ଆଜି ଜେରା ହେବେନି ବିଦ୍ୟାଭାରତୀ, ଫେରିଗଲା କ୍ରାଇମବ୍ରାଞ୍ଚ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 3, 2021

ଆଜି ଜେରା ହେବେନି ବିଦ୍ୟାଭାରତୀ, ଫେରିଗଲା କ୍ରାଇମବ୍ରାଞ୍ଚ

ବାଲେଶ୍ୱର(ଓଡ଼ିଶା ରିପୋର୍ଟର):ଗତକାଲି ମାରାଥନ ଜେରାର ସମ୍ମୁଖୀନ ହୋଇ ପ୍ରାୟ ୭୦ ପ୍ରଶ୍ନର ଉତ୍ତର ଦେଇଥିବା ବିଦ୍ୟାଭାରତୀଙ୍କୁ ମିଳିଛି ସାମାନ୍ୟ ଆଶ୍ୱସ୍ତି। ଆଜି ପୁଣି ଥରେ ବିଦ୍ୟା କ୍ରାଇମବ୍ରାଞ୍ଚ ଜେରାର ସମ୍ମୁଖୀନ ହେବେ ବୋଲି ଶୁଣିବାକୁ ମିଳିଥିଲା। କିନ୍ତୁ ଆଜି ସକାଳେ କ୍ରାଇମବ୍ରାଞ୍ଚ ଟିମ୍‌ ଫେରି ଯାଇଥିବା ଜଣାଯାଇଛି।

ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ଗତକାଲି ତାଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ଉଦଳାସ୍ଥିତ ବାସଭବନରେ ଜେରା କରିଥିଲା କ୍ରାଇମବ୍ରାଞ୍ଚ ଟିମ୍‌। ଦୀର୍ଘ ୬ ଘଣ୍ଟା ଧରି ବିଦ୍ୟାଙ୍କୁ ଜେରା କରାଯାଇଥିବା ବେଳେ ୭୦ରୁ ଊର୍ଦ୍ଧ୍ୱ ପ୍ରଶ୍ନ ପଚରା ଯାଇଥିଲା।  ବିଦ୍ୟାଙ୍କ ବାପା-ମାଙ୍କୁ ମଧ୍ୟ ଜେରା କରାଯାଇଥିଲା। ତେବେ ତାଙ୍କ ଠାରୁ କ’ଣ ସୁରାକ୍‌ ମିଳିଛି ସେ ବିଷୟରେ କିଛି ଖୁଲାସା କରି ନଥିଲା କ୍ରାଇମବ୍ରାଞ୍ଚ।

ବୁଧବାର କ୍ରାଇମବ୍ରାଞ୍ଚ ଡିଏସ୍‌ପି ଜ୍ଞାନରଂଜନ ମିଶ୍ରଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍‌ ସୌମ୍ୟଙ୍କ ବାଲେଶ୍ୱର ଜିଲ୍ଲା ଖଇରାସ୍ଥିତ ଘରେ ପହଞ୍ଚି ଥିଲା।  ସେଠାରେ ସୌମ୍ୟଙ୍କ ବାପା, ମା’, ଭାଇ ଓ ମାମୁଙ୍କୁ ମାମଲା ସମ୍ପର୍କରେ ବିସ୍ତୃତ ଭାବେ ପଚରାଉଚରା କରିବା ସହ ସେମାନଙ୍କ ଅଭିଯୋଗକୁ ରେକର୍ଡ କରିଥିଲା ଟିମ୍‌। ଦୀର୍ଘ ସାଢ଼େ ୩ ଘଣ୍ଟାର ପଚରାଉଚରା ବେଳେ ତଦନ୍ତକାରୀ ଟିମ୍‌ ଆଗରେ ଅଭିଯୋଗ ଦୋହରାଇଥିଲେ ସୌମ୍ୟଙ୍କ ପରିବାର ଲୋକେ। ପୁଅର ମୃତ୍ୟୁ ପାଇଁ ବୋହୂ ବିଦ୍ୟାଭାରତୀ, ଡିଏଫ୍‌ଓ ଓ ରୋଷେୟା ଦାୟୀ ବୋଲି କହିଥିଲେ।

ସୂଚନାଯୋଗ୍ୟ,  ACF ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାକୁ ପ୍ରଥମେ ପୁଲିସ୍‌ ତଦନ୍ତ କରୁଥିବା ବେଳେ ପୁଲିସ୍‌ର ତଦନ୍ତ ପ୍ରକ୍ରିୟାକୁ ନେଇ ସୌମ୍ୟଙ୍କ ପରିବାର ଲୋକେ ସନ୍ଦେହ ପ୍ରକଟ କରିଥିଲେ। ଏପରିକି ଆତ୍ମାହୂତି ଦେବେ ବୋଲି ଧମକ ଦେଇଥିଲେ। ଏହା ପରେ ଡିଜିପି ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

ଗତମାସ ୧୪ ତାରିଖରେ କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ ଆରମ୍ଭ କରିଥିଲା। ପ୍ରଥମ ପର୍ଯ୍ୟାୟରେ କ୍ରାଇମବ୍ରାଞ୍ଚ ରୋଷେୟା, ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଓ ଥାନା ଅଧିକାରୀ ମମତା ପଣ୍ଡାଙ୍କୁ ଘନ ଘନ ଜେରା କରିଥିଲା। ଏହା ପରେ ଚୁପ୍‌ ବସି ଯାଇଥିଲା।  ଏବେ ପୁଣି ଥରେ କ୍ରାଇମବ୍ରାଞ୍ଚ ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ତାହାର ତଦନ୍ତ ଉପରେ ସମ୍ପୂର୍ଣ୍ଣ ଆସ୍ଥା ପ୍ରକଟ କରିପାରୁ ନାହାନ୍ତି ସୌମ୍ୟଙ୍କ ବାପା। ପୁଅ ଯିବାର ୫୦ ଦିନ ପରେ ବି ହାତ ଖାଲି। କ୍ରାଇମବ୍ରାଞ୍ଚ ଉପରେ ସମ୍ପୂର୍ଣ୍ଣ ଭରସା ପାଉନି ବୋଲି ସେ ଗଣମାଧ୍ୟମକୁ କହିଥିଲେ।

The post ଆଜି ଜେରା ହେବେନି ବିଦ୍ୟାଭାରତୀ, ଫେରିଗଲା କ୍ରାଇମବ୍ରାଞ୍ଚ appeared first on Odisha Reporter.



from Odisha Reporter https://ift.tt/3t9VaTW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages