ପୁଅକୁ ମାରିବାକୁ ଆସିଥିଲା ଅଭିଯୁକ୍ତ, ବଳି ପଡ଼ିଗଲା ମା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 27, 2021

ପୁଅକୁ ମାରିବାକୁ ଆସିଥିଲା ଅଭିଯୁକ୍ତ, ବଳି ପଡ଼ିଗଲା ମା’

ସୁନ୍ଦରଗଡ଼(ଭାରିରଥୀ ସାହୁ): ପୁଅକୁ ମାରିବାକୁ ଆସିଥିଲା ଅଭିଯୁକ୍ତ । ମାତ୍ର ବଳି ପଡ଼ିଗଲା ମା’ । ଏକ ଅତର୍କିତ ଆକ୍ରମଣରେ ମା’ର ଜୀବନ ଚାଲି ଯାଇଥିବା ବେଳେ ମୃତ୍ୟୁ ସହ ସଂଘର୍ଷ କରୁଛି ବାପା। ଏପରି ଏକ ଜଘନ୍ୟ ହତ୍ୟାକାଣ୍ଡ  ଗତ ରାତିରେ ସୁନ୍ଦରଗଡ଼ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଜୁନାଡିହି ଗ୍ରାମରେ ଘଟିଛି । ମୃତା ମହିଳା ହେଲେ ବାଚି ଓରାମ । ତାଙ୍କ ସ୍ଵାମୀ ମଧୁ ଓରାମ ଗୁରୁତର ହୋଇ ବୁର୍ଲା ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ପୋଲିସର ପ୍ରାଥମିକ ତଦନ୍ତରୁ  ଅନୈତିକ ସମ୍ପର୍କରୁ ଏଭଳି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ମୃତକଙ୍କ ପୁଅ ସହ ଅଭିଯୁକ୍ତଙ୍କ ପତ୍ନୀଙ୍କର ଦୀର୍ଘ ଦିନ ହେଲା ସମ୍ପର୍କ ରହି ଆସିଥିଲା। ଏହା ଜାଣି ଅଭିଯୁକ୍ତ ସୁଯୋଗ ଅପେକ୍ଷାରେ ଥିଲେ।  ପୂର୍ବ ଯୋଜନା ମୁତାବକ ଗତକାଲି ରାତିରେ ସେ ବାଚିଙ୍କ ପୁଅକୁ ମାରିବାକୁ ତାଙ୍କ ଘରେ ପଶିଥିବା ବେଳେ ସେ କିନ୍ତୁ ଉପସ୍ଥିତ ନ ଥିଲେ। ଫଳରେ ଉଭୟ ବାପାମା’ ଆକ୍ରମଣର ଶିକାର ହେଲେ ।

ସୂଚନା ମୁତାବକ, ଗତ ରାତିରେ ବାଚି ଓରାମ ଓ ତାଙ୍କ ସ୍ଵାମୀ ମଧୁ ଓରାମ ଘରେ ଖିଆପିଆ ସାରି  ଶୋଇଥିଲେ।  ଘରର କବାଟ ଖୋଲାଥିବା ବେଳେ ଗ୍ରାମର ଜଣେ ବ୍ୟକ୍ତି ଅଚାନକ ପଶିଯାଇ  ଟାଙ୍ଗିଆରେ ଉଭୟଙ୍କୁ ଆକ୍ରମଣ କରିଥିଲା। ଏଥିରେ ବାଚିଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇ ଯାଇଥିବା ବେଳେ  ଗୁରୁତର ଅବସ୍ଥାରେ ମଧୁଙ୍କୁ ପ୍ରଥମେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ତାଙ୍କୁ ବୁର୍ଲା ମେଡିକାଲକୁ ପଠା ଯାଇଛି । ସେଠାରେ ତାଙ୍କର ଅବସ୍ଥା ଗୁରୁତର ରହିଛି  । ଘଟଣା ସ୍ଥଳରେ ସଦର ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଅଭିଯୁକ୍ତଜଣକ ଘଟଣା ପରେ ଫେରାର ଥିବାରୁ ତାଙ୍କ ସନ୍ଧାନ ପାଇପାରିନି ପୁଲିସ୍‌। ବିଭିନ୍ନ ସ୍ଥାନରେ ପୁଲିସ୍‌ ଚଢ଼ାଉ ଜାରି ରଖିଥିବା ବେଳେ ଖୁବ୍‌  ଶୀଘ୍ର ଅଭିଯୁକ୍ତଙ୍କ ସନ୍ଧାନ ପାଇବା ବୋଲି କହିଛି।

The post ପୁଅକୁ ମାରିବାକୁ ଆସିଥିଲା ଅଭିଯୁକ୍ତ, ବଳି ପଡ଼ିଗଲା ମା’ appeared first on Odisha Reporter.



from Odisha Reporter https://ift.tt/3kLZLJH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages