ସିଦ୍ଧାର୍ଥଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ, ଘଟଣା ଦିନ ଭାଙ୍ଗିଥିଲା ତାଙ୍କ କାର୍‌ କାଚ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 6, 2021

ସିଦ୍ଧାର୍ଥଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ, ଘଟଣା ଦିନ ଭାଙ୍ଗିଥିଲା ତାଙ୍କ କାର୍‌ କାଚ

ମୁମ୍ବାଇ: ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ  ଅଚାନକ ମୃତ୍ୟୁକୁ ୬ ଦିନ  ବିତି ଯାଇଥିଲେ ବି ଏହାକୁ ବିଶ୍ୱାସ କରିପାରୁ ନାହାନ୍ତି ତାଙ୍କ ପରିବାର ଲୋକ। ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ଏହାକୁ ନେଇ ଆରମ୍ଭ ହୋଇଛି ସସ୍‌ପେନ୍ସ।  ସିଦ୍ଧାର୍ଥଙ୍କ ମୃତ୍ୟୁକୁ ନେଇ ଖୁବ୍‌ ମର୍ମାହତ ହୋଇ ପଡ଼ିଥିବା ଡ୍ରାମା କୁଇନ୍‌ ରାକ୍ଷୀ ସାବନ୍ତ ଏହାକୁ ନେଇ ଉଠାଇଛନ୍ତି ପ୍ରଶ୍ନ।

ରାକ୍ଷୀ ନିଜ ଇନଷ୍ଟାଗ୍ରାମ୍‌ରେ ଏକ ଭିଡିଓ ଶେଆର କରି ବହୁ କଥାର ଖୁଲାସା କରିଛନ୍ତି। ହୃଦଘାତ ଯୋଗୁ ସିଦ୍ଧାର୍ଥଙ୍କ ମୃତ୍ୟୁ ହୋଇ ନ ଥିବା ସଫା ସଫା କହିଛନ୍ତି ରାକ୍ଷୀ। ଏଥିସହ ସେ କହିଛନ୍ତି, ସାଡେ ୩ ଘଣ୍ଟା ଧରି ସିଦ୍ଧାର୍ଥଙ୍କ ଶବ ବ୍ୟବଚ୍ଛେଦ ହୋଇଥିବା ବେଳେ ବହୁ ଏକ୍ସପର୍ଟ ଡାକ୍ତର ଉପସ୍ଥିତ ଥିଲେ। ପୋଷ୍ଟମର୍ଟମ ରିପୋର୍ଟରେ ସିଦ୍ଧାର୍ଥଙ୍କ ମୃତ୍ୟୁ  ହାର୍ଟ ଆଟାକ୍‌ ଯୋଗୁ ହୋଇ ନ ଥିବା କହିଛନ୍ତି ଡାକ୍ତର।  ଏବେ ଆହୁରି ବହୁତ ଟେଷ୍ଟ ପାଇଁ ପଠାଯାଇଛି।

sidharth-shukla-&-rakhi-saw

ଏଥିସହ ରାକ୍ଷୀ କହିଛନ୍ତି, ମୃତ୍ୟୁ ଦିନ ତାଙ୍କ ବିଏମ୍‌ଡବ୍ଲୁ କାର୍‌ର କାଚ ଭଙ୍ଗା ଯାଇଥିଲା। ରାତି ୮ଟାରେ ସେ କାହାକୁ ଦେଖା କରିବାକୁ ବାହରକୁ ଯାଇଥିଲେ। ସେଠାରୁ ଫେରି ଦେହ ଅସୁସ୍ଥ ଲାଗୁଥିବା ମା’ଙ୍କୁ କହିଥିଲେ। ଏହାପରେ ରାତି ୩ ଟାରେ ଉଠି ପୁଣି ଦେହ ଠିକ୍‌ ଲାଗୁ ନ ଥିବା କହିଥିଲେ। ଏହାପରେ କିଛି ମେଡିସିନ ଖାଇ ଶୋଇ ପଡ଼ିଥିଲେ। ଏହାପରେ ସକାଳେ ଅଚେତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ମେଡିକାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ରାକ୍ଷୀଙ୍କ କଥାକୁ କିନ୍ତୁ ସହଜେ ଗ୍ରହଣ କରିପାରି ନାହାନ୍ତି ସୋଶାଲ ମିଡିଆ ୟୁଜର୍ସ। ଆପଣ କିଛି ବି କହିଦିଅନ୍ତୁ, ସେ ତ ଚାଲିଗଲେ ବୋଲି ଜଣେ ୟୁଜର କହିଛନ୍ତି। ଆଉ ଜଣେ କହିଛନ୍ତି, ତାଙ୍କ ପରିବାରକୁ ଦୁଃଖର ସାମନା କରିବାକୁ ଛାଡ଼ି ଦିଅନ୍ତୁ। ଜଣେ ୟୁଜର କହିଛନ୍ତି, ଟିଆରପି ପାଇଁ ରାକ୍ଷୀ କିଛି ବି କରିପାରନ୍ତି।

ସୂଚନାଯୋଗ୍ୟ, ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କର ଗତ ଗୁରୁବାର ଦେହାନ୍ତ ହୋଇଥିଲା। ହୃଦଘାତ ଯୋଗୁ ୪୦ ବର୍ଷୀୟ ଏହି ଅଭିନେତାଙ୍କର ମୃତ୍ୟୁ ହୋଇଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଥିଲା। ତାଙ୍କୁ ତୁରନ୍ତ କୁପର ହସ୍ପିଟାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।

 

View this post on Instagram

 

A post shared by Rakhi Sawant (@rakhisawant2511)

The post ସିଦ୍ଧାର୍ଥଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ, ଘଟଣା ଦିନ ଭାଙ୍ଗିଥିଲା ତାଙ୍କ କାର୍‌ କାଚ appeared first on Odisha Reporter.



from Odisha Reporter https://ift.tt/3yNfM5B

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages