ପଞ୍ଜାବ ପରେ ରାଜସ୍ଥାନ ପାଳି! ଦିଲ୍ଲୀରେ ୪ କଂଗ୍ରେସ ବିଧାୟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 30, 2021

ପଞ୍ଜାବ ପରେ ରାଜସ୍ଥାନ ପାଳି! ଦିଲ୍ଲୀରେ ୪ କଂଗ୍ରେସ ବିଧାୟକ

ନୂଆଦିଲ୍ଲୀ: ପଞ୍ଜାବରେ ଏବେ ରାଜସ୍ଥାନ ପାଳି ପଡିଛି। ଦଳ ଭିତରେ ଦେଖାଦେଇଛି ରଜନୈତିକ ହଲଚଲ। କ୍ୟପଟେନ୍‌ ଅମରିନ୍ଦରଙ୍କ ଚୌକି ଯିବା ପରେ ଏବେ ଅଶୋକ ଗେହଲଟଙ୍କୁ ଘାରିଛି ତାଙ୍କ ଚୌକି ଚିନ୍ତା। ବହୁଜନ ସମାଜବାଦୀ ପାର୍ଟିରୁ ରାଜସ୍ଥାନ କଂଗ୍ରେସରେ ସାମିଲ ହେଇଥିବା ୪ ବିଧାୟକ ସୃଷ୍ଟି କରିଛନ୍ତି ଅଡୁଆ। ଏହାକୁ ନେଇ ରାଜସ୍ଥାନ ରଜନୀତି ପୁଣି ସରଗରମ ହୋଇପାରେ।

କଂଗ୍ରେସର ଏହି ୪ ବିଧାୟକ ବିଦ୍ରୋହ କରିବା ମୁଡ୍‌ରେ ଅଛନ୍ତି। ଦୀର୍ଘ ସମୟ ଅପେକ୍ଷା ପରେ ୪ ଜଣ ବିଧାୟକ ଦିଲ୍ଲୀରେ ପହଞ୍ଚିଛନ୍ତି। ସେପଟେ  ଅନ୍ୟ ଦୁଇଜଣ ବିଧାୟକ ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କୁ ଭେଟିବା ପାଇଁ ପହଞ୍ଚିଛନ୍ତି। ଏହାକୁ ନେଇ ରାଜ୍ୟରେ ରଜନୈତିକ ହଇଚଇ ସୃଷ୍ଟି ହୋଇଛି।

ସୂଚନା ମୁତାବକ, ବିଏସ୍‌ପିରୁ ୬ଜଣ ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କଂଗ୍ରେସରେ ସାମିଲ କରାଇଥିଲେ। ସେତେବେଳେ ଏହି ବିଧାୟକମାନଙ୍କୁ ମନ୍ତ୍ରୀ ପଦ ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିଥିଲା। କିନ୍ତୁ ଏବେ ୬ଜଣଙ୍କ ମଧ୍ୟରୁ ୪ ଜଣ ବିଦ୍ରୋହୀ ବିଧାୟକ ପାଲଟିଛନ୍ତି।

ଏହି ୪ଜଣ ବିଧାୟକ ଏବେ ଧୈର୍ଯ୍ୟ ହରା ହୋଇଯାଇଛନ୍ତି। କ୍ୟାବିନେଟ୍‌ରେ ସ୍ଥାନ ପାଇବେ ବୋଲି ଏମାନେ ଆଶା ରଖିଥିଲେ କିନ୍ତୁ ତାଙ୍କର ଏହି ଆଶା ଆଶାରେ ହିଁ ରହିଯାଇଛି। ରାଜସ୍ଥାନ କ୍ୟାବିନେଟ୍‌ ବିସ୍ଥାର ହେବାରେ ବିଳମ୍ବ ହେଉଛି। ଏହାକୁ ନେଇ ବିଏସ୍‌ପିରୁ ଆସିଥିବା ୪ଜଣ ବିଧାୟକ ରାଜେନ୍ଦ୍ର ସିଂ ଗୁହା, ବାଜିବ ଅଲ୍ଲି, ସନ୍ଦୀପ କୁମାର, ଲାଖନ ସିଂଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହି କାରଣରୁ ଏମାନେ ଏକାଠି ହୋଇ ଗୋଟିଏ ଗାଡିରେ ଏବେ ଦିଲ୍ଲୀରେ ପହଞ୍ଚିଛନ୍ତି।

ଦିଲ୍ଲୀ ଆସିଥିବା ବିଧାୟକମାନେ କହିଛନ୍ତି, ଅନ୍ୟ ବିଧାୟକଙ୍କ ସହ ସଦସ୍ୟତା ରକ୍ଷା କରିବା ପାଇଁ ଏକ ଆଇନଗତ ପ୍ରତିକାର ଖୋଜିବାକୁ ଆମେ ଦିଲ୍ଲୀ ଆସିଛୁ। ସେ କହିଛନ୍ତି ଯେ ବର୍ତ୍ତମାନ ଆମ ଘର ରହିବ ନା ହିଁ ଠିକଣା। ବର୍ତ୍ତମାନ ଆମର ପ୍ରାଥମିକତା ହେଉଛି ସଦସ୍ୟତା ରକ୍ଷା କରିବା।

ବିଧାୟକ ଗୁହା କହିଛନ୍ତି ଯେ, ସେମାନେ ଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କ ସମେତ ସମସ୍ତ କଂଗ୍ରେସ ନେତାଙ୍କୁ ଭେଟିବେ। ମାୟାବତୀ, ଅମିତ ଶାହା କିମ୍ବା ରାହୁଲ ଗାନ୍ଧି, ଯାହାର ବି ସମର୍ଥନ ମିଳିବ ଆମେ ତାଙ୍କୁ ଭେଟିବୁ। ଅମିତ ଶାହା ହୁଅନ୍ତୁ ଅବା ମାୟାବତୀ, ଆମକୁ କେବଳ ସାହାରା ଦରକାର ଯିଏ ଆମକୁ ସମର୍ଥନ କରିବେ ଆମେ ତାଙ୍କର ସାଥ ଦେବୁ।’

The post ପଞ୍ଜାବ ପରେ ରାଜସ୍ଥାନ ପାଳି! ଦିଲ୍ଲୀରେ ୪ କଂଗ୍ରେସ ବିଧାୟକ appeared first on Odisha Reporter.



from Odisha Reporter https://ift.tt/3CThvJ2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages