ଆଇପିଏଲ୍ ପୂର୍ବରୁ ଇତିହାସ ରଚିଲା ଗେଲ ଓ ବ୍ରାଭୋଙ୍କ ଟିମ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 16, 2021

ଆଇପିଏଲ୍ ପୂର୍ବରୁ ଇତିହାସ ରଚିଲା ଗେଲ ଓ ବ୍ରାଭୋଙ୍କ ଟିମ୍

ନୂଆଦିଲ୍ଲୀ: ଆଇପିଏଲ୍ ଠିକ୍ ପୂର୍ବରୁ ଧମାକା କରିଛି କ୍ରିସ୍ ଗେଲ୍ ଓ ଡ୍ୱେନ୍ ବ୍ରାଭୋଙ୍କ ଟିମ୍। ବୁଧବାର ବିଳମ୍ବିତ ରାତିରେ ଖେଳାଯାଇଥିବା କ୍ୟାରିବିୟାନ୍ ପ୍ରିମିୟର ଲିଗ୍ (ସିପିଏଲ)ର ଫାଇନାଲରେ ଡ୍ୱେନ୍ ବ୍ରାଭୋଙ୍କ ନେତୃତ୍ୱାଧୀନ ସେଣ୍ଟ କିଟ୍ସ ଆଣ୍ଡ ନେଭିସ୍ ପାଟ୍ରିଅଟ୍ସ ୩ ୱିକେଟରେ ସେଣ୍ଟ ଲୁସିଆ କିଙ୍ଗସକୁ ପରାସ୍ତ କରି ପ୍ରଥମଥର ବିଜେତା ହୋଇଛି। ଏହା ପୂର୍ବରୁ ଗେଲଙ୍କ ଟିମ୍ ସେମିଫାଇନାଲରେ ଆମାଜନ ୱାରିୟର୍ସକୁ ହରାଇଥିଲା।

ରାହକୀମ କର୍ଣ୍ଣୱାଲ, ରୋଷ୍ଟନ୍ ଚେଜ୍ ଓ କୀମୋ ପଲଙ୍କ ଇନିଂସ ବଳରେ ସେଣ୍ଟ ଲୁସିଆ କିଙ୍ଗସ୍ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୫୯ ରନ୍ କରିଥିଲା। ଜବାବରେ ସେଣ୍ଟ କିଟ୍ସ ଆଣ୍ଡ ନେଭିସ୍ ପାଟ୍ରିଅଟ୍ସ ୨୦ ଓଭରରେ ୭ ୱିକେଟ୍ ହରାଇ ୧୬୦ ରନ୍ କରି ମ୍ୟାଚକୁ ଜିତି ନେଇଛି। ଏଥିସହ ବ୍ରାଭୋଙ୍କ ଟିମ୍ ପ୍ରଥମଥର ସିପିଏଲ୍ ଜିତି ଇତିହାସ ରଚିଛି। ସେଣ୍ଟ କିଟ୍ସ ଟିମର ଡୋମିନିକ୍ ଡ୍ରେକ୍ସ ମାତ୍ର ୨୪ ବଲରେ ୩ ଚୌକା ଓ ୩ ଛକା ସହ ଅପରାଜିତ ୪୮ ରନ୍ କରି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ସେହିପରି ପୂରା ସିରିଜରେ ଦମଦାର ପ୍ରଦର୍ଶନ କରିଥିବା ରୋଷ୍ଟନ୍ ଚେଜ୍ ପ୍ଲେୟର୍ ଅଫ୍ ଦି ସିରିଜ୍ ପୁରସ୍କାର ଜିତିଛନ୍ତି।

ଫାଇନାଲରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ସେଣ୍ଟ ଲୁସିଆର ଓପନିଂ ବ୍ୟାଟ୍ସମ୍ୟାନ୍ ତଥା କ୍ୟାପଟେନ୍ ଆନ୍ଦ୍ରେ ଫ୍ଲେଚର୍ (୧୧) ନିରାଶ କରିଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ମାର୍କ ଡେୟାର୍ (୧) ମଧ୍ୟ କିଛି ଖାସ୍ କରିପାରିନଥିଲେ। ତେବେ କର୍ଣ୍ଣୱାଲ୍ ଓ ଚେଜ ଟିମ୍ ପାଇଁ ଲଢ଼ିଥିଲେ। ଦୁହେଁ ତୃତୀୟ ୱିକେଟ୍ ପାଇଁ ୪୪ ରନର ଭାଗିଦାରୀ କରିଥିଲେ।

କର୍ଣ୍ଣୱାଲ୍ ୩୨ ବଲରେ ୫ ଚୌକା ଓ ୧ ଛକା ସହ ୪୩ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ଚେଜ୍ ମଧ୍ୟ ୪୩ ରନ୍ କରି ଆଉଟ୍ ହୋଇଥିଲେ। ତେବେ ଶେଷ ଆଡ଼କୁ କୀମୋ ପଲ୍ ଧୂଆଁଧାର ବ୍ୟାଟିଂ କରି ଦଳକୁ ୧୫୯ ରନରେ ପହଞ୍ଚାଇଥିଲେ। ପଲ୍ ମାତ୍ର ୨୧ ବଲରେ ୫ ଛକା ସହ ୩୯, ଡେଭିଡ୍ ୱିସେ ୨ ଓ ଟିମ୍ ଡେଭିଡ୍ ୧୦ ରନ୍ କରିଥିଲା। ସେଣ୍ଟ କିଟ୍ସ ଆଣ୍ଡ ନେଭିସ୍ ପାଟ୍ରିଅଟ୍ସ ପକ୍ଷରୁ ଫୱାଦ୍ ଅହମ୍ମଦ ଓ ନଶୀମ ଶାହ ୨ଟି ଲେଖାଏ ସଫଳତା ପାଇଥିଲା।

୧୬୦ ରନର ଲକ୍ଷ୍ୟର ପିଛା କରୁଥିବା ସେଣ୍ଟ କିଟ୍ସ ଆଣ୍ଡ ନେଭିସ୍ ପାଟ୍ରିଅଟ୍ସ ମଧ୍ୟ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦୁଇ ଇନଫର୍ମ ଓପ୍ନର କ୍ରିସ୍ ଗେଲ୍ (୦) ଓ ଏଭିନ୍ ଲୁଇସ୍ (୬) ଦୁଇ ଅଙ୍କ ଛୁଇଁବା ପୂର୍ବରୁ ପ୍ୟାଭିଲିୟନ୍ ଫେରିଥିଲେ। ଏହା ପରେ ମଧ୍ୟ ଦଳର ୱିକେଟ୍ ପତନ ପ୍ରକ୍ରିୟା ଜାରି ରହିଥିଲା। ତେବେ ଡ୍ରେମ୍ସଙ୍କ ଧୂଆଁଧାର ବ୍ୟାଟିଂ ଟିମକୁ ବିଜୟୀ କରାଇଥିଲା। ଡ୍ରେକ୍ସଙ୍କ ବ୍ୟତୀତ ଜୋଶୁଆ ଡା ସିଲଭା ୩୭, ଶେରଫେନ୍ ରଦରଫୋର୍ଡ ୨୫ ଓ ଫାବିଆନ୍ ଆଲୋନ୍ ୨୦ ରନ୍ କରିଥିଲେ।

The post ଆଇପିଏଲ୍ ପୂର୍ବରୁ ଇତିହାସ ରଚିଲା ଗେଲ ଓ ବ୍ରାଭୋଙ୍କ ଟିମ୍ appeared first on Odisha Reporter.



from Odisha Reporter https://ift.tt/3ltdRPh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages