କୋର୍ଟ ଭିତରେ ଗୁଳିମାଡ଼ ମାମଲା, ୨ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 25, 2021

କୋର୍ଟ ଭିତରେ ଗୁଳିମାଡ଼ ମାମଲା, ୨ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ରୋହିଣୀ କୋର୍ଟ ଭିତରେ ଗୁଳିକାଣ୍ଡ ମାମଲାରେ ଆକ୍ସନ ମୋଡରେ ଦିଲ୍ଲୀ ପୁଲିସ। ସୁଟ୍‌ଆଉଟ୍‌ ମାମଲାରେ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍‌ ୨ ଜଣ ଗ୍ୟାଙ୍ଗଷ୍ଟରଙ୍କୁ ଗିରଫ କରିଛି। ଗିରଫ ଦୁଇ ଜଣ ହେଲେ ଉମଙ୍ଗ ଏବଂ ବିନୟ।

ପୁଲିସ ପଚରାଉଚରାରୁ ଜଣାପଡିଛି ଯେ,  ଏହି ସୁଟ୍‌ଆଉଟ୍‌ ପାଇଁ ଉମଙ୍ଗକୁ ଟିଲୁ ଓରଫ ତାଜପୁରିଆ ଫୋନରେ ନିର୍ଦ୍ଦେଶ ଦେଇଥିଲା। ଏହା ପରେ ଏହି ସୁଟ୍‌ଆଉଟ୍‌ରେ ନିହତ ହୋଇଥିବା ଦୁଇ ଅଭିଯୁକ୍ତଙ୍କ ସହ ଉମଙ୍ଗ ଗୁଳି ବିନିମୟ ପୂର୍ବରୁ ରୋହିଣୀ କୋର୍ଟରେ ହାଜର ହୋଇଥିଲା। ଏହାବ୍ୟତୀତ ବିନୟକୁ ମଧ୍ୟ ଏହି ମମଲା ଉମଙ୍ଗ ହିଁ ସାମିଲ କରିଥିଲା।

ସୁଟ୍ଆଉଟ୍‌ ପୂର୍ବରୁ ଦୁଇ ଆକ୍ରମଣକାରୀଙ୍କୁ ଉମଙ୍ଗ ଏବଂ ବିନୟ ହିଁ କାର୍‌ରେ ରୋହିଣୀ କୋର୍ଟ ନେଇ ଯାଇଥିଲେ। ଏଠାରେ ଉମଙ୍ଗ ଏବଂ ବିନିୟ ମଧ୍ୟ ଓକିଲ ଡ୍ରେସ୍‌କୋଡ ପିନ୍ଧିଥିଲେ। ତେବେ ସୁଟ୍‌ଆଉଟ୍‌ରେ ଆକ୍ରମଣକାରୀ ଜଗ୍ଗା ଏବଂ ରାହୁଲ ନିହତ ହେବା ଖବର ମିଳିବା ପରେ ଦୁହେଁ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏବେ ସିସିଟିଭି ଫୁଟେଜ ଆଧାରରେ ପୁଲିସ ଏ ଦୁଇ ଗ୍ୟାଙ୍ଗଷ୍ଟରଙ୍କୁ ଗିରଫ କରିଛି।

୨୪ ତାରିଖ ଦିନ ସାକଳେ ଉମଙ୍ଗ ଦୁଇଜଣ ସୁଟର୍‌ଙ୍କ ସହ ରୋହିଣୀ ସେକ୍ଟର-୯ ସ୍ଥିତ ଏକ ମଲ୍‌କୁ ଯାଇଥିଲା। ଏହାପରେ ତିନି ଜଣ ଓକିଲ ଡ୍ରେସ୍‌ ପିନ୍ଧି ରୋହିଣୀ କୋର୍ଟରେ ପହଞ୍ଚିଥିଲେ। ଯୋଜନା ଥିଲା ଯେ, ଉମଙ୍ଗ ବ୍ୟାକ୍‌ଅପ୍ ପ୍ଲାନ୍‌ ପାଇଁ ବାହାରେ କାର୍‌ ଧରି ଉପସ୍ଥିତ ରହିବ। ଦୁଇ ଜଣ ସୁଟ୍‌ର କୋର୍ଟ ଭିତରକୁ ଯାଇ ଜିତେନ୍ଦ୍ରକୁ ଗିଳୁ କରି କାର୍‌ରେ ବସି ଫେରାର ହୋଇଯିବେ। କିନ୍ତୁ ଏହି ଯୋଜନ ପଣ୍ଡ ହୋଇଯାଇଥିଲା। ସୁଟ୍‌ଆଉଟ୍‌ ପରେ ପୁଲିସ ଗୁଳିରେ ଦୁଇ ଜଣ ସୁଟର୍‌ ନିହତ ହୋଇଯାଇଥିଲେ ଏବଂ ଉମଙ୍ଗ କାର୍‌ ଧରି ସେଠାରୁ ଫେରାର ହୋଇଯାଇଥିଲା ବୋଲି ପୁଲିସ କହିଛି।

