ଆତ୍ମହତ୍ୟା କରିବା ପାଇଁ ଫ୍ଲାଏଓଭର ଉପରେ ଚଢ଼ିଥିଲେ, କିନ୍ତୁ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 13, 2021

ଆତ୍ମହତ୍ୟା କରିବା ପାଇଁ ଫ୍ଲାଏଓଭର ଉପରେ ଚଢ଼ିଥିଲେ, କିନ୍ତୁ…

ନୂଆଦିଲ୍ଲୀ: ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିଲେ ବ୍ୟକ୍ତି। ଫ୍ଲାଏ ଓଭରରୁ ଉପରୁ ଡେଇଁ ସେ ଆତ୍ମହତ୍ୟା କରିବାକୁ ଯାଇଥିଲେ। କିନ୍ତୁ ଆତ୍ମହତ୍ୟା କରିପାରିଲେ ନାହିଁ। ଏତିକି ବେଳେ ତାଙ୍କ ଜୀବନ ବଞ୍ଚାଇଦେଲା ପୁଲିସ। ତାଙ୍କୁ ଆତ୍ମହତ୍ୟା କରିବାରୁ ଅଟକଇଲା ପୁଲିସ। ଏଭଳି ଏକ ଘଟଣା ଘଟିଛି ରାଜଧାନୀ ଦିଲ୍ଲୀରେ।

ଗତକାଲି ସନ୍ଧ୍ୟା ୬ଟା ବେଳେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଏଥିପାଇଁ ସେ ଦିଲ୍ଲୀର ଆଣ୍ଡ୍ରିୟୁ ଗଞ୍ଜ ଫ୍ଲାଏଓଭର ଉପରେ ଚଢ଼ି ଯାଇଥିଲେ। ଏହି ସମୟରେ ପୁଲିସ ଉକ୍ତ ବ୍ୟକ୍ତିଙ୍କୁ ରକ୍ଷା କରିଛି।

ପୁଲିସର କହିବା ମୁତାବକ, ଉକ୍ତ ବ୍ୟକ୍ତି ଜଣକ ଆତ୍ମହତ୍ୟା କରିବା ପାଇଁ ଗତକାଲି ଫ୍ଲାଏଓଭରର ରେଲିଂ ଉପରେ ଚଢ଼ି ଯାଇଥିଲେ। ‘ମୁଁ ମାରିବାକୁ ଚାହେଁ’ ବୋଲି ପାଟି କରି କହିଥିଲେ।  ଏହି ସମୟରେ ପୁଲିସ ଷ୍ଟେସନକୁ କେହି ଜଣେ ବ୍ୟକ୍ତି ଉକ୍ତ ଘଟଣା ବିଷୟରେ ସୂଚନା ଦେଇଥିଲେ। ପରେ ଘଟଣାସ୍ଥଳରେ ପିସିଆର୍‌ ଭ୍ୟାନ୍‌ ଏବଂ  ପୁଲିସର ଏକ ଟିମ୍‌ ପହଞ୍ଚି ଥିଲା।

ସମ୍ପୃକ୍ତ ବ୍ୟକ୍ତି ଜଣକୁ ଜଣେ ପୁଲିସ ଅଧିକାରୀ କଥାରେ ବ୍ୟସ୍ତ ରଖି ତାଙ୍କ ପାଖକୁ ଧୀରେ ଧୀରେ ଯାଇ ଫ୍ଲାଏଓଭର ବ୍ରିଜ ରେଲିଂ ଉପରୁ ଟାଣି ଆଣିଥିଲେ। ଏଭଳି ଭାବେ  ବୁଦ୍ଧି ଖଟାଇ ଉକ୍ତ ବ୍ୟକ୍ତିଙ୍କୁ ଆତ୍ମହତ୍ୟା କରିବାରୁ ପୁଲିସ ଅଟକାଇ ଥିଲା ବୋଲି ଥାନା ଅଧିକାରୀ କହିଛନ୍ତି।

ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିବା ଉକ୍ତ ବ୍ୟକ୍ତି ଜଣକ ଉତ୍ତରାଖଣ୍ଡ ଅମରୋହା ଅଞ୍ଚଳର ବାସିନ୍ଦା। ତାଙ୍କ ନାଁ ଜଗତ ସିଂହ ବିଷ୍ଟ, ବୟସ ୪୦ ବର୍ଷ। ସେ ବର୍ତ୍ତମାନ ଦିଲ୍ଲୀର ହଜଖସ ଅଞ୍ଚଳରେ ରହୁଥିଲେ। ସେ ଫୁଡ୍‌ ଡେଲିଭରୀ ବୟ ଭାବେ ଏକ କମ୍ପାନୀ ପାଇଁ କାମ କରନ୍ତି।  ସେ ନିଜ ଜୀବନ ପ୍ରତି ନିରାଶ ହୋଇ ମରିବାକୁ ଚାହୁଁଥିଲେ ବୋଲି ପୁଲିସ କହିଛି। ତାଙ୍କୁ ଉଦ୍ଧାର କରି ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

The post ଆତ୍ମହତ୍ୟା କରିବା ପାଇଁ ଫ୍ଲାଏଓଭର ଉପରେ ଚଢ଼ିଥିଲେ, କିନ୍ତୁ… appeared first on Odisha Reporter.



from Odisha Reporter https://ift.tt/3AbbjeD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages