କୋଲକାତା: ପଶ୍ଚିମବଙ୍ଗ ହାଇ ପ୍ରୋଫାଇଲ ବିଧାନସଭା ସିଟ୍ ଭବାନୀପୁର ଉପନିର୍ବାଚନକୁ ନେଇ ଏବେ ରାଜନୀତି ସରଗରମ। ଆରମ୍ଭ ହୋଇଛି ଜୋରଦାର ପ୍ରଚାର। ମଇଦାନକୁ ଓହ୍ଲାଇଛନ୍ତି ବିଜେପି ମହିଳା ପ୍ରାର୍ଥୀ ପ୍ରିୟଙ୍କା ଟିବରେୱାଲ। ଶାସକ ଦଳକୁ ମାତ୍ ଦେଇ ଆସନ ହାତେଇବା ପାଇଁ କରୁଛନ୍ତି ଉଦ୍ୟମ। ମମତାଙ୍କ ବିରୋଧରେ ଦେଇଛନ୍ତି ଯୁଦ୍ଧଂଦେହି ଡାକରା। ଆଜି ସେ ଭିକ୍ଟୋରିଆ ମେମୋରିଆଲରୁ ନିର୍ବାଚନ ପ୍ରଚାର କରିଛନ୍ତି। ଏଥିସହ ନିର୍ବାଚନୀ ପରର ହିଂସା ନେଇ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି।
ବିଧାନସଭା ଉପନର୍ବାଚନରେ ତାଙ୍କ ବିଜୟ ସୁନିଶ୍ଚିତ। କାରଣ ସେ ସର୍ବଦା ଅନ୍ୟାୟ ବିରୋଧରେ ଲଢ଼େଇ କରିଛନ୍ତି ବୋଲି ପ୍ରିୟଙ୍କା ଦାବି କରିଛନ୍ତି। ବିଧାନସଭା ଉପ-ନିର୍ବାଚନରେ ଭବାନୀପୁର ଆସନରୁ ବିଜେପିର ପ୍ରାର୍ଥୀ ପ୍ରିୟଙ୍କା ଟିବରେୱାଲ କହିଛନ୍ତି, ଭବାନୀପୁରରେ ନିର୍ବାଚନ ସ୍ୱଚ୍ଛତା ସହିତ କରାଯିବ ନାହିଁ, କାରଣ ଶାସକ ତୃଣମୂଳ କଂଗ୍ରେସ ଗଣତାନ୍ତ୍ରିକ ବ୍ୟବସ୍ଥାରେ ବିଶ୍ୱାସ କରେ ନାହିଁ, ସେ ହିଂସା ରାଜନୀତି କରେ।
ସେ ଆହୁରି କହିଛନ୍ତି, ‘ମୁଁ ନିଜ ବିୟକୁ ନେଇ ଆଶାବାଦୀ, କାରଣ ମୁଁ ଲୋକଙ୍କ ପାଇଁ ଲଢ଼ୁଛି। ବିଧାନସଭା ନିର୍ବାଚନରେ ମମତା ସରକାର ହତ୍ୟାର ଖେଳ ଖେଳିଛି, ଯଦି ସେ ପୁର୍ନବାର ଏଭଳି କରନ୍ତି ତେବେ ଗଣତନ୍ତ୍ରର କୌଣସି ଅର୍ଥ ହିଁ ରହିବ ନାହିଁ। ଶାସକ ଦଳ ସର୍ବଦା ହତ୍ୟାକାରୀଙ୍କୁ ସମର୍ଥନ କରିଛି। ଏହା ବିରୋଧରେ ଆମକୁ ସ୍ୱର ଉତ୍ତୋଳନ କରିବାକୁ ପଡିବ ବୋଲି ସେ କହିଛନ୍ତି। ଏଥିସହ ଭବାନୀପୁରର ପ୍ରତ୍ୟେକ ୱାର୍ଡକୁ ଭୋଟ୍ ଦେବାକୁ ଅନୁମତି ଦିଆଯାଉ ବୋଲି ସେ କହିଛନ୍ତି।