ପୁଲିସ ସୂଚନା ମୁତାବକ, ଉମଙ୍ଗ ଏବଂ ବିନୟ ଉଭୟ ହେଦରପୁର ବାସିନ୍ଦା। ଉମଙ୍ଗ ନିକଟରୁ ଏକ ଦେଶୀ ବନ୍ଧୁକ ଜବତ ହୋଇଛି। ଉମଙ୍ଗ ହେଉଛି ଟିଲୁର ସାଥୀ।

ଉଲ୍ଲେଖଯୋଗ୍ୟ ଯେ, ଶୁକ୍ରବାର ଦିନ ଦିଲ୍ଲୀର କୁଖ୍ୟାତ ଗ୍ୟାଙ୍ଗଷ୍ଟର ଜିତେନ୍ଦ୍ର ଓରଫ ଗୋଗିକୁ କୋର୍ଟ ଭିତରେ ଗୁଳି କରି ହତ୍ୟା କରାଯାଇଛି।  ଜିତେନ୍ଦ୍ରକୁ କୋର୍ଟର ୨ ନଂ ପ୍ରକୋଷ୍ଠରେ ବିଚାରପତିଙ୍କ ଆଗରେ ହାଜର କରାଯାଇଥିଲା। ଏହି ସମୟରେ ୨ ଜଣ ଆକ୍ରମଣକାରୀ ଓକିଲ ବେଶରେ ଆସି ସେଠାରେ ପହଞ୍ଚିଥିଲେ। ଶୁଣାଣି ଆରମ୍ଭ ହେଉଥିବା ବେଳେ ସେମାନେ ନିଜ ପାଖରେ ରଖିଥିବା ବନ୍ଧୁକ ବାହାର କରି ଜିତେନ୍ଦ୍ର ଉପରକୁ ଗୁଳି ମାଡ଼ କରିଥିଲେ। ଗୁଳିମାଡ଼ରେ ଘଟଣାସ୍ଥଳରେ ହିଁ ଜିତେନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଏଥିରେ ଆଉ ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା।

ପୁଲିସ୍‌ ପକ୍ଷରୁ ମଧ୍ୟ ଏହାର ପାଲଟା ଜବାବ ଦିଆଯାଇଥିଲା। ପୁଲିସ୍‌ ଗୁଳିରେ ୨ ଜଣ ଯାକ ଆକ୍ରମଣକାରୀ କୋର୍ଟ ରୁମରେ ହିଁ ପ୍ରାଣ ହରାଇଥିଲେ। ଏହି ଗୁଳିମାଡ଼ ଘଟଣାରେ ମୋଟ ୪ ଜଣଙ୍କ ମୃତ୍ୟୁ ଘଟିଥିଲା। ସୂଚନାଯୋଗ୍ୟ, ଜିତେନ୍ଦ୍ରକୁ ଦୁଇ ବର୍ଷ ତଳେ ଦିଲ୍ଲୀର ସ୍ପେଶାଲ ସେଲ ଗିରଫ କରିଥିଲା। ତା’ ନାଁରେ ବିଭିନ୍ନ ଥାନରେ ୧୦ରୁ ଅଧିକ ମାମଲା ରହିଛି।

The post କୋର୍ଟ ଭିତରେ ଗୁଳିମାଡ଼ ମାମଲା, ୨ ଗିରଫ appeared first on Odisha Reporter.



from Odisha Reporter https://ift.tt/2Zo1Tii

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages