ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଉପରେ ଖପ୍ପା ହୋଇଛନ୍ତି ଭାରତୀୟ ବୈଜ୍ଞାନିକ। ଭାରତ ବାୟୋଟେକ୍ର ଟିକା କୋଭାକ୍ସିନ୍କୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ତଥା ହୁ’ ଜରୁରୀକାଳୀନ ବ୍ୟବହାର ତାଲିକାରେ ରଖି ଥିବାଯୋଗୁଁ ଭାରତୀୟ ବୈଜ୍ଞାନିକଙ୍କ ଏକ ଜାତୀୟ ନେଟୱାର୍କ ଉଦ୍ବେଗ୍ ପ୍ରକାଶ କରିଛି। ଏହା ଏବେ ଭାରତ ପାଇଁ ଚିନ୍ତାର କାରଣ ସାଜିଛି। ଯେଉଁଠି ୧୨ ବର୍ଷର ଛୁଆଙ୍କୁ ଦେବା ପାଇଁ ଜାଇଡସ୍ କାଡିଲା ଟିକା ଜାଇକୋଭ୍-ଡିକୁ ଅନୁମତି ମିଳିଛି ସେଠି କୋଭାକ୍ସିନ୍କୁ କାହିଁକି ଅନୁମୋଦନ ମିଳିନି ବୋଲି ବୈଜ୍ଞାନିକମାନେ ପ୍ରଶ୍ନ କରିଛନ୍ତି।
କୋଭାକ୍ସିନ୍ ଟିକା ଅନୁମତି ଦେବା ପାଇଁ ହୁ’ ବିଳମ୍ବ କରୁଛି। ଏହାକୁ ନେଇ ଇଣ୍ଡିଆନ୍ ପିପୁଲ୍ସ ସାଇନ୍ସ ନେଟ୍ୱର୍କ କହିଛି, ହୁ’ ଅନୁମତି ମିଳିନଥିବା ଯୋଗୁଁ ଭାରତ ଏହି ଟିକାକୁ ବିଦେଶକୁ ପଠାଇ ପାରୁନି। ତଥା ଏହି ଟିକା ନେଇଥିବା ବ୍ୟକ୍ତିଙ୍କ ବିଦେଶ ଯାତ୍ରା ମଧ୍ୟ ପ୍ରଭାବିତ ହୋଇଛି।
ବୁଧବାର ଏକ ବିବୃତ୍ତିରେ କୁହାଯାଇଛି ଯେ, AIPSN କୋଭାକ୍ସିନଙ୍କ ଟ୍ରାଏଲ ଓ ତଥ୍ୟକୁ ପ୍ରକାଶ କରିବା ପାଇଁ ପୂର୍ବରୁ କହିଛି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଟିକା ନେଇ ଯେଉଁ ପ୍ରଶ୍ନ ଉଠାଇଛି ତାହା ଦ୍ୱାରା ଭାରତର ପ୍ରତିଷ୍ଠା ଉପରେ ଗଭୀର ଆଞ୍ଚ ଆଣିଛି। ଏଥିସହ ଭାରୀତୟ ବୈଜ୍ଞାନିକଙ୍କ ନିୟାମକ ପ୍ରଣାଳୀର ସ୍ଥିତିକୁ ବିଚଳିତ କରିଦେଇଛି। ବର୍ତ୍ତମାନ ଏହାକୁ ନେଇ ଆନ୍ତର୍ଜାତୀୟ ଯାଞ୍ଚ ସନ୍ଦେହ ଘେରକୁ ଆସିପାରେ ବୋଲି କୁହାଯାଇଛି।
ଅନ୍ୟପଟେ ଟିକା ଉପରେ ପ୍ରକାଶିତ ସରକାରୀ ଦଲିଲ ଅନୁଯାୟୀ, ଅକ୍ଟୋବରରେ କୋଭାକ୍ସିନକୁ ଅନୁମୋଦନ କରିବା ପାଇଁ ହୁ’ ଚୂଡ଼ାନ୍ତ ନିଷ୍ପତ୍ତି ନେବ। ଅକ୍ଟୋବର ୫ ତାରିଖରେବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବୈଜ୍ଞାନିକ ଏକ୍ସପର୍ଟ ଗ୍ରୁପ (SAGE) କୋଭାକ୍ସିନକୁ ଅନୁମୋଦନ କରିବା ପାଇଁ ବୈଠକ ଡାକିଛି। ଏହି ବୈଠକରେ ହୁ’ ପକ୍ଷରୁ କୋଭାକ୍ସିନ୍କୁ ଗ୍ରୀନ୍ ସିଗ୍ନାଲ୍ ମିଳିବ ନା ନାହିଁ ସେ ନେଇ ନିଷ୍ପତି ହେବ।
ଏହି ବୈଠକରେ SAGEର ବୈଜ୍ଞାନିକଙ୍କ ବ୍ୟତୀତ ଭାରତ ବୟୋଟେକ୍ର ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ରହିବେ। ଉଲ୍ଲେଖନୀୟ ବିଷୟ ହେଉଛି, ଏହି ଭାରତରେ କରାଯାଇଥିବା ଟିକା ପରୀକ୍ଷଣ ତଥ୍ୟ ଆଧାରରେ ଏହାର ନିରାପଦ ତଥା ପ୍ରଭାବଶାଳୀ ହେବା ନେଇ ଆଲୋଚନା ହେବ। ଏହା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ଟିକା ଅନୁମୋଦନ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବ।
The post ହୁ’ ଉପରେ ଖପ୍ପା ଭାରତୀୟ ବୈଜ୍ଞାନିକ appeared first on Odisha Reporter.
from Odisha Reporter https://ift.tt/3kTJbYb
No comments:
Post a Comment