ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ଗ୍ରାଫ୍ ତଳମୁହାଁ ହୋଇଥିଲେ ବି ବେଶ୍ କିଛି ଦିନ ଧରି ୫ ଶହ ଉପରେ ରହୁଥିଲା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ଏଥିରେ ସାମାନ୍ୟ ବ୍ରେକ ଲାଗିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୪୪ ପଜିଟିଭ ଚିହ୍ନଟ ହୋଇଛନ୍ତି।
ଚିହ୍ନଟ ୪୨୮ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର କେବଳ ୫୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୪୨୮ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ରୁ ୨୫୨ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ହେଉଛି ୧୭୬ । ଖୋର୍ଦ୍ଧାରୁ ସର୍ବାଧିକ ୧୭୦ ପଜିଟିଭ ଚିହ୍ନଟ ହୋଇଛନ୍ତି।
ଏହାବାଦ ଅନୁଗୋଳରୁ ୮ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ୧୬, ବରଗଡ଼ରୁ ଜଣେ, ଭଦ୍ରକରୁ୪, ବଲାଙ୍ଗିରରୁ ୩, କଟକରୁ ୭୩, ଦେବଗଡ଼ରୁ ଜଣେ, ଢେଙ୍କାନାଳରୁ ୩, ଗଞ୍ଜାମରୁ ୬, ଜଗତସିଂହପୁର ୧୩, ଯାଜପୁର ୨୨,ଝାରସୁଗୁଡ଼ା ୩, କେନ୍ଦ୍ରାପଡ଼ା ୫,କେନ୍ଦୁଝର ୩, ମୟୂରଭଞ୍ଜ ୩୭, ନୟାଗଡ଼ ୮, ନୂଆପଡ଼ା ଜଣେ, ପୁରୀ ୭,ରାୟଗଡ଼ା, ୯, ସମ୍ବଲପୁର ୭, ସୋନପୁରରୁ ୨,ସୁନ୍ଦରଗଡ଼ ୫ ଓ ଷ୍ଟେଟପୁଲରୁ ୩୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୨୪ ,୭୬୪ ବୃଦ୍ଧି ପାଇଛି। ସେଥିମଧ୍ୟରୁ୧୦,୧୦୮ ,୨୯ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ଆକ୍ଟିଭ କେସ୍ ହେଉଛି ୫୭୦୨।
ସ୍ୱାସ୍ଥ୍ୟ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ଆଉ ୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ୫ ମୃତକଙ୍କ ମଧ୍ୟରୁ ସୁନ୍ଦରଗଡ଼ରୁ ୩ ଜଣ ହୋଇଥିବା ବେଳେ ନବରଙ୍ଗପୁରରୁ ୨ ଜଣ ଆକ୍ରାନ୍ତ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮,୧୮୦କୁ ବୃଦ୍ଧି ପାଇଛି।
The post ତଳମୁହାଁ କରୋନା ଗ୍ରାଫ୍, ୪୪୪ ପଜିଟିଭ ଚିହ୍ନଟ appeared first on Odisha Reporter.
from Odisha Reporter https://ift.tt/3o9hLzw
No comments:
Post a Comment