ଆମେରିକାର ହିଟ୍‌ ଲିଷ୍ଟରେ ଥିବା ସିରାଜୁଦ୍ଦିନ ହକ୍କାନୀ ଏବେ ଆଫଗାନ ଗୃହ ମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 7, 2021

ଆମେରିକାର ହିଟ୍‌ ଲିଷ୍ଟରେ ଥିବା ସିରାଜୁଦ୍ଦିନ ହକ୍କାନୀ ଏବେ ଆଫଗାନ ଗୃହ ମନ୍ତ୍ରୀ

କାବୁଲ: ବନ୍ଧୁକ ମୁନରେ ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନ ପକ୍ଷରୁ ଗଠନ କରାଯାଇଛି କାମଚଳା ସରକାର। ଅବଶ୍ୟ ଏହା ଆଫଗାନର ସ୍ଥାୟୀ ସରକାର ନୁହେଁ। ତେବେ ଆମେରିକା ନେତୃତ୍ୱାଧୀନ ସାମରିକ ମେଣ୍ଟ ଓ ଆଫଗାନିସ୍ତାନ ସରକାର ବିରୋଧରେ ଯୁଦ୍ଧରେ ପ୍ରମୁଖ ଭୂମିକା ନେଇଥିବା ତାଲିବାନୀର ବହୁ ଦୁର୍ଦ୍ଦଶ ଆତଙ୍କବାଦୀଙ୍କୁ ମିଳିଛି କ୍ୟାବିନେଟ ପାହ୍ୟା।   ଭାରତକୁ ନିଜ ପ୍ରଥମ ଶତ୍ରୁ ଭାବୁଥିବା ତଥା ଆମେରିକାର ହିଟ୍‌ ଲିଷ୍ଟରେ ଥିବା ଦୁର୍ଦ୍ଦଶ ଆତଙ୍କବାଦୀ ସିରାଜୁଦ୍ଦିନ ହକ୍କାନୀଙ୍କୁ ମିଳିଛି ଆଫଗାନିସ୍ତାନର ଗୃହ ମନ୍ତ୍ରୀ ପଦ । ହକ୍କାନୀଙ୍କ ମୁଣ୍ଡ ଉପରେ ଆମେରିକା ପ୍ରାୟ ୩୬ କୋଟିର ପୁରସ୍କାର ରାଶି ଘୋଷଣା କରିଥିଲା। ଫଳରେ ପରଦା ଆଢ଼ୁଆଳରେ ରହି ନିଜ ଆତଙ୍କବାଦୀ ସଙ୍ଗଠନ ଚଳାଉଥିବା ହକ୍କାନୀ ସଙ୍ଗଠନ ଏବେ ସର୍ବସମ୍ମୁଖକୁ ଚାଲି ଆସିଛି।

ହକ୍କାନୀ ପ୍ରଥମେ ପ୍ରତିରକ୍ଷା ମନ୍ତ୍ରୀ ମଦ ପାଇଁ ନିଜ ଜିଦ୍‌ରେ ଅଡ଼ି ବସିଥିଲେ। ଏଥିପାଇଁ  ତାଙ୍କର ମୁଲ୍ଲା ଉମରଙ୍କ ପୁଅ ମୁଲ୍ଲା ୟୁକୁବ ଓ ତାଲିବାନର ସହ-ସଂସ୍ଥାପକ ମୁଲ୍ଲ ଅବଦୁଲ ଗନି ବରାଦରଙ୍କ ସହ ମୁହାଁମୁହିଁ ହୋଇଥିଲା। ବହୁତ ଟଣାଓଟରା ପରେ ହକ୍କାନୀ ଗୃହମନ୍ତ୍ରୀ ପାଇଁ ରାଜି ହୋଇଥିଲେ।

ବହୁ ଆତଙ୍କୀ ହାମଲାରେ ସାମିଲ ଥିବା ହକ୍କାନୀ ସଙ୍ଗଠନ ଆଫଗାନ ସରକାରଙ୍କୁ, ସେନାକୁ ଟାର୍ଗେଟ କରୁଥିବା ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଉପରେ ହୋଇଥିବା ଆକ୍ରମଣରେ ମଧ୍ୟ ସାମିଲ ଥିଲା । ତେଣୁ ଆମେରିକାର ଏଫବିଆଇ ଏଜେନ୍ସିଂ ହିଟ୍‌ ଲିଷ୍ଟରେ ଥିଲେ ହକ୍କାନୀ । ଏପରିକି ଆମେରିକା ତାଙ୍କ ମୁଣ୍ଡ ଉପରେ ୫ ମିଲିୟନ ଡଲାର ଅର୍ଥାତ ୩୬ କୋଟିର ପୁରସ୍କାର ରଖିଥିଲା।

ଜଲ୍ଲାଉଦ୍ଦିନ ହକ୍କାନୀଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ସିରାଜୁଦ୍ଦିନ ହକ୍କାନୀ ନେଟୱର୍କର ମୁଖିଆ ହୋଇଥିଲା । ହକ୍କାନୀ ଗ୍ରୁପ୍‌ ପାକିସ୍ତାନ-ଆଫଗାନିସ୍ତାନ ବର୍ଡରରେ ତାଲିବାନର ଆର୍ଥିକ ଓ ସୈନ୍ୟ ସମ୍ପତ୍ତିର ଦେଖାରଖା କରିଥାଏ।

ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ହମିଦ କରଜାଇଙ୍କୁ ହତ୍ୟା କରିବାକୁ ଚେଷ୍ଟା ଚଳାଇଥିବା ହକ୍କାନୀ ସଙ୍ଗଠନ  ଆଫଗାନିସ୍ତାନରେ ପ୍ରଥମ ଆତ୍ମଘାତି ହାମଲା କରିଥିବା ଜଣାଯାଏ। ସବୁବେଳେ ଅଜ୍ଞାତ ସ୍ଥାନରେ ରହି ନିଜ ନେଟୱର୍କ ଚଳାଉଥିବା ସିରାଜୁଦ୍ଦିନ ହକ୍କାନୀଙ୍କ ବୟସ ୪୦ରୁ ୫୦ ବର୍ଷ ମଧ୍ୟରେ ହେବ ବୋଲି ଜଣାଯାଇଛି। ଏହି ସଙ୍ଗଠନ ୨୦୦୮ ମସିହା ଜୁଲାଇ ୭ ତାରିଖରେ ଭାରତୀୟ ଦୂତାବାସ ଉପରେ ଏକ କାର୍‌ ବମ୍‌ ଆକ୍ରମଣ କରିଥିