ନ୍ୟୁୟର୍କ: ଆମେରିକାରେ ତାଣ୍ଡବ ରଚିଛି ପ୍ରଳୟଙ୍କାରୀ ସାମୁଦ୍ରିକ ଝଡ଼ ‘ଇଡା’। ଆମେରିକାର ଇଷ୍ଟ କୋଷ୍ଟ ଅଞ୍ଚଳରେ ଘନୀଭୂତ ହୋଇଥିବା ଏହି ସାମୁଦ୍ରିକ ଘୂର୍ଣ୍ଣିଝଡ଼ରେ ୪୫ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ଘୂର୍ଣ୍ଣିଝଡ଼ ଯୋଗୁ ନଦୀରେ ଜଳସ୍ତର ବଢ଼ିବା ସହ ବନ୍ୟା ସମ୍ଭାବନା ସୃଷ୍ଟି ହୋଇଛି। ମୃତାହତଙ୍କ ମଧ୍ୟରୁ କେବଳ ନ୍ୟୁୟର୍କରେ ହିଁ ୧୩ ଜଣଙ୍କର ଜୀବନହାନୀ ହୋଇଛି।
ମିଳିଥିବା ସୂଚନା ମୁତାବକ ନ୍ୟୁଜର୍ସିରେ ଅତି କମରେ ୨୩ ଲୋକଙ୍କର ମୃତ୍ୟୁ ହୋଇଛି। ପ୍ରକୃତିର ଏହି ପ୍ରଳୟକୁ ଦୃଷ୍ଟିରେ ରଖି ନ୍ୟୁୟର୍କର ମେୟର ସହରରେ ଜରୁରୀ ପରିସ୍ଥିତି ଘୋଷଣା କରିଥିଲେ ଏବଂ ଲୋକଙ୍କୁ ନିଜ ଘରୁ ନବାହାରିବାକୁ ଅପିଲ୍ କରିଥିଲେ।
ନ୍ୟୁୟର୍କର ଯେଉଁ ୧୩ ଜଣଙ୍କର ମୃତ୍ୟୁ ହୋଇଛି, ସେଥିରୁ ୧୧ ଜଣଙ୍କର ବେସମେଣ୍ଟ ଆପାର୍ଟମେଣ୍ଟରେ ଜଳାର୍ଣ୍ଣବ ଯୋଗୁ ହୋଇଛି। ଏହି ଆପାର୍ଟମେଣ୍ଟର ଘରଗୁଡ଼ିକ ଇକୋନୋମିକାଲ୍ ଘର ଆଧାରରେ ହୋଇଥାଏ। ଅନ୍ୟପକ୍ଷରେ ୱେଷ୍ଟଚେଷ୍ଟର୍ କାଉଣ୍ଟିରେ ତିନି ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ପେନସିଲଭେନିଆରେ ଅତିକମରେ ୫ ଜଣ ଲୋକ ଏହି ପ୍ରଳୟଙ୍କାରୀ ଘୂର୍ଣ୍ଣିଝଡ଼ରେ ପ୍ରାଣ ହରାଇଛନ୍ତି।
ସେପଟେ ସଙ୍କଟର ଏହି ସମୟରେ ରାଷ୍ଟ୍ରପତି ଜୋ ବାଇଡେନ୍ ସମସ୍ତ ପ୍ରକାରର ସହାୟତା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ସେ ଘୂର୍ଣ୍ଣିଝଡ଼ ଇଡା ଓ ଜଙ୍ଗଲ ନିଆଁରେ କ୍ଷତିଗ୍ରସ୍ତ ହୋଇଥିବା ପଶ୍ଚିମ ରାଜ୍ୟର ସ୍ଥିତିକୁ ଜଳବାୟୁ ସଂକଟ ବୋଲି କହି ସହାୟତା ପାଇଁ ଘୋଷଣା କରିଛନ୍ତି। ବାଇଡେନ୍ କହିଛନ୍ତି, ‘ଏହା ଏକ ଭୟଙ୍କର ଘୂର୍ଣ୍ଣିଝଡ଼ ଓ ଜଳବାୟୁ ସଂକଟ। ଏଥିପାଇଁ ଆମକୁ ଭଲଭାବେ ପ୍ରସ୍ତୁତ ହେବା ଦରକାର।
ଘୂର୍ଣ୍ଣିଝଡ଼ ପରେ କିଛି ସହର ଏବଂ ଏହାର ଆଖପାଖ ଅଞ୍ଚଳର ପ୍ରମୁଖ ରାସ୍ତାରେ ଛିଡ଼ା ହୋଇଥିବା ଗାଡ଼ି ଗୁଡ଼ିକର ଝରକା କାଚ ବୁଡ଼ି ଯାଇଛି। ଏହାଛଡ଼ା ରାସ୍ତା କଡ଼ରେ ପୁଳାପୁଳା ଅଳିଆ ଓ ଆର୍ବଜନା ପଡ଼ି ରହିଥିବା ଦେଖିବାକୁ ମିଳିଛି।
The post ତାଣ୍ଡବ ରଚିଲା ‘ଇଡା’, ନେଇଗଲା ୪୫ ଜୀବନ appeared first on Odisha Reporter.
from Odisha Reporter https://ift.tt/3n3bYLp
No comments:
Post a Comment