ପ୍ରଶାସନିକ ଚାକିରିକୁ ତୁଚ୍ଛ କରିଦେଲେ ଡ. ନିନା ସିଂ, ପାଲଟିଲେ ସଫଳ ବ୍ୟବସାୟୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 21, 2021

ପ୍ରଶାସନିକ ଚାକିରିକୁ ତୁଚ୍ଛ କରିଦେଲେ ଡ. ନିନା ସିଂ, ପାଲଟିଲେ ସଫଳ ବ୍ୟବସାୟୀ

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଯେଉଁ ଚାକିରୀ ଅନ୍ୟମାନଙ୍କ ପାଇଁ ସ୍ୱପ୍ନ ତାହା ତାଙ୍କୁ ଶାନ୍ତି ଦେଇପାରିଲା ନାହିଁ। ଦୀର୍ଘ ୧୨ ବର୍ଷ ଧରି  ଓଏଏସ୍‌ ଅଧିକାରୀ ଭାବେ କାର୍ଯ୍ୟ କରିବା ପରେ  ତାହାକୁ ସେ ତୁଚ୍ଛ କରିଦେଲେ।  ଜୀବନରେ କିଛି ନୂଆ କରିବାର ଆଶା ନେଇ ସେ ଏପରି ପଦକ୍ଷେପ ନେଇଥିବା ବେଳେ ଏଥିପାଇଁ ତାଙ୍କ ମନରେ ତିଳେ ମାତ୍ର ଅନୁଶୋଚନା ନାହିଁ। ଏପରି ଜଣେ ମହିଳା ହେଲେ  ବାଲେଶ୍ୱରର  ଡ. ନିନା ସିଂ ।

ନିନା ଏବେ ମୁକ୍ତା ବ୍ୟବସାୟ ସହ ଷ୍ଟେଭିଆ ନାମକ ଏକ ପ୍ରକାର ସୁଗାର ଫ୍ରି ଗଛ ଚାଷ କରି ମାସକୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି। ଏଥିସହ ଅନ୍ୟମାନଙ୍କୁ ମଧ୍ୟ ନିଯୁକ୍ତି ଦେଇପାରୁଛନ୍ତି, ଯାହାକି ତାଙ୍କୁ ଖୁବ୍‌ ଶାନ୍ତି ଦେଉଛି।

ଜଣେ ଉଚ୍ଚ ପଦସ୍ତ ପ୍ରଶାସନିକ ଅଧିକାରୀରୁ ସଫଳ ଉଦ୍ୟୋଗୀ ଭାବେ ବେଶ୍‌ ସୁନାମ ଲାଭ କରି ସାରିଥିବା ନିନା ସିଂ ଘର ବାଲେଶ୍ୱର ସହର ନିକଟ ରେମୁଣା ଗୋଲେଇରେ। ପ୍ରାଣୀ ବିଜ୍ଞାନରେ ସ୍ନାତ୍ତୋକତର ପାସ୍‌ କରିବାପରେ ପି.ଏଚ.ଡି. କରିଛନ୍ତି । ୧୯୯୯ ମସିହାରେ ସେ ଓଡିଶା ପ୍ରଶାସନିକ ସେବାରେ କ୍ୟାରିୟର ଆରମ୍ଭ କରିଥିଲେ ।  ୧୨ ବର୍ଷ  ଓଡିଶା ପ୍ରଶାସନିକ ସେବାରେ ପଦାଧିକାରୀ ଭାବେ ଚାକିରୀ କରିଥିଲେ।  ହେଲେ କାହା ଅଧୀନରେ ନୁହଁ ବରଂ ଆତ୍ମନିର୍ଭରଶୀଳ ହେବା ପାଇଁ ଓଏଏସ ଚାକିରୀକୁ ଛାଡିଦେଇଥିଲେ । ନିଜ ନିଷ୍ପତ୍ତି ପାଇଁ ଖୁବ୍‌ ଖୁସି ଥିବା ଡ. ନିନା ଏବେ ଜଣେ ସଫଳ ବ୍ୟବସାୟୀ ।

ନିନା ଚାଷ କରୁଥିବା ଷ୍ଟେଭିଆ ନାମକ ଏକ ପ୍ରକାର ସୁଗାର ଫ୍ରି ଗଛ ।

। ନିନା ଏବେ ମୁକ୍ତା ବ୍ୟବସାୟ କରିବା ସହ ଷ୍ଟେଭିଆ ନାମକ ଏକ ପ୍ରକାର ସୁଗାର ଫ୍ରି ଗଛ ଚାଷ କରିବା ସହ ବିକ୍ରୀକରି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ଷ୍ଟେଭିଆ ନାମକ ଏକ ଗୁଳ୍ମ ଜାତୀୟ ଗଛ ଚାଷ କରି ସେ ଲକ୍ଷାଧିକ ଟଙ୍କା ରୋଜଗାର କରିପାରୁଛନ୍ତି।  ଷ୍ଟେଭିଆ ଏକ ପ୍ରକାର ମିଠା ଜାତୀୟ ଗଛ । ଯାହା ସଂପୂର୍ଣ୍ଣ ଶକରାମୁକ୍ତ। ଏହା ମଧୁମେୟ ରୋଗୀଙ୍କ ପାଇଁ ଖୁବ୍‌ ଉପାଦେୟ। ୫୦ ଡିସିମିଲ ଜାଗାରେ ଏହି ଜାତୀୟ ଗଛ  ଚାଷ କରୁଛନ୍ତି ନିନା।

