ବାର୍‌ହା ଶିକାର ପାଇଁ ବିଛାଇଥିଲେ ବିଦ୍ୟୁତ୍‌ ତାର, ଚାଲିଗଲା ନିଜ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 12, 2021

ବାର୍‌ହା ଶିକାର ପାଇଁ ବିଛାଇଥିଲେ ବିଦ୍ୟୁତ୍‌ ତାର, ଚାଲିଗଲା ନିଜ ଜୀବନ

ସୋନପୁର (ରବୀନ୍ଦ୍ର ହୋତା): ବାର୍‌ହା ଶିକାର ପାଇଁ ବିଛାଇଥିଲେ ଜୀବନ୍ତ ବିଦ୍ୟୁତ୍‌ ତାର। କିନ୍ତୁ ସେହି ତାର ସଂସ୍ପର୍ଶରେ ଆସି ହରାଇଲେ ନିଜ ଜୀବନ। ଏମିତି ଏକ ଅଭିଯୋଗ ଆସିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅଞ୍ଚଳରୁ।

ମୃତ ବ୍ୟକ୍ତିଙ୍କ ନାଁ ହରିଶ୍ଚନ୍ଦ୍ର ପଧାନ। ତାଙ୍କ ଘର ବାଘପାଲି ଗାଁରେ। ତାଙ୍କ ମୃତଦେହକୁ ଉଲୁଣ୍ଡା ରେଞ୍ଜ କୋଟସମଲାଇ ଜଙ୍ଗଲରୁ ଉଦ୍ଧାର କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଆଜି ସକାଳେ ସ୍ଥାନୀୟ ଲୋକେ ଏ ସଂପର୍କରେ ଜାଣିବାକୁ ପାଇଥିଲେ।

ଖବର ପାଇ ଉଲୁଣ୍ଡା ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ସେହିପରି ବୀରମହାରାଜପୁର ଥାନା ପୁଲିସ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।

The post ବାର୍‌ହା ଶିକାର ପାଇଁ ବିଛାଇଥିଲେ ବିଦ୍ୟୁତ୍‌ ତାର, ଚାଲିଗଲା ନିଜ ଜୀବନ appeared first on Odisha Reporter.



from Odisha Reporter https://ift.tt/3A74PNJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages