ନୂଆଦିଲ୍ଲୀ: କିଛି ଦିନର ନୀରବତା ପରେ ଏଲ୍ଏସିରେ ପୁଣି ମୁଣ୍ତ ଟେକିଛି ଚୀନ୍। ବିବାଦୀୟ ଅଞ୍ଚଳରୁ ପ୍ରତ୍ୟାହାର ବଦଳରେ ଆହୁରି ବଢ଼ାଇଲା ସୈନ୍ୟ ସଂଖ୍ୟା। ନିଜ ଶକ୍ତି ଦେଖାଇବା ପାଇଁ ମୁତୟନ କଲା ମିସାଇଲ୍।
ପୂର୍ବ ଲଦାଖର ଗଲୱାନ ଘାଟିରେ ଭାରତ-ଚୀନ ମଧ୍ୟରେ ସଂଘର୍ଷର ୧୭ ମାସ ପରେ ପୁଣି ଚାଲାକି ଦେଖାଇଛି ଚୀନ୍। ବିବାଦୀୟ ଏଲ୍ଏସି ଅଞ୍ଚଳରେ ନିର୍ମାଣ କରିଛି ସୈନ୍ୟ ଶିବିର। ଗୁଇନ୍ଦା ରିପୋର୍ଟ ମୁତାବକ ପିପୁଲ୍ସ ଲିବରେସନ ଆର୍ମି (ପିଏଲ୍ଏ) ଲଦାଖ ଭାରତ ସୀମା ଏଲ୍ଏସିରେ ନିଜ ସୈନିକଙ୍କ ପାଇଁ ୮ଟି ନୂଆ ଶିବିର ତିଆରି କରିଛି। ଏହା ବ୍ୟତୀତ ଭାରତୀୟ ସୈନିକଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ରିମୋଟ ମନିଟରିଂ ସକ୍ଷମ ସିସିଟିଭି କ୍ୟାମେରା ମଧ୍ୟ ଲଗାଇଛି ଡ୍ରାଗନ।
ଉତ୍ତରରେ ଥିବା କାରାକୋରମ ନିକଟସ୍ଥ ୱାହାବ ଜିଲ୍ଲାଠାରୁ ପିୟୁ, ହଟ୍ ସ୍ପ୍ରିଙ୍ଗସ୍, ଚାଙ୍ଗଲା, ତାସିଗୋଙ୍ଗ, ମଞ୍ଜା, ଏବଂ ଚୁରୁପ ପର୍ଯ୍ୟନ୍ତ ଚୀନ ତା’ର ସୈନ୍ୟ ଆଶ୍ରୟସ୍ଥଳ କରିଛି। ମିଳିଥିବା ସୂଚନା ମୁତାବକ ୮୦ରୁ ୮୪ କଣ୍ଟେନରକୁ ପ୍ରେତ୍ୟକ ସ୍ଥାନରେ ୭ଟି ଗୋଷ୍ଠୀରେ ବିଭକ୍ତ କରି ବ୍ୟବସ୍ଥିତ ଭାବେ ରଖାଯାଇଛି। ଗତବର୍ଷ ଚୀନର ସୈନ୍ୟ ଶିବିବ ଠାରୁ ଚଳିତ ବର୍ଷର ଏହି ସୈନ୍ୟ ଶିବିରଗୁଡିକ ପୂରାପୁରି ଭିନ୍ନ ରହିଛି। ଏଥିସହ ଚୀନ ଏଲ୍ଏସି ଅଞ୍ଚଳରେ ୫୦ ହଜାରରୁ ଅଧିକ ସୈନ୍ୟ ମୁତୟନ କରିଥିବା ସୂଚନା ମିଳିଛି।
ଲଦାଖରୁ ଅରୁଣାଚଳ ପ୍ରେଦଶ ପର୍ଯ୍ୟନ୍ତ ୩.୪୮୮ କିଲୋମିଟର ମଧ୍ୟରେ ନୂଆ ଏୟାରଷ୍ଟ୍ରିପ ଏବଂ ହେଲିପ୍ୟାଡ୍ ବିକଶିତ କରିଛି ଡ୍ରାଗନ। ଏହାବ୍ୟତୀତ ମିସାଇଲ୍ ମୁତୟନ ପାଇଁ ହଟନ୍, କାଶଗର, ଗାର୍ଗୁନ୍ସ, ଲାସା ଗୋଙ୍ଗାର ଏବଂ ଶିଗାଟେସା ଠାରେ ଥିବା ଏୟାରବେସ୍ର ନବୀକରଣ ମଧ୍ୟ କରୁଛି ଚୀନ୍। ଭାରତର ଯେକୌଣସି ଏୟାରଷ୍ଟ୍ରାଇକ୍କୁ ମାତ୍ ଦେବା ପାଇଁ ପିଏଲ୍ଏ ଋଷର ଏସ୍-୪୦୦ ମିସାଇଲ୍ ସିଷ୍ଟମକୁ ମଧ୍ୟ ମୁତୟନ କରିଛି। ଏହା ଭୂପୃଷ୍ଠରୁ ଆକାଶ ମାର୍ଗକୁ ଲକ୍ଷ୍ୟ ଭେଦ କରିବାରେ ସକ୍ଷମ। ଫଳରେ ଏଲ୍ଏସିରେ ଉତ୍ତେଜନ ସୃଷ୍ଟି ହେବାରେ ଲାଗିଛି।
ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ, ଚୀନ୍କୁ ଉଚିତ ଜବାବ ଦେବା ପାଇଁ ଭାରତ ମଧ୍ୟ ତା’ର ସୈନ୍ୟ ଶକ୍ତି ବଢ଼ାଇଛି। ପୂର୍ବ ଲଦାଖରେ ଏଲଏସି ସମେତ ଅନେକ ଅଞ୍ଚଳରେ ଟ୍ୟାଙ୍କ ଏବଂ ଭୂପୃଷ୍ଠରୁ ଆକାଶମାର୍ଗ ଲକ୍ଷ୍ୟଭେଦ କରୁଥିବା ମିସାଇଲ ସମେତ ୫୦ ହଜାର ସୈନ୍ୟ ଠୁଳ କରିଛି।
The post ବଳ କଷୁଛି ଚୀନ୍! ଏଲ୍ଏସିରେ ବଢ଼ାଇଲା ସୈନ୍ୟ, କଲା ମିସାଇଲ ମୁତୟନ appeared first on Odisha Reporter.
from Odisha Reporter https://ift.tt/39HYRHQ
No comments:
Post a Comment