ଶ୍ରୀନଗର: ପୁଣି ଗୃହବନ୍ଦୀ ହେଲେ ଜମ୍ମୁକଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ଅଧ୍ୟକ୍ଷ ମେହବୁବା ମୁଫତି। ତାଙ୍କୁ ଘରୁ ବାହାରକୁ ବାହାରିବା ପାଇଁ ବାରଣ କରାଯାଇଛି।
ପ୍ରକୃତରେ ସେ ତ୍ରାଲ ପୁଲୱାମାରେ ଏକ ପରିବାରକୁ ଭେଟିବାକୁ ଯିବା ପାଇଁ ଯୋଜନା କରିଥିଲେ। ତେବେ ଏହା ପୂର୍ବରୁ ତାଙ୍କୁ ଗୃହବନ୍ଦୀ କରାଯାଇଛି। ଏନେଇ ପିଡିପି ମୁଖ୍ୟ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି। ଯେଉଁ ପରିବାରକୁ ମୁଫ୍ତି ଭେଟିବାକୁ ଯାଇଥାନ୍ତେ ସମ୍ପୃକ୍ତ ପରିବାରକୁ ସେନା କଧିତ ରୂପେ ମାରପିଟ୍ କରିଥିବା ନେଇ ଅଭିଯୋଗ ହୋଇଥିଲା।
ମେହବୁବା ଟୁଇଟ୍ କରି କହିଛନ୍ତି, ତ୍ରାଲରେ କଥିତ ରୂପେ ସେନା ଦ୍ୱାରା ଲୁଟପାଟ କରାଯାଇଥିବା ଅଭିଯୋଗ ହୋଇଥିବା ଏକ ଗାଁ ପରିଦର୍ଶନ କରିବାକୁ ଚେଷ୍ଟା କରି ମୁଁ ଆଜି ପୁଣି ଥରେ ମୋ ଘରେ ଗୃହବନ୍ଦୀ ହୋଇଛି। ଏହା ହେଉଛି କାଶ୍ମୀରର ପ୍ରକୃତ ଚିତ୍ର। ଭାରତ ସରକାରଙ୍କ ସ୍ୱଚ୍ଛ ତଥା ନିର୍ଦ୍ଦେଶିତ ପିକନିକ୍ ଟୁର୍ ବଦଳରେ ଏଭଳି ବ୍ୟକ୍ତିଙ୍କୁ ଦେଖାଇବା ଉଚିତ। ଘାଟିରେ ସ୍ଥିତି ସ୍ୱଭାବିକ ଥିବା ଡିଣ୍ଡିମ ପିଟୁଥିବା ସରକାର ବାସ୍ତବରେ ଘାଟିର ସ୍ଥିତି ସ୍ୱଭାବିକତାଠାରୁ ବହୁ ଦୂରରେ ଅଛି। ”
ଏହା ପୂର୍ବରୁ ମଧ୍ୟ ମୁଫତି ଅନେକ ଥର ଲଗାତର କେନ୍ଦ୍ର ସରକାରଙ୍କ ଉପରେ ଟାର୍ଗେଟ କରିଛନ୍ତି। ଗତକାଲି ସେ ଘାଟିରେ ସାମ୍ବାଦିକଙ୍କୁ ଶୋଷଣା କରାଯାଉଥିବା ନେଇ ଅଭିଯୋଗ ଉଠାଇଥିଲେ। ଏନେଇ ସେ ପ୍ରେସ କାଉନସିଲ୍ ଅଫ୍ ଇଣ୍ଡିଆକୁ ଚିଠି ଲେଖି ସ୍ୱତନ୍ତ୍ର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍କୁ ଜମ୍ମୁକଶ୍ମୀର ପଠାଇ ତଦନ୍ତ କରିବାକୁ ଦାବି କରିଥିଲେ।
ଭାରତ ସମ୍ବିଧାନରେ ଯେଉଁ ପ୍ରକାରେ କଥା କହିବା ଅଧିକାର ରହିଛି ଏବଂ ଅଭିବ୍ୟକ୍ତିର ସ୍ୱାଧୀନତା ରହିଛି ସେହି ମୌଳିକ ଅଧିକାର ଉପରେ ଆକ୍ରମଣ ହୋଇଛି। ଗତ ଦୁଇ ବର୍ଷ ହେଲା ଅସୁରକ୍ଷିତ ସରକାରଙ୍କ ଦ୍ୱାରା ଏଭଳି ଆକ୍ରମଣ ହୋଇଆସୁଛି ବୋଲି ମେହବୁବା ଚିଠିରେ ଉଲ୍ଲେଖ କରିଛନ୍ତି।
Locked up in my house today yet again for attempting to visit the village in Tral allegedly ransacked by army. This is the real picture of Kashmir that visiting dignitaries must be shown instead of GOIs sanitised & guided picnic tours. pic.twitter.com/Hp9wcuw1qT
— Mehbooba Mufti (@MehboobaMufti) September 29, 2021
Wrote to @IndEditorsGuild about continued harassment that media in J&K is facing.On one hand pliable journalists are paradropped here to parrot the normalcy narrative. But local journalists who work under tremendous pressure & speak truth to power are punished https://t.co/90fMpZFiaG
— Mehbooba Mufti (@MehboobaMufti) September 27, 2021
The post ପୁଣି ଗୃହବନ୍ଦୀ ହେଲେ ମୁଫତି appeared first on Odisha Reporter.
from Odisha Reporter https://ift.tt/3omIhG1
No comments:
Post a Comment