ଏହାବାଦ ନିଜ ଘରେ ୧୦ ଲକ୍ଷରୁ ଅଧିକ ଟଙ୍କା ବିନିଯୋଗ କରି ଉତ୍ପାଦନ କରୁଛନ୍ତି ଷ୍ଟିଭିସାନ୍ ପ୍ରଡକ୍ଟ । ଏଥିରୁ ସେ ଚାହା, ମିଠା ତିଆରି କରିବା ସହ ପାଉଡର ଏବଂ ସୁଗାର ଫ୍ରି ଲିକୁଇଡ୍ ଆଦି ସଂପୂର୍ଣ୍ଣ ହର୍ବାଲ ପ୍ରଡକ୍ଟ  ପ୍ରସ୍ତୁତ କରୁଛନ୍ତି ।  ବାହାର ବଜାରରେ ଏହାର ଖୁବ୍‌ ଚାହିଦା ରହିଛି  ।  ଘରେ ବିଭିନ୍ନ ପ୍ରକାର ମେସିନ ଯୋଗେ ଏପରି ଉତ୍ପାଦ ପ୍ରସ୍ତୁତ କରିବା ସହ ପ୍ୟାକେଟିଂ ସହ ଲୋଗ ବ୍ୟବହାର କରୁଛନ୍ତି ନିନା । ଏହି ଉତ୍ପାଦନକୁ   ବିକ୍ରି କରି ମାସକୁ ହାରାହାରି ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି   ।

ନିଜ ସଫଳତା ନେଇ ଡ. ନିନା ସିଂ କହିଛନ୍ତି, ମୁଁ ସବୁବେଳେ ନିଜେ ନିଜକୁ ଉତ୍ସାହିତ କରିଥାଏ। ପ୍ରଥମେ ଚାକିରି ଛାଡ଼ିବା କଥା ଶୁଣି ଘର ଲୋକ ବିରୋଧ କରିଥିଲେ। କର୍ପୋରେଟ ସେକ୍ଟର, ସରକାରୀ କ୍ଷେତ୍ରରେ ଚାକିରି କରିଥିଲି। ହେଲେ ଏହା ମୋତେ ସବୁଠୁ ଅଧିକ ଭଲ ଲାଗୁଛି। କାରଣ ଏହାଦ୍ୱାରା ବହୁ ଲୋକଙ୍କୁ ଚାକିରି ଯୋଗାଇ ହେଉଛି।

କେବଳ ସେତିକି ନୁହଁ ନିନା ଜଣେ ସଫଳ ମୁକ୍ତା ଉତ୍ପାଦନକାରୀ । ଶାମୁକାରୁ ମୁକ୍ତା ଉତ୍ପାଦନ କରି ସେଥିରୁ ବିଭିନ୍ନ ପ୍ରକାର ଡିଜାଇନର କସମେଟିକ୍ ପ୍ରସ୍ତୁତ କରିବାରେ ସେ  ଆଗୁଆ ।  ଏସବୁକୁ ସେ ବାହାର ରାଜ୍ୟକୁ ଅର୍ଡର ଅନୁଯାୟୀ ପଠାଇଥାନ୍ତି । ସେଥିରୁ ମଧ୍ୟ ଭଲ ରୋଜଗାର କରିଥାନ୍ତି ନିନା ।

ନିନାଙ୍କ ସଫଳତା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଥିବା ବେଳେ ଏନେଇ ଇଡକୋ ପୂର୍ବତନ ସାଧାରଣ ପରିଚାଳକ ହରିହର ଜେନା କହିଛନ୍ତି, ନିନା ନିଜେ ଆତ୍ମନିର୍ଭରଶୀଳ ହେବା ସହ ତାଙ୍କ ପାଖରେ ଆହୁରି ୫ ଜଣ଼ଙ୍କୁ ସେ ଆତ୍ମନିଯୁକ୍ତି ଦେଇପାରିଛନ୍ତି । ଆଉ ସେ ତିଆରି କରୁଥିବା ଉତ୍ପାଦର ଏବେ ବଜାରରେ ଖୁବ୍‌ ଚାହିଦା।

The post ପ୍ରଶାସନିକ ଚାକିରିକୁ ତୁଚ୍ଛ କରିଦେଲେ ଡ. ନିନା ସିଂ, ପାଲଟିଲେ ସଫଳ ବ୍ୟବସାୟୀ appeared first on Odisha Reporter.



from Odisha Reporter https://ift.tt/3nVf7NH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages