କାର୍‌ ଧକ୍କାରେ କନଷ୍ଟେବଲ୍‌ଙ୍କ ମୃତ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 4, 2021

କାର୍‌ ଧକ୍କାରେ କନଷ୍ଟେବଲ୍‌ଙ୍କ ମୃତ୍ୟୁ

ବାଙ୍କୀ (ସଞ୍ଜୀପ କୁମାର ନାୟକ): ଦ୍ରୁତ ଗତିରେ ଯାଉଥିବା ଏକ କାର୍ ଧକ୍କାରେ ଜଣେ ପୁଲିସ୍ କନଷ୍ଟେବଲ୍‌ଙ୍କ ମୃତ୍ୟୁ ଘଟିଛି। ଆଜି ଭୋରରେ ବାଙ୍କୀ-କଟକ ରାସ୍ତାର କଇଁମୁଣ୍ଡି ଫାଣ୍ଡି ନିକଟସ୍ଥ ଚାରିଘରିଆ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି।

ମୃତ କନଷ୍ଟେବଲ୍‌ଙ୍କ ନାଁ ରମେଶଚନ୍ଦ୍ର ପରିଡ଼ା। ସେ କଇଁମୁଣ୍ଡି ଫାଣ୍ଡିରେ କାର୍ଯ୍ୟରତ ଥିଲେ। ସେ ମର୍ଣ୍ଣିଂୱାକ୍‌ କରୁଥିବା ବେଳେ କାର୍‌ଟି ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ରମେଶଙ୍କର ମୃତ୍ୟୁ ଘଟିଥିଲା।

କାର୍‌ଟି ଆଠଗଡ଼ ପଟୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଜଣାପଡ଼ିଛି। କାର୍‌ରେ ଦୁଇ ଜଣ ଯୁବକ, ଜଣେ ଯୁବତୀ ଓ ଡ୍ରାଇଭରଙ୍କୁ ମିଶାଇ ମୋଟ ୪ ଜଣ ଥିଲେ। ରମେଶଙ୍କୁ ଧକ୍କା ଦେବା ପରେ କାର୍‌ଟି ନିୟନ୍ତ୍ରଣ ହରାଇ ରାସ୍ତାକଡ଼କୁ ଖସି ଯାଇଥିଲା। କାର୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଦୁଇ ଜଣ ଆହତ ହୋଇଥିବାରୁ ସେମାନଙ୍କୁ ବାଙ୍କୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପୁଲିସ୍ ଦୁର୍ଘଟଣା ଘଟାଇଥିବା କାର୍‌କୁ ଜବତ କରିବା ସହିତ ଡ୍ରାଇଭରଙ୍କୁ ଅଟକ ରଖିଥିବା ଜଣାପଡ଼ିଛି। ବାଙ୍କୀ ଆଇଆଇସି ଘଟଣାର ତଦନ୍ତ କରୁଛନ୍ତି।

The post କାର୍‌ ଧକ୍କାରେ କନଷ୍ଟେବଲ୍‌ଙ୍କ ମୃତ୍ୟୁ appeared first on Odisha Reporter.



from Odisha Reporter https://ift.tt/2VjtL5G

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages