ଗାଁ ଦାଣ୍ଡରୁ ପିଲା ନିଖୋଜ , ୨ ଦିନ ପରେ ବିଲରୁ ମିଳିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 28, 2021

ଗାଁ ଦାଣ୍ଡରୁ ପିଲା ନିଖୋଜ , ୨ ଦିନ ପରେ ବିଲରୁ ମିଳିଲା

ବଣାଇ(ରଞ୍ଜିତ ଚୌଧୁରୀ):  ଗାଁ ଦାଣ୍ଡରେ ଖେଳୁ ଖେଳୁ ହଠାତ୍‌ ନିଖୋଜ ହୋଇଯାଇଥିବା ଶିଶୁ ୨ ଦିନ ପରେ ଧାନ ବିଲରୁ ମୁମୂର୍ଷ ଅବସ୍ଥାରେ ଉଦ୍ଧାର ହେଲା। ଶିଶୁଟି ଏବେ ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଥିବା ବେଳେ କିଏ ଓ କାହିଁକି ଏବରି କାଣ୍ଡ ଘଟାଇଛି ତାହା ସ୍ପଷ୍ଟ ହୋଇପାରିନି। ଗୁରୁତର ନାବାଳକ ହେଲେ ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ସୋଲ ଗ୍ରାମର ଦିଲୀପ ଦର୍କାଙ୍କ ୬ ବର୍ଷୀୟ ପୁଅ ସୁଗମ ଦର୍କା । ପୁଲିସ୍‌ ଘଟଣାର ତଦନ୍ତ କରୁଥିଲେ ବି ଏହି ଘଟଣାରେ କାହାକୁ ଗିରଫ କରିପାରି ନାହିଁ।

ସୂଚନାଯୋଗ୍ୟ,  ଗତ ଶନିବାର ଅପରାହ୍ନରେ ସୁଗମ ଦର୍କା ନିଜ ସାଙ୍ଗ ସହ ଗାଁ ଦାଣ୍ଡରେ ଖେଳୁଥିଲେ। ମାତ୍ର ହଠାତ୍‌ ସେ ନିଖୋଜ ହୋଇ ଯାଇଥିବା ବେଳେ ପରିବାର ଲୋକ ଖୋଜି ଖୋଜି ପତ୍ତା ପାଇ ନ ଥିଲେ। ଏନେଇ ପରିବାର ଲୋକ ରବିବାର ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ସୋମବାର ପିଲାଟିକୁ ନିକଟସ୍ଥ ଚାଷ ଜମିରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଗଲା।

ପିଲାଟିର ମୁଣ୍ଡରେ ଗଭୀର ଚୋଟ ଲାଗିଥିବା ବେଳେ ଅତ୍ୟଧିକ ରକ୍ତସ୍ରାବ ହେତୁ ଅବସ୍ଥା ସାଂଘାତିକ ହୋଇ ପଡ଼ିଥିଲା।  ପରିବାର ଲୋକ ପ୍ରଥମେ ପିଲାଟିକୁ କୁଚିଣ୍ଡା ମେଡିକାଲରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଅବସ୍ଥା ନ ସୁଧୁରିବାରୁ ଗତକାଲିବୁର୍ଲା ରେଫର କରାଯାଇଥିଲା। ବୁର୍ଲା ମେଡିକାଲରେ ପିଲାଟିର ଚିକିତ୍ସା କରାଯାଇଥିବା ବେଳେ ଏବେ ସେ ବିପଦମୁକ୍ତ ଥିବା ଜଣାଯାଇଛି।

ତେବେ କିଏ ଓ କାହିଁକି ପିଲାଟିକୁ ଗାଁ ଦାଣ୍ଡରୁ ଉଠାଇନେଲା ତାହା ଜଣାପଡ଼ିନି। ଏହା ପଛରେ ପାରିବାରିକ ଶତ୍ରୁତା ନା ଆଉ କିଛି ରହିଛି, କେତେଜଣ ମିଶି ଏହି ଘଟଣା ଘଟାଇଲେ ସେ ନେଇ  ପୁଲିସ୍‌  ତଦନ୍ତ ଆରମ୍ଭ କରିଛି।  ପିଲାଟଇ ଏବେ କିଛି କହିବା ଅବସ୍ଥାକୁ ଆସି ନ ଥିବା ବେଳେ ଗାଁ ଦାଣ୍ଡରେ ଖେଳୁଥିବା ତା’ ସାଙ୍ଗକୁ ପଚରାଉଚରା କରାଯିବ ବୋଲି ପୁଲିସ୍‌ କହିଛି।

The post ଗାଁ ଦାଣ୍ଡରୁ ପିଲା ନିଖୋଜ , ୨ ଦିନ ପରେ ବିଲରୁ ମିଳିଲା appeared first on Odisha Reporter.



from Odisha Reporter https://ift.tt/3ujq4Kl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages