ଏସ୍‌ସିବିରେ ଇକ୍‌ମୋ ଚିକିତ୍ସାଧୀନ ଆଉ ଜଣଙ୍କ ମୃତ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 22, 2021

ଏସ୍‌ସିବିରେ ଇକ୍‌ମୋ ଚିକିତ୍ସାଧୀନ ଆଉ ଜଣଙ୍କ ମୃତ୍ୟୁ

କଟକ(ଓଡ଼ିଶା ରିପୋର୍ଟର): କଟକ ଏସସିବି ମେଡିକାଲର ଇକ୍‌ମୋ ୟୁନିଟ୍‌ରେ ଚିକିତ୍ସାଧୀନ ଥିବା ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ଫଳରେ ଏହି ୟୁନିଟରେ ଭର୍ତ୍ତି ହୋଇଥିବା ସମସ୍ତ ୪ ରୋଗୀ ଆଖି ବୁଜି ସାରିଛନ୍ତି।  ଗତ କାଲି ଚତୁର୍ଥ ତଥା ଶେଷ ରୋଗୀ ଭାବେ ଚିକିତ୍ସାଧୀନ ଥିବା ସମ୍ପୃକ୍ତ ମହିଳାଙ୍କ ମୃତ୍ୟୁ ପରେ ଏବେ ଇକମୋ ୟୁନିଟ ଖାଲି ହୋଇଯାଇଛି। ।

ମୃତ ମହିଳା ଜଣଙ୍କ କଟକ ନିଶ୍ଚିନ୍ତକୋଇଲି ଅଞ୍ଚଳର। ସେ ଗତ ଅଗଷ୍ଟ ମାସ ୨୯ ତାରିଖ ରେ ପ୍ରଥମ ରୋଗୀ ଭାବେ ଇକମୋ ୟୁନିଟରେ ଭର୍ତ୍ତି ହୋଇଥିଲେ। ତାଙ୍କ ପରେ ପରେ ବଲାଙ୍ଗୀର ଜଣେ ମହିଳା, କେନ୍ଦ୍ରାପଡାର ଜଣେ ବ୍ୟକ୍ତି ଓ ଭୁବନେଶ୍ୱରର ଜଣେ ବ୍ୟକ୍ତି ଇକ୍‌ମୋ ୟୁନିଟ୍‌ରେ ଭର୍ତ୍ତି ହୋଇଥିଲେ। ତେବେ ଅନ୍ୟ ତିନି ଜଣଙ୍କ ପୂର୍ବରୁ ମୃତ୍ୟୁ ହୋଇଥିବା ବେଳେ ଗତକାଲି ଶେଷ ରୋଗୀ ଭାବେ ଥିବା ସମ୍ପୃକ୍ତ ମହିଳାଙ୍କର ମଧ୍ୟ ମୃତ୍ୟୁ ହୋଇଛି।

The post ଏସ୍‌ସିବିରେ ଇକ୍‌ମୋ ଚିକିତ୍ସାଧୀନ ଆଉ ଜଣଙ୍କ ମୃତ୍ୟୁ appeared first on Odisha Reporter.



from Odisha Reporter https://ift.tt/3hZeHSO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages