ନୂଆଦିଲ୍ଲୀ: ଆଫଗାନିସ୍ତାନବାସୀଙ୍କ ମଙ୍ଗଳ ପାଇଁ ତାଲିବାନ ସରକାରକୁ ସ୍ଥାୟୀ କରାଯାଉ। ଏହା ଏକମାତ୍ର ବିକଳ୍ପ। ଏନେଇ ଜାତିସଙ୍ଘର ସାଧାରଣ ପରିଷଦ ଅଧିବେଶନରେ କହିଛି ପାକିସ୍ତାନ।
ତାଲିବାନ ସପକ୍ଷରେ ଓକିଲାତି କରି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କହିଛନ୍ତି, ‘ତାଲିବାନ ସରକାରକୁ ଆଫଗାନିସ୍ତାନରେ ସୁଦୃଢ଼ ଓ ସ୍ଥାୟୀ କରିବା ଛଡା ଆଉ କୌଣସି ଉପାୟ ନାହିଁ। ତାଲିବାନ୍ ଶାସିତ ଆଫଗାନିସ୍ତାନ ପାଇଁ ଆନ୍ତର୍ଜାତିକ ସମୁଦାୟଙ୍କ ପାଇଁ ଦୁଇଟି କଥା ରହିଛି। ବିଶ୍ୱ ତାଲିବାନକୁ ଉପେକ୍ଷା କରିପାରେ କିମ୍ବା ସାମ୍ପ୍ରତିକ ସରକାରକୁ ସ୍ଥାୟୀ କରିପାରେ।’
ଜାତିସଂଘ କହିବା ଅନୁସାରେ, ଆଫଗାନିସ୍ତାନର ୫୦% ଜନତା ଦାରିଦ୍ର୍ୟ ସୀମାରେଖା ତଳକୁ ଚାଲିଯାଇଛନ୍ତି। ଏବେ ଯଦି ଆମେ ଆଫଗାନିସ୍ତାନକୁ ଉପେକ୍ଷା କରିବା ତେବେ, ଆଗାମୀ ବର୍ଷ ଗୁଡିକରେ ୯୦% ଆଫଗାନବାସୀ ଦାରିଦ୍ର୍ୟ ସୀମାରେଖା ତଳକୁ ଚାଲିଯାଇଥିବେ। ଆଗକୁ ବିରାଟ ମାନବୀୟ ସଙ୍କଟ ଆସୁଛି। ଏହାର ସାଙ୍ଘାତିକ ପରିଣାମ କେବଳ ଆଫଗାନିସ୍ତାନର ପଡ଼ୋଶୀ ରାଷ୍ଟ୍ର ନୁହେଁ, ଚାରିଆଡ଼େ ଦେଖାଦେବ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅସ୍ଥିର ଏବଂ ଗୋଳମାଳିଆ ପରିସ୍ଥିତି ଯୋଗୁଁ ଆଫଗାନିସ୍ତାନ ପୁନଶ୍ଚ ଆନ୍ତର୍ଜାତିକ ଆତଙ୍କବାଦୀଙ୍କ ପାଇଁ ନିରାପଦ ସ୍ଥଳ ପାଲଟି ଯାଇପାରେ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଅନୁଯାୟୀ, ବିଶ୍ୱ ସମୁଦାୟ ,ତାଲିବାନକୁ ଉତ୍ସାହିତ କରିବା ଉଚିତ ଏବଂ ସେମାନଙ୍କୁ ମାନବିକ ଅଧିକାରକୁ ସମ୍ମାନ ଦେବା, ଏକ ଅନ୍ତର୍ଭୂକ୍ତ ସରକାର ଗଠନ ଏବଂ ଆତଙ୍କବାଦୀଙ୍କ ଦ୍ୱାରା ସେମାନଙ୍କ ମାଟି ବ୍ୟବହାର ନକରିବାକୁ ସେମାନଙ୍କୁ ଉତ୍ସାହିତ କରିବାକୁ ପଡିବ। ସେ କହିଛନ୍ତି ଯେ ଯଦି ବିଶ୍ୱ ସମୁଦାୟ ସେମାନଙ୍କୁ କଥାବାର୍ତ୍ତା କରିବାକୁ ସେମାନଙ୍କୁ ଉତ୍ସାହିତ କରେ ତେବେ ଏହା ସମସ୍ତଙ୍କ ପାଇଁ ବିଜୟ ପରିସ୍ଥିତି ହେବ।’
ଅଗଷ୍ଟରେ ମିଳିତ ଜାତିସଂଘରେ ଆଫଗାନିସ୍ତାନ ଉପରେ ଏକ ସ୍ୱତନ୍ତ୍ର ବୈଠକ କରିବାକୁ ପାକିସ୍ତାନ ଦାବି କରିଥିଲା। କିନ୍ତୁ ଏହାକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। କାରଣ ଆନ୍ତର୍ଜାତୀୟ ସମୁଦାୟ ଏହି ପ୍ରସଙ୍ଗରେ ସନ୍ଦେହ ସୃଷ୍ଟି କରିଛି।
ଉଲ୍ଲେଖ ଯେ ପୂର୍ବରୁ ମଧ୍ୟ ତାଲିବାନ ସପକ୍ଷରେ ବାହାରିଥିଲା ପାକିସ୍ତାନ। ସାର ବିଶ୍ୱ ତାଲିବନର ସରକାରକୁ ଗ୍ରହଣ କରୁନଥିବା ବେଳେ ପାକିସ୍ତାନ କିନ୍ତୁ ବାରମ୍ବାର ଆତଙ୍କବାଦର ଅଡ୍ଡା ସ୍ଥଳ ପାଲଟିଥିବା ତାଲିବାନକୁ ସମର୍ଥନ କରୁଛି।
The post ତାଲିବାନ ସରକାରକୁ ସ୍ଥାୟୀ କରାଯାଉ: ପାକିସ୍ତାନ appeared first on Odisha Reporter.
from Odisha Reporter https://ift.tt/3AJ8OjQ
No comments:
Post a Comment