ଡବଲ୍‌ ଡୋଜ୍‌ ନେଇଥିବା ବ୍ୟକ୍ତିଙ୍କ ଟିକା ସାର୍ଟିଫିକେଟ୍‌ରେ ରହିବ ଜନ୍ମ ତାରିଖ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 25, 2021

ଡବଲ୍‌ ଡୋଜ୍‌ ନେଇଥିବା ବ୍ୟକ୍ତିଙ୍କ ଟିକା ସାର୍ଟିଫିକେଟ୍‌ରେ ରହିବ ଜନ୍ମ ତାରିଖ

ନୂଆଦିଲ୍ଲୀ: ଭାରତୀୟଙ୍କ ଟିକାକରଣ ସ୍ଥିତିକୁ ନେଇ ଭାରତ-ୟୁକେ ମଧ୍ୟରେ ଟଣାଓଟଣା ଲାଗି ରହିଛି। ଏହାରି ଭିତରେ ଟିକାର ଡବଲ୍‌ ଡୋଜ୍‌ ନେଇଥିବା ଏବଂ ବିଦେଶ ଯିବାକୁ ଚାହୁଁଥିବା ବ୍ୟକ୍ତିଙ୍କ କୋୱିନ୍‌ ସାର୍ଟିଫିକେଟ୍‌ରେ ଜନ୍ମ ତାରିଖ ଉଲ୍ଳେଖ ରହିବ ବୋଲି ସ୍ଥିର କରିଛି ଭାରତ।

ଏହା ଡବ୍ଲୁଏଚ୍‌ଓର ମାନଦଣ୍ଡକୁ ପୂରଣ କରିବ। ଉକ୍ତ ପ୍ରମାଣପତ୍ରରେ ଜନ୍ମ ତାରିଖ ତାରିଖ-ମାସ-ବର୍ଷ ଫର୍ମାଟରେ ଲେଖା ରହିବ। ବର୍ତ୍ତମାନ ସୁଦ୍ଧା ଟିକା ପ୍ରମାଣପତ୍ରରେ କେବଳ ନାମ ଓ ଟିକାକରଣ ସ୍ଥାନ ସହ କେବଳ ବୟସ ଉଲ୍ଲେଖ ରହୁଥିଲା। ଆସନ୍ତା ସପ୍ତାହ ତଥା ସୋମବାର ଠାରୁ ଏହି ନୂଆ ନିୟମ ଲାଗୁ ହେବ।

ନିକଟରେ ଇଂଲଣ୍ଡ ସରକାର ନିଜର ଟ୍ରାଭେଲ ନିୟମରେ ପରିବର୍ତ୍ତନ କରିଛନ୍ତି। ଏଥିସହ ଭାରତର କୋଭିସିଲ୍‌ଡ ଟିକାକୁ ସ୍ୱୀକୃତି ମଧ୍ୟ ଦେଇଛନ୍ତି। କିନ୍ତୁ ଇଂଲଣ୍ଡ ସରକାର ଭାରତର ସାର୍ଟିଫିକେସନ ପ୍ରକ୍ରିୟା ଉପରେ ସନ୍ଦେହ ପ୍ରକାଶ କରିଛନ୍ତି।

ଭାରତ ସରକାର ଏହାକୁ ସମାଲୋଚନା କରିବା ସହ ଭାରତୀୟ ଟିକା ଓ ସାର୍ଟିଫିକେଟକୁ ସ୍ୱୀକୃତି ଦେବାକୁ ଦାବି ଜଣାଇଥିଲେ। ଭାରତ ସ୍ପଷ୍ଟ କରିଛି ଯେ, କୋଭିସିଲ୍‌ଡ ଟିକା ନେଇଥିବା ଭାରତୀୟ ଯାତ୍ରୀଙ୍କୁ ଯଦି ଇଂଲଣ୍ଡ ସ୍ୱୀକୃତି ନ ଦେବ ତେବେ ଇଂଲଣ୍ଡର ଯେଉଁ ଯାତ୍ରୀମାନେ ଭାରତ ଆସୁଛନ୍ତି ସେମାନଙ୍କ ପ୍ରତି ମଧ୍ୟ ସମାନ ଆଚରଣ ପ୍ରଦର୍ଶନ କରାଯିବ।

ବ୍ରିଟିଶ ଉଚ୍ଚାୟୁକ୍ତ ଆଲେକ୍ସ ଏଲିସ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ଅଧ୍ୟକ୍ଷ ଆର୍‌ଏସ୍ ଶର୍ମାଙ୍କୁ ସାକ୍ଷାତ୍ କରି ଆଲୋଚନା କରିବା ପରେ କୋଭିସିଲ୍‌ଡ ଟିକାକୁ ନେଇ ଇଂଲଣ୍ଡର କୌଣସି ଆପତ୍ତି ନାହିଁ ବୋଲି କହିଥିଲେ। ଏହି ଟିକାକୁ ଇଂଲଣ୍ଡ ସ୍ୱୀକୃତି ଦେଉଛି, କିନ୍ତୁ ଏହାର ପ୍ରମାଣପତ୍ରକୁ ଗ୍ରହଣ କରୁନାହିଁ। ତେଣୁ ସମ୍ପୂର୍ଣ୍ଣ ଟିକା ନେଇଥିବା ଭାରତୀୟଙ୍କୁ ଇଂଲଣ୍ଡ ଗଲେ ଟିକା ନେଇ ନ ଥିବା ଯାତ୍ରୀ ଭଳି ୧୦ ଦିନ ଯାଏ କ୍ୱାରେଣ୍ଟାଇନରେ ରହିବାକୁ ପଡୁଛି। ଏହାକୁ ନେଇ ଭାରତ ଅଭିଯୋଗ କରିଛି।

ଆର୍‌ଏସ୍‌ ଶର୍ମା କହିଛନ୍ତି ଯେ, ଭାରତ ଦେଉଥିବା ଟିକା ପ୍ରମାଣପତ୍ରକୁ ନେଇ କୌଣସି ସମସ୍ୟା ନ ଥିଲା। ଏହା କିଛି ଲୋକଙ୍କ ଦ୍ୱାରା ଉଠାଯାଇଥିବା ଏକ ସମ୍ପୂର୍ଣ୍ଣ ଭିତ୍ତିହୀନ ପ୍ରସଙ୍ଗ। ତେବେ ଭାରତୀୟ ଟିକା ସାର୍ଟିଫିକେଟରେ ଏଣିକି କେବଳ ବୟସ ବଦଳରେ ସମ୍ପୂର୍ଣ୍ଣ ଜନ୍ମ ତାରିଖ ଉଲ୍ଲେଖ ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

The post ଡବଲ୍‌ ଡୋଜ୍‌ ନେଇଥିବା ବ୍ୟକ୍ତିଙ୍କ ଟିକା ସାର୍ଟିଫିକେଟ୍‌ରେ ରହିବ ଜନ୍ମ ତାରିଖ appeared first on Odisha Reporter.



from Odisha Reporter https://ift.tt/3ueYuO5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages