ଆମେରିକାରେ ପହଞ୍ଚିଲେ ମୋଦି, ଛତା ଧରି ବିମାନରୁ ବାହାରିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 22, 2021

ଆମେରିକାରେ ପହଞ୍ଚିଲେ ମୋଦି, ଛତା ଧରି ବିମାନରୁ ବାହାରିଲେ

ୱାଶିଂଟନ: କ୍ୱାଡ ଓ ଜାତିସଂଘର ସାଧାରଣ ଆସେମ୍ବ୍ଲିରେ ଯୋଗଦେବାକୁ ଆମେରିକା ଗସ୍ତରେ ଯାଇଥିବା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳେ ୱାଶିଂଟନରେ ପହଞ୍ଚିଥିଲେ। ସେ ପହଞ୍ଚିଲା ବେଳକୁ ୱାଶିଂଟନ୍‌ରେ ପ୍ରବଳ ବର୍ଷା ହେଉଥିଲା। ଏହି କାରଣରୁ ମୋଦି ବିମାନ ମଧ୍ୟରୁ ଛତା ଧରି ବାହାରିଥିଲେ।

ତାଙ୍କୁ ବିମାନ ବନ୍ଦରରେ ଆମେରିକା ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଏୟାରପୋର୍ଟ ବାହାରେ ତାଙ୍କୁ ସ୍ୱାଗତ କରିବା ପାଇଁ ପ୍ରବାସୀ ଭାରତୀୟଙ୍କ ଭିଡ଼ ଜମି ଥିଲା। ମୋଦି ନିଜ କାରକେଡ୍‌ରେ ହୋଟେଲ ଅଭିମୁଖେ ଯାଉଥିବା ବେଳେ ରାସ୍ତାର ଉଭୟ ପକ୍ଷରେ ଶତାଧିକ ଲୋକ ଭିଡ଼ କରିଥିଲେ। ବର୍ଷାରେ ମଧ୍ୟ ଶତାଧିକ ଲୋକ ମୋଦିଙ୍କ ଝଲକ ପାଇବା ପାଇଁ ଛତା ଧରି ରାସ୍ତାରେ ଛିଡ଼ା ହୋଇଥିଲେ।

ଏହା ଦେଖି ମୋଦି ନିଜ କାରରୁ ଓହ୍ଲାଇ ସେମାନଙ୍କ ଅଭିବାଦନ ଗ୍ରହଣ କରିଥିଲେ। ସେହିପରି କିଛି ଲୋକଙ୍କ ସହ ହାତ ମଧ୍ୟ ମିଳାଇଥିଲେ। ଏ ସମ୍ପର୍କରେ ମୋଦି ନିଜେ ଫଟୋ ଟ୍ୱିଟ କରିଛନ୍ତି।

ଆଉ କିଛି ଘଣ୍ଟା ପରେ ମୋଦି ଆମେରିକୀୟ କମ୍ପାନୀଗୁଡ଼ିକର ସିଇଓମାନଙ୍କୁ ଭେଟିବେ। ସେହିପରି ଆମେରିକା ଉପ ରାଷ୍ଟ୍ରପତି କମଳା ହ୍ୟାରିସଙ୍କ ସହ ୱାନ ଟୁ ୱାନ ଆଲୋଚନା କରିବେ। ଅଷ୍ଟ୍ରେଲିଆ ଓ ଜାପାନ ପ୍ରଧାନମନ୍ତ୍ରୀଙ୍କ ସହ ମଧ୍ୟ ସେ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି।


ଆସନ୍ତାକାଲି ମୋଦି ଓ ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ହେବ। ବାଇଡେନ ରାଷ୍ଟ୍ରପତି ହେବା ପରେ ମୋଦି ପ୍ରଥମଥର ପାଇଁ ଆମେରିକା ଗସ୍ତ କରି ଦ୍ୱିପାକ୍ଷିକ ବୈଠକ କରିବେ। ସେହିପରି ୨୪ ତାରିଖରେ ମୋଦି କ୍ୱାଡ ବୈଠକରେ ଯୋଗଦେବେ।

କ୍ୱାଡରେ ଭାରତ ଓ ଆମେରିକା ବ୍ୟତୀତ ଅଷ୍ଟ୍ରେଲିଆ ଏବଂ ଜାପାନ ରହିଛନ୍ତି। ୨୫ ତାରିଖରେ ସେ ଜାତିସଂଘର ଜେନେରାଲ ଆସେମ୍ବ୍ଲିରେ ବିଶ୍ୱକୁ ସମ୍ବୋଧନ କରିବେ। ମୋଦିଙ୍କ ସହ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଆମେରିକା ଗସ୍ତ କରିଛନ୍ତି। ତାଙ୍କ ବ୍ୟତୀତ ବୈଦେଶିକ ସଚିବଙ୍କ ସେମତ ୧୦୦ରୁ ଅଧିକ ଅଧିକାରୀ ମଧ୍ୟ ଆମେରିକା ଯାଇଛନ୍ତି।

The post ଆମେରିକାରେ ପହଞ୍ଚିଲେ ମୋଦି, ଛତା ଧରି ବିମାନରୁ ବାହାରିଲେ appeared first on Odisha Reporter.



from Odisha Reporter https://ift.tt/2XSS7ED

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages