ଟ୍ରକ୍‌ ଭିତରେ ପଶିଗଲା ଭ୍ୟାନ୍‌, ୬ ପରୀକ୍ଷାର୍ଥୀ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 25, 2021

ଟ୍ରକ୍‌ ଭିତରେ ପଶିଗଲା ଭ୍ୟାନ୍‌, ୬ ପରୀକ୍ଷାର୍ଥୀ ମୃତ

ଜୟପୁର: ଭୟଙ୍କର ସଡକ ଦୁର୍ଘଟଣା। ଟ୍ରକ୍‌ ଭିତରେ ପଶିଗଲା ଭ୍ୟାନ୍‌। ଫଳରେ ଘଟଣାସ୍ଥଳରେ ହିଁ ୬ଜଣଙ୍କ ମୃତ୍ୟୁ ହୋଇଛି। ସମସ୍ତ ମୃତକ ପରୀକ୍ଷାର୍ଥୀ ବୋଲି ଜଣାପଡିଛି। ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ରାଜସ୍ଥାନ ଜୟପୁରର ଚକସୁ ରୋଡ୍‌ରେ।

ପୁଲିସ ସୂଚନା ମୁତାବକ, ଏହି ଭ୍ୟାନ୍‌ରେ ମୋଟ ୧୧ ଜଣ ଯାତ୍ରୀ ଥିଲେ। ସମସ୍ତେ ରାଜସ୍ଥାନ ଟିଚର୍ସ ଏଲିଜିବିଲିଟ୍‌ ଟେଷ୍ଟ(REET) ଦେବା ପାଇଁ ବାରାଁରୁ ସିକର ଯାଉଥିଲେ। ଏହି ସମୟରେ ହଠାତ୍‌ ଭ୍ୟାନ୍‌ଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଠିଆ ହୋଇଥିବା ଏକ ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଥିଲା। ଏପରିକି ଭ୍ୟାନ୍‌ଟି ଦ୍ରୁତ ଗତିରେ ଆସି ଟ୍ରକ୍‌ ପଛଭାଗରେ ପଶି ମଧ୍ୟ ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣଙ୍କ ଅବସ୍ଥା ଗୁରୁତର ଅଛି।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଆହତଙ୍କୁ ଉଦ୍ଧାର କରି ସବାଇ ମାନସିଂହ  ହସ୍ପିଟାଲରେ ଭର୍ତ୍ତି କରିଛି। ସମସ୍ତ ଯାତ୍ରୀ REET ପରୀକ୍ଷା ଦେବା ପାଇଁ ଯାଉଥିଲେ ବୋଲି ପୁଲିସ କହିଛି।

ସୂଚନା ମୁତାବକ REET ପରୀକ୍ଷା ଆସନ୍ତାକାଲି ଅନୁଷ୍ଠିତ ହେବ। ଏହି ପରୀକ୍ଷା ପାଇଁ ୧୬ ଲକ୍ଷ ୨୨ ହଜାର ୧୯ ପରୀକ୍ଷାର୍ଥୀ ଆବେଦନ କରିଛନ୍ତି। ୩୯୯୩ ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା ହେବ।  ରାଜସ୍ଥାନ ରାଜ୍ୟ ସରକାର ପରୀକ୍ଷାର୍ଥୀଙ୍କ ପାଇଁ ମାଗଣା ବସ୍‌ ସେବା ମଧ୍ୟ ଘୋଷଣା କରିଛନ୍ତି।

The post ଟ୍ରକ୍‌ ଭିତରେ ପଶିଗଲା ଭ୍ୟାନ୍‌, ୬ ପରୀକ୍ଷାର୍ଥୀ ମୃତ appeared first on Odisha Reporter.



from Odisha Reporter https://ift.tt/3CMizyo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages