ତାଲିବାନର ନୂଆ ନିୟମ: ଏଣିକି ଦାଢି କାଟିଲେ ମିଳିବ ଦଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 26, 2021

ତାଲିବାନର ନୂଆ ନିୟମ: ଏଣିକି ଦାଢି କାଟିଲେ ମିଳିବ ଦଣ୍ଡ

କାବୁଲ: ବନ୍ଧୁକ ମୁନରେ ଆଫଗାନକୁ ଦଖଲ କରିଥିବା ତାଲିବାନ ଇସଲାମକୁ ଢାଳ କରି ନିଜର କ୍ରୂରତାକୁ ଦେଶବାସୀଙ୍କ ଉପରେ ଲଦି ଦେଉଛି। ଧିରେ ଧିରେ ତାଲିବାନ ନିଜ ୨୦ ବର୍ଷ ପୁରୁଣା ରଙ୍ଗ ଦେଖାଇବାକୁ ଆରମ୍ଭ କରିଛି। ସରକାର ଗଠନ ବେଳେ  ସମସ୍ତଙ୍କ ସୁରକ୍ଷା ଓ ଅଧିକାରକୁ ପ୍ରାଥମିକତା ଦେବାକୁ ଘୋଷଣା କରିଥିବା ତାଲିବାନ କିନ୍ତୁ ଧିରେ ଧିରେ ତାହାର ଓଲଟା ପଦକ୍ଷେପ ସବୁ ଗ୍ରହଣ କରୁଛି।

ପ୍ରଥମେ ମହିଳାଙ୍କୁ ଟାର୍ଗେଟ କରୁଥିବା ତାଲିବାନ ଏବେ ଶିଶୁ, ପୁରୁଷମାନଙ୍କ ସ୍ୱାଧୀନତା ଉପରେ ବି ବେଡି ପକାଇବାରେ ଲାଗିଛି।   ତାଲିବାନ ଦ୍ୱାରା ଘୋଷଣା କରାଯାଉଥିବା ନୂଆ ନିୟମ ମାନିବାକୁ ମନା କଲେ ମୃତ୍ୟୁଦଣ୍ଡ ହିଁ ଏକମାତ୍ର ବିକଳ୍ପ ରହୁଛି। ଏପରିକି ମହିଳାଙ୍କୁ ସର୍ବସମ୍ମୁଖରେ ବିଚ୍‌ ରାସ୍ତାରେ ପ୍ରହାର କରାଯାଉଥିବା ବେଳେ ନିୟମ ଉଲ୍ଲଘଂନକାରୀଙ୍କୁ ସର୍ବସମ୍ମୁଖରେ ଝୁଲାଇ ଫାଶୀ ଦଣ୍ଡ ଦିଆଯାଉଛି।

କ୍ରୂର, ନିଷ୍ଠୁର ତାଲିବାନୀ ଏବେ ପୁରୁଷଙ୍କ ପାଇଁ ନୂଆ ନିୟମ ପ୍ରଣୟନ କରିଛନ୍ତି। ନୂଆ ନିୟମ ଅନୁଯାୟୀ, ଏବେ ଆଫଗାନର ନାଗରିକଙ୍କୁ ସେଭିଂ ହେବାର ତଥା ଦାଢି କାଟିବାକୁ ଆଉ ଅନୁମତି ମିଳିବ ନାହିଁ। ଏହି ନିୟମ ଉଲ୍ଲଘଂନକାରୀଙ୍କୁ ଶରିଆ ନିୟମ ଅନୁଯାୟୀ, କଠୋର ଦଣ୍ଡ ଦିଆଯିବ।

ଏହାବାଦ ତାଲିବାନ ପକ୍ଷରୁ ହଜାରା ସମୁଦାୟ ଲୋକଙ୍କ ଉପରେ ବି ବଳ ପ୍ରୟୋଗ କରାଯାଉଛି। ପିଢି ପିଢି ଧରି ରହି ଆସିଥିବା ସେମାନଙ୍କ ଜମିକୁ ଜୋରଜବରଦସ୍ତି ଭାବେ ଛଡ଼ାଇ ନିଆଯାଉଛି। ଏପରିକି ସେମାନଙ୍କୁ ଭୂମିହୀନ କରାଯିବା ସହ ଘରୁ ମଧ୍ୟ ବାହାର କରି ଦିଆଯାଉଛି। ଏପରିକି ଜମିରେ ହୋଇଥିବା ସେମାନଙ୍କ ଫସଲକୁ ଲୁଟି ନେଉଛନ୍ତି ତାଲିବାନୀ।

କିଛି ଦିନ ପୂର୍ବେ ଆଫଗାନିସ୍ତାନରେ ମିଡିଆ ସ୍ୱାଧୀନତାକୁ ସଙ୍କୁଚିତ କରିବା ପାଇଁ ତାଲିବାନ ପକ୍ଷରୁ ନ୍ୟୁଜ ସଂସ୍ଥାଗୁଡ଼ିକ ପାଇଁ ନୂଆ ନିୟମ ଜାରି କରାଯାଇଛି।  ଇସଲାମର ବିଚାରଧାରା ବାହାରେ କିମ୍ବା ଦେଶର ନେତୃବୃନ୍ଦଙ୍କୁ ଅପମାନିତ କରିବା ଭଳି ବିଷୟବସ୍ତୁ ମିଡିଆ ଅର୍ଗାନାଇଜେସନ ଗୁଡ଼ିକ ପ୍ରସାରଣ କିମ୍ବା ପ୍ରକାଶ କରିପାରିବେ ନାହିଁ ବୋଲି ତାଲିବାନ ତା’ର ନୂଆ ନିୟମରେ କହିଛି।

ସେହିପରି ସାମ୍ବାଦିକମାନଙ୍କୁ ତାଲିବାନ ପକ୍ଷରୁ ସରକାରୀ ମିଡିଆ ଅଫିସ ସହ ଯୋଗାଯୋଗ କରି ଖବର ଓ ଫିଚର ଷ୍ଟୋରୀ ପ୍ରକାଶ କରିବାକୁ ପରାମର୍ଶ ଦିଆଯାଇଛି। ତାଲିବାନ ସରକାରର ବିନା ଅନୁମତିରେ କୌଣସି ଖବର ପ୍ରକାଶ କରାଯିବନି ବୋଲି ନୂଆ ନିୟମରେ କୁହାଯାଇଛି।

The post ତାଲିବାନର ନୂଆ ନିୟମ: ଏଣିକି ଦାଢି କାଟିଲେ ମିଳିବ ଦଣ୍ଡ appeared first on Odisha Reporter.



from Odisha Reporter https://ift.tt/39HOWlA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages