ନୂଆଦିଲ୍ଲୀ: ଅଭିନେତ୍ରୀ ତଥା ମଡେଲ୍ ଅଳଂକୃତା ସହାୟଙ୍କୁ ଛୁରୀ ଦେଖାଇ ବନ୍ଧକ ରଖି କିଛି ଦୁର୍ବୃତ୍ତ ସାଢ଼େ ୬ ଲକ୍ଷ ଟଙ୍କା ନେଇ ଯାଇଥିବା ଅଭିଯୋଗ ହୋଇଛି। ଗତ ମଙ୍ଗଳବାର ଚଣ୍ଡିଗଡ଼ର ସେକ୍ଟର ୨୭ ସ୍ଥିତ ଅଳଂକୃତାଙ୍କ ଘରେ ଦିନ ୧୨ଟା ବେଳେ ଘଟିଛି ଏହି ଘଟଣା। ଏନେଇ ସେ ଥାନାରେ ଏତଲା ଦେବା ପରେ ପୁଲିସ୍ ପକ୍ଷରୁ ଲୁଟେରା ମାନଙ୍କୁ ଧରିବାକୁ ପ୍ରୟାସ ଆରମ୍ଭ ହୋଇଛି।
ଅଭିଯୋଗ ଅନୁଯାୟୀ, ଅଳଂକୃତାଙ୍କ ଘରେ ୩ ଜଣ ଲୁଟେରା ପଶିଥିଲେ। ସେମାନେ ତାଙ୍କୁ ଛୁରୀ ଦେଖାଇ ମାରି ଦେବାକୁ ଧମକ ଦେଇଥିଲେ। ତା’ପରେ ତାଙ୍କୁ ବନ୍ଧକ ବନାଇ ଦୁଇ ଘଣ୍ଟା ଧରି ଘରେ ଲୁଟ୍ପାଟ୍ କରିଥିଲେ। ସେମାନେ ସାଢ଼େ ୬ ଲକ୍ଷ ଟଙ୍କା ନେଇ ବାଲ୍କୋନୀରୁ ଡେଇଁ ଫେରାର ହୋଇଯାଇଥିଲେ।
ପୁଲିସ୍ ପକ୍ଷରୁ କୁହାଯାଇଛି, ଏହି ଘଟଣା ବେଳେ ଅଭିନେତ୍ରୀ ଅଳଂକୃତା ସହାୟ ଘରେ ଏକୁଟିଆ ଥିଲେ। ସିସିଟିଭି ଫୁଟେଜ୍ ଆଧାରରେ ଲୁଟେରା ମାନଙ୍କୁ ପୁଲିସ୍ ଖୋଜୁଛି। ଖୁବ୍ଶୀଘ୍ର ସେମାନଙ୍କୁ ଗିରଫ କରାଯିବ।
ଅଳଂକୃତା ମାସେ ତଳେ ଏହି ଘରକୁ ଶିଫ୍ଟ ହୋଇଥିଲେ। ତିନି ମହାଲା ବିଶିଷ୍ଟ ଏହି ଫ୍ଲାଟର ଦ୍ୱିତୀୟ ମହଲାରେ ସେ ରହନ୍ତି। ତାଙ୍କ ସହିତ ତାଙ୍କ ବାପାମା’ ବି ରହନ୍ତି। ତାଙ୍କ ବାପାମା’ କିଛି ଦିନ ତଳେ ଦିଲ୍ଲୀ ଯାଇଥିଲା। ଆଉ ଅଳଂକୃତା ଏକୁଟିଆ ଥିବା ବେଳେ ଘଟିଥିଲା ଏହି ଘଟଣା।
ସୂଚନାଯୋଗ୍ୟ, ୨୦୧୪ରେ ଅଳଂକୃତା ‘ମିସ୍ ଇଣ୍ଡିଆ ଆର୍ଥ’ ଟାଇଟଲ ଜିତିଥିଲେ। ସେ ‘ଲଭ୍ ପର୍ ସ୍କୋୟାର ଫିଟ୍’ ଓ ‘ନମସ୍ତେ ଲଣ୍ଡନ’ ଆଦି ଫିଲ୍ମରେ ଅଭିନୟ କରିଛନ୍ତି।
The post ଛୁରୀ ଦେଖାଇ ଅଭିନେତ୍ରୀଙ୍କ ଠାରୁ ନେଇଗଲେ ୬.୫ ଲକ୍ଷ ଟଙ୍କା appeared first on Odisha Reporter.
from Odisha Reporter https://ift.tt/3tqTaa4
No comments:
Post a Comment