ବନ୍ଧୁକ ମୁନରେ ଭାରତୀୟ ବ୍ୟବସାୟୀଙ୍କୁ ଉଠାଇ ନେଲା ତାଲିବାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 14, 2021

ବନ୍ଧୁକ ମୁନରେ ଭାରତୀୟ ବ୍ୟବସାୟୀଙ୍କୁ ଉଠାଇ ନେଲା ତାଲିବାନ

କାବୁଲ: ଆଫଗାନିସ୍ତାନରେ ଜାରି ରହିଛି ତାଲିବାନର କ୍ରୁରତା। ତାଲିବାନ ସେନା ଲଗାତର ବିରୋଧୀଙ୍କୁ ନିଜ ଶିକାର କରୁଛନ୍ତି। ଏହାରି ଭିତରେ ଏବେ ଜଣେ ଭାରତୀୟ ନାଗରିକ ତାଲିବାନୀଙ୍କ ଶିକାର ହୋଇଛନ୍ତି। ତାଲିବାନ ଆଫଗାନିସ୍ତାନର ଜଣେ ଭାରତୀୟ ବ୍ୟବସାୟକୁ ଅପହରଣ କରି ନେଇଥିବା ଖବର ସାମ୍ନାକୁ ଆସିଛି।

ଇଣ୍ଡିଆନ୍‌ ୱାର୍ଲ୍ଡ ଫୋରମର ଅଧ୍ୟକ୍ଷ ପୁନିତ୍‌ ସିଂ ଚା‌ନ୍ଧୋକ୍ କହିଛନ୍ତି, ତାଲିବାନୀ ବନ୍ଧୁକଧାରୀମାନେ କାବୁଲରେ ଆଫଗାନିସ୍ତାନର ଜଣେ ଭାତରୀୟ ବ୍ୟବସାୟୀଙ୍କୁ ବନ୍ଧୁକ ମୁନରେ ଅପହରଣ କରିନେଇଛନ୍ତି। କାବୁଲର ୧୧ଶ ପୁଲିସ ଡିଷ୍ଟ୍ରିକ୍ଟ ଅଞ୍ଚଳରେ ଏହି ଘଟଣାଟି ଘଟିଛି। ସମ୍ପୃକ୍ତ ଅପହୃତ ଭାତରୀୟ ନାଗରିକଙ୍କ ନାଁ ବଂସରୀ ଲାଲ ଅରେନ୍ଦେହି। ସେ ଶିଖ ସମ୍ପ୍ରଦାୟର, ତାଙ୍କ ବୟସ ୫୦ ବର୍ଷ।

ସେ କହିଛନ୍ତି, କାବୁଲରେ ବଂସରୀ ଲାଲଙ୍କ ଏକ ଔଷଧ ଦୋକାନ ରହିଛି। ତାଙ୍କୁ ତାଲିବାନୀମାନେ ମଙ୍ଗଳବାର ସକାଳ ୮ଟାରେ ଦୋକାନ ନିକଟରୁ ହିଁ ଅପହରଣ କରିନେଇଛନ୍ତି। ଅପହୃତ ହେବା ପୂର୍ବରୁ ସେ ତାଙ୍କର କର୍ମଚାରୀଙ୍କ ସହ ସବୁଦିନ ଭଳି ଦୋକାନ ଖୋଲିବାକୁ ଯାଉଥିଲେ।

କାବୁଲ୍‌ରୁ ଅନ୍ୟ ଏକ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ, ସେ ଦୋକାନକୁ ଯାଉଥିବା କାର୍‌ର ପଛପଟେ ମାଡ଼ ହୋଇଥିଲା। ପରେ ତାଙ୍କୁ ବନ୍ଧୁକ ଦେଖାଇ ଅପହରଣକାରୀମାନେ ଗୋଟିଏ ସବୁଜ ରଙ୍ଗର ଟୋୟଟା କୋରୋଲା କାର୍‌ର ନେଇଯାଇଥିଲେ।

ତାଙ୍କୁ ଏବଂ ତାଙ୍କ କର୍ମଚାରୀଙ୍କୁ ଅପହରଣ କରି ନିଆଯାଇଥିଲା, କିନ୍ତୁ କୌଣସିମତେ କର୍ମଚାରୀ ଜଣକ ଖସି ପଳାଇ ଆସିବାରେ ସମର୍ଥ ହୋଇଥିଲେ। ଅପହରଣକାରୀମାନେ ଅତି ନିର୍ଦ୍ଦୟ ଭାବେ ତାଙ୍କୁ ମାଡ ମାରିଛନ୍ତି।

ବଂସରୀଙ୍କ ପରିବାର ଦିଲ୍ଲୀ-ଏନ୍‌ସିଆର୍‌ରେ ରୁହନ୍ତି। ସ୍ଥାନୀୟ ଅନୁସନ୍ଧାନକାରୀ ସଂସ୍ଥା ତାଙ୍କ ଅପହରଣ ମାମଲା ରୁଜୁ କରିଛି ଏବଂ ତାଙ୍କୁ ଖୋଜା ଚାଲିଛି। ସେପଟେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟକୁ ଏନେଇ ସୂଚନା ଦିଆଯାଇଛି। ଏହି ଘଟଣାରେ ତୁରନ୍ତ ହସ୍ତକ୍ଷେପ ଏବଂ ସହଯୋଗ କରିବାକୁ ସରକାରଙ୍କୁ ନିବେଦନ କରାଯାଇଛି।

ସେପଟେ ତାଲିବାନ ମୁଖପାତ୍ର ଏ ସଂକ୍ରାନ୍ତରେ କିଛି ଜାଣି ନ ଥିବା କହିଛନ୍ତି। କିନ୍ତୁ, ସମ୍ପୃକ୍ତ ଅଧିକାରୀମାନଙ୍କ ଠାରୁ ସେ ଏ ବାବଦରେ ସୂଚନା ପାଇଲେ ଜଣାଇବେ ବୋଲି କହିଛନ୍ତି।

The post ବନ୍ଧୁକ ମୁନରେ ଭାରତୀୟ ବ୍ୟବସାୟୀଙ୍କୁ ଉଠାଇ ନେଲା ତାଲିବାନ appeared first on Odisha Reporter.



from Odisha Reporter https://ift.tt/3zh0eHv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages