛନ୍ତି। ଉଭୟ ପରସ୍ପରର ପରିବାର ସହିତ ମଧ୍ୟ ବହୁତ ଭଲ ସମ୍ପର୍କ ରଖିଛନ୍ତି। ରଣବୀରଙ୍କ ମା’ ନୀତୁ କପୁର ଏବଂ ଭଉଣୀ ରିଦ୍ଧିମା କପୁର ସାହନି ଆଲିଆଙ୍କୁ ବହୁତ ଭଲ ପାଆନ୍ତି। ସେପଟେ ଅନେକ ସମୟରେ ରଣବୀର ମଧ୍ୟ ଆଲିଆଙ୍କ ଭଉଣୀ ଶାହିନ୍ ଭଟ୍ଟ ଏବଂ ମା’ ସୋନି ରାଜଦାନଙ୍କ ସହ କୁଲ୍ ମୁଡ୍ରେ କ୍ୱାଲିଟି ଟାଇମ୍ ସ୍ପେଣ୍ଡ କରୁଥିବା ନଜର ଆସିଥାନ୍ତି।
The post ବିବାହ କରିବେ ଆଲିଆ-ରଣବୀର! ଯୋଧପୁରରେ ଲଭ୍ବାର୍ଡ appeared first on Odisha Reporter.
from Odisha Reporter https://ift.tt/3ugFQ8L
No comments:
Post a Comment