ମମତାଙ୍କୁ ଟାର୍ଗେଟ କରି ପ୍ରିୟଙ୍କା କହିଛନ୍ତି, ‘ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ହିଁ ବନି ରହିବାକୁ ଚାହୁଁଛନ୍ତି। ଏଥିପାଇଁ ଭବାନୀପୁରରେ ଉପନର୍ବାଚନ ହେଉଛି। ସେ ନିଜ କ୍ଷମତା ଛାଡିବାକୁ ଚାହୁଁନଥିବାରୁ ଏହି ନିର୍ବାଚନ ଅନୁଷ୍ଠିତ ହେଉଛି।’ ପ୍ରିୟଙ୍କା ଟିବରେୱାଲ କହିଛନ୍ତି, ‘ବଙ୍ଗଳାକୁ ବଞ୍ଚାଇବା ଏବଂ ବଙ୍ଗଳାକୁ ହିଂସା ମୁକ୍ତ କରିବା ତାଙ୍କର ଲକ୍ଷ୍ୟ। ଏହା ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ୱ ଥିଲା, କିନ୍ତୁ ସେ ତାହା କଲେ ନାହିଁ। ବିଧାନସଭା ନିର୍ବାଚନ ପରଠାରୁ ମହିଳାଙ୍କୁ ବଳାତ୍କାର ଓ ହତ୍ୟା ଭଳି ଘଟଣା ଘଟିଛି। ଅନେକ ଲୋକ ଏବେ ବି ବାସହୀନ ଅଛନ୍ତି। ଏହା ବିରୋଧରେ ଆମକୁ ସ୍ୱର ଉଠାଇବାକୁ କରିବାକୁ ପଡିବ।’ ସେପଟେ ପଶ୍ଚିମବଙ୍ଗ ବିଜେପି ଅଧ୍ୟକ୍ଷ ଦିଲୀପ ଘୋଷ ମଧ୍ୟ ପ୍ରିୟଙ୍କା ଟିବରେୱାଲଙ୍କ ପକ୍ଷରେ ପ୍ରଚାର କରିଥିବା ଦେଖିବାକୁ ମିଳିଛି।
ପଶ୍ଚିମବଙ୍ଗ ଭବାନୀପୁର ବିଧାନସଭା ଉପନିର୍ବାଚନ ଆସନ୍ତା ୩୦ ତାରିଖରେ ହେବ। ତେବେ ଏହି ଆସନରୁ ଖୋଦ୍ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରାର୍ଥୀ ହୋଇଛନ୍ତି। ତାଙ୍କୁ କଡା ଟକ୍କର ଦେବା ପାଇଁ ବିଜେପି ପ୍ରିୟଙ୍କା ଟିବରେୱାଲଙ୍କୁ ମଇଦାନକୁ ଓହ୍ଲାଇଛି। ଶୁକ୍ରବାର ଏହି ଆସନ ପାଇଁ ମମତା ନାମାଙ୍କନ ପତ୍ର ଦାଖଲ କରିସାରିଥିବା ବେଳେ ଆସନ୍ତାକାଲି ପ୍ରିୟଙ୍କା ନିଜ ନାମାଙ୍କନ ପତ୍ର ଦାଖଲ କରିବେ।
West Bengal | State BJP president Dilip Ghosh and party's candidate for the by-polls to Bhabanipur constituency paint the party symbol on a wall in the assembly constituency as they kickstart the poll campaign pic.twitter.com/yJLSsfX6XG
— ANI (@ANI) September 12, 2021
The post ମଇଦାନକୁ ଓହ୍ଲାଇଲେ ପ୍ରିୟଙ୍କା, ମମତାଙ୍କ ବିରୋଧରେ ଦେଲେ ଯୁଦ୍ଧଂଦେହି ଡ଼ାକରା appeared first on Odisha Reporter.
from Odisha Reporter https://ift.tt/2YOXS6p
No comments:
Post a Comment