ମୁମ୍ବାଇ: ସିଦ୍ଧାର୍ଥଙ୍କ ପାଇଁ ଆଖିରୁ ଲୁହ ଝରାଇ ଟ୍ରୋଲ୍ ହେଲେ ବି ଟାଉନ୍ର ନାମୀଦାମୀ ନିର୍ଦ୍ଦେଶକ ତଥା ବିଗ୍ ବସ୍ ଓଟିଟିର ହୋଷ୍ଟ କରନ ଜୋହର। ହୃଦଘାତ ହୋଗୁ ଗତ ୨ ତାରିଖରେ ଆଖି ବୁଜିଥିବା ସିଦ୍ଧାର୍ଥ ବିଗ୍ ବସ୍ ସିଜିନ୍-୧୩ର ବିଜେତା ଥିଲେ।
ଗତ ଏପିସୋଡରେ କରନ ସିଦ୍ଧାର୍ଥଙ୍କୁ ମନେ ପକାଇ ବେଶ୍ ଭାବୁକ ହୋଇଗଲେ। କରନ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ସିଦ୍ଧାର୍ଥଙ୍କ ଏକ ଫଟୋ ଶେଆର କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏଥିସହ କ୍ୟାପସନ୍ରେ ସେ ଲେଖିଛନ୍ତି, “ସିଦ୍ଧାର୍ଥ ଶୁକ୍ଲା ଏପରି ଏକ ନାମ ତଥା ଚେହେରା ପାଲଟି ଯାଇଥିଲେ ଯେ କି ସମସ୍ତଙ୍କ ପରିବାରର ଅଂଶ ହୋଇଯାଇଥିଲେ। ଏପରିକି ବିଗ୍ ବସ୍ ଫ୍ୟାମିଲିର ବି ସେ ଥିଲେ ଫେଭରାଇଟ ସଦସ୍ୟ। ଖୁବ୍ କମ୍ ବୟସରେ ସେ ଦୁନିଆ ଛାଡ଼ି ଚାଲିଯାଇଥିବା କଥାକୁ ସହଜେ ବିଶ୍ୱାସ କରି ହେଉନି। ସିଦ୍ଧାର୍ଥ ଜଣେ ଭଲ ପୁଅ, ବନ୍ଧୁ ଓ ମଣିଷ ଥିଲେ। ସେ ପଜିଟିଭ ଏନର୍ଜୀରେ ଭର୍ତ୍ତି ଏପରି ଜଣେ ମଣିଷ ଥିଲେ, ଯାହାଙ୍କ ଆଖ ପାଖରେ ଅନ୍ୟମାନେ ରହିବାକୁ ଚାହୁଁଥିଲେ। ”
ଏଥିସହ ବିଗ୍ ବସ୍ ହାଉସ୍ରେ ସିଦ୍ଧାର୍ଥ ଥିବା ସମୟର ଏକ ଛୋଟ୍ କ୍ଲିପ୍ ଦେଖାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି କରନ । ସିଦ୍ଧାର୍ଥ ଆଖି ବୁଜିବା ପରେ କରନ ତାଙ୍କୁ ମନେ ପକାଇ ଏପରି ଭାବୁକ ହେବାକୁ ସହଜେ ଗ୍ରହଣ କରିପାରୁ ନାହାନ୍ତି ୟୁଜର୍ସ। କରନଙ୍କ ଲୁହକୁ ସେମାନେ ଫେକ୍ ବୋଲି କହୁଥିବା ବେଳେ ତାଙ୍କ ଶବ୍ଦକୁ ବି ବିଶ୍ୱାସ କରିପାରୁ ନାହାନ୍ତି ।
ସୋଶାଲ ମିଡିଆରେ କରନଙ୍କୁ ଟାର୍ଗେଟ କରି ଜଣେ ୟୁଜର୍ସ ଲେଖିଛନ୍ତି, “ଏହି କ୍ଲିପ୍ ମାତ୍ର କିଛି ସେକେଣ୍ଡର । ତେଣୁ ଏହାକୁ ଶ୍ରଦ୍ଧାଞ୍ଜଳି ନୁହେଁ ଫରମାଲିଟି ବୋଲି କୁହାଯାଏ। ଶ୍ରଦ୍ଧାଞ୍ଜଳୀ କିପରି ଜଣାଯାଏ ପ୍ରଥମେ ଅନ୍ୟମାନଙ୍କଠାରୁ ଶିଖନ୍ତୁ ଓ ତା’ ପରେ ଭଲ ଭାବେ ଜଣାନ୍ତୁ ।”
ନେପୋଟିଜିମ୍ର ଦେବତା କରନ କାହାକୁ କ’ଣ ଶ୍ରଦ୍ଧାଞ୍ଜଳୀ ଜଣାଇବେ ବୋଲି ଆଉ ଜଣେ ୟୁଜର୍ସ ପୋଷ୍ଟ କରିଥିବା ବେଳେ ତାଙ୍କଠୁ ଭଲ ତ ସଲମାନ ବୋଲି କହିଛନ୍ତି।
ସୂଚନାଯୋଗ୍ୟ, ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କର ଗତ ଗୁରୁବାର ଦେହାନ୍ତ ହୋଇଥିଲା। ହୃଦଘାତ ଯୋଗୁ ୪୦ ବର୍ଷୀୟ ଏହି ଅଭିନେତାଙ୍କର ମୃତ୍ୟୁ ହୋଇଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ତାଙ୍କୁ ତୁରନ୍ତ କୁପର ହସ୍ପିଟାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଗୁରୁବାର କୁପର ହସ୍ପିଟାଲରେ ସିଦ୍ଧାର୍ଥଙ୍କର ପୋଷ୍ଟମର୍ଟମ କରାଯାଇଛି ଏବଂ ଏହାର ରିପୋର୍ଟ ମଧ୍ୟ ଆଜି ଆସିଛି।
The post ସିଦ୍ଧାର୍ଥଙ୍କ ପାଇଁ ଲୁହ ଗଡ଼ାଇଲେ କରନ, ଫ୍ୟାନ୍ସ କହିଲେ ଫେକ୍ appeared first on Odisha Reporter.
from Odisha Reporter https://ift.tt/3jPu1CZ
No comments:
Post a Comment