ଘର ପାଖରେ ଖେଳୁଥିଲା ନାବାଳିକା, ଡାକିନେଲା ନାବାଳକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 12, 2021

ଘର ପାଖରେ ଖେଳୁଥିଲା ନାବାଳିକା, ଡାକିନେଲା ନାବାଳକ

ପାରଳାଖେମୁଣ୍ଡି(ଆଦର୍ଶ ଦାସ): ଘରେ ନିକଟରେ ହୋଇଥିବା ଗଣେଶ ପୂଜା ମଣ୍ଡପ ନିକଟରେ ଖେଳୁଥିବା ଜଣେ  ୭ ବର୍ଷର  ନାବାଳିକା ହେଲେ ଦୁଷ୍କର୍ମର ଶିକାର। ଅଭିଯୁକ୍ତଜଣକ ମଧ୍ୟ ନାବାଳକ ହୋଇଥିବା ବେଳେ ତାଙ୍କ ବୟସ ୧୬ ବର୍ଷ ବୋଲି ଜଣାପଡ଼ିଛି। ଏପରି ଲଜ୍ଜାଜନକ ଘଟଣା ଗଜପତି ଜିଲ୍ଲା କାଶୀନଗର ଥାନା  ଅଞ୍ଚଳରେ ଘଟିଛି।

ପୁଲିସ୍‌ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନାବାଳିକାଜଣକ ଗଣେଶ ପୂଜା ସମୟରେ ଘର ନିକଟ ପେଣ୍ଡାଲ ପାଖରେ ଖେଳୁଥିଲା। ଉକ୍ତ ସମୟରେ ସେହି ସାହିର ଜଣେ ୧୬ବର୍ଷର ନାବାଳକ କୌଣସି ବାହାନାରେ ପୀଡିତାକୁ ଶୂନଶାନ ସ୍ଥାନକୁ ଡାକି‌ ନେଇଥିଲା। ସେଠାରେ ଅଭିଯୁକ୍ତ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ନାବାଳିକା ଜଣକ ସେଠାରୁ ଘରକୁ କାନ୍ଦି କାନ୍ଦି ଫେରିବାରୁ ପରିବାର ଲୋକେ କାରଣ ପଚାରିଥିଲେ। ଏହାପରେ ନାବାଳିକା ଜଣକ ଘଟଣା ସଂପର୍କରେ କହିବା ସହ ଘଟଣା ସ୍ଥଳ ଏବଂ ଅଭିଯୁକ୍ତକୁ ଦେଖାଇଥିଲା। ପରିବାର ଲୋକେ ପୁଲିସକୁ ଖବର ଦେଇଥିଲେ। କାଶୀନଗର ପୁଲିସ ଆମ୍ବୁଲାନ୍ସ ଯୋଗେ ପୀଡିତାଙ୍କୁ ଆଣି ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି।

ନାବାଳିକାର ଚିକିତ୍ସା ପାଇଁ ଏକ ଟିମ୍‌ ଗଠିତ ହୋଇଥିବା  ବେଳେ ଅବସ୍ଥା ସ୍ଥିର ଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।   ଘଟଣାର ତଦନ୍ତ ଜାରି ରହିଛି ଏବଂ ତଦନ୍ତ ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ଏସ୍‌ଡିପିଓ ।

The post ଘର ପାଖରେ ଖେଳୁଥିଲା ନାବାଳିକା, ଡାକିନେଲା ନାବାଳକ appeared first on Odisha Reporter.



from Odisha Reporter https://ift.tt/3hlH2lN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages