ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ଭାଇଙ୍କୁ ଇଡିର ସମନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 26, 2021

ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ଭାଇଙ୍କୁ ଇଡିର ସମନ୍‌

ଜୟପୁର: ଇଡି ଜାଲରେ ଫଶିଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଭାଇ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଅଗ୍ରସେନ ଗେହଲଟଙ୍କୁ ସମନ୍‌ ଜାରି କରାଯାଇଛି। ଆଜି ପଚରାଉଚରା ପାଇଁ ଅଗ୍ରସେନ ଗେହଲଟଙ୍କୁ ଇଡିର କାର୍ଯ୍ୟାଳୟରୁ ଡକାରା ହୋଇଛି। ସାର ଦୁର୍ନୀତି ମାମଲାରେ ତାଙ୍କୁ ପଚରାଉଚରା ପାଇଁ ଡାକଯାଇଛି। ଏହି ମାମଲାରେ ଅଶୋକ ଗେହଲଟଙ୍କ ଭାଇ ଅଗ୍ରେସନ୍ ଗେହଲଟଙ୍କ ପ୍ରତିଷ୍ଠାନ ଉପରେ ପୂର୍ବରୁ ଚଢ଼ାଉ କରିସାରିଛି।

ଗତ ବର୍ଷ ଜୁଲାଇରେ ସାର ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଭାଇ ଆଗ୍ରସେନ ଗେହଲଟଙ୍କ ଘରେ ଚଢ଼ାଉ କରିଥିଲା। ନଭେମ୍ବର ୨୦୧୭ରେ ବିଜେପି ଅଗ୍ରସେନଙ୍କ ବିରୋଧରେ ୨୦୦୭ରୁ ୨୦୦୯ ମଧ୍ୟରେ କଂଗ୍ରେସ ସରକାର କ୍ଷମତାରେ ଥିବା ବେଳେ ସବସିଡିଯୁକ୍ତ ସାର ରପ୍ତାନି କରିଥିବା ନେଇ ଅଭିଯୋଗ କରିଥିଲା।

ଗେହଲଟଙ୍କ ଭାଇଙ୍କ ନାଁରେ କ୍ଲୋରାଇଡ୍‌ ପୋଟାସ ରପ୍ତାନୀ କରୁଥିବା ଅଭିଯୋଗ ରହିଛି। ଏହି ସାର ରପ୍ତାନୀ କରିବା ଉପରେ ସରକାର ପ୍ରତିବନ୍ଧକ ଲଗାଇଛନ୍ତି। ଇଣ୍ଡିଆନ୍ ପୋଟାସ ଲିମିଟେଡ୍ ଦେଶରେ MoP ଆମଦାନୀ କରେ ଏବଂ ପରେ ଏହାକୁ ସବସିଡି ହାରରେ ଚାଷୀଙ୍କୁ ବିକ୍ରି କରେ।

ଅଭିଯୋଗ ମୁତାବକ ଅଗ୍ରସେନ ଗେହଲଟ ୨୦୦୭-୦୯ ମଧ୍ୟରେ ଯେତେବେଳେ ଆଇପିଏଲ୍‌ ଅଥରାଇଜଡ୍‌ ଡିଲର ଥିଲେ, ସେତେବେଳେ MoPକୁ ସବ୍‌ସିଡିଯୁକ୍ତ ଦାମ୍‌ରେ କିଣିଥିଲେ ଏବଂ ପରେ ଏହାକୁ କୃଷକଙ୍କୁ ବାଣ୍ଟିବା ବଦଳରେ କମ୍ପାନୀଗୁଡିକୁ ବିକ୍ରି କରିଦେଇଥିଲେ। ଏହାପରେ ଇଣ୍ଡଷ୍ଟ୍ରିଆଲ ସଲ୍ଟର ନାମ ଦେଇ ଏହାକୁ ମାଲେସିଆ ଏବଂ ସିଙ୍ଗାପୁରକୁ ରପ୍ତାନୀ କରିଥିଲେ।

The post ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ଭାଇଙ୍କୁ ଇଡିର ସମନ୍‌ appeared first on Odisha Reporter.



from Odisha Reporter https://ift.tt/3EXUpCS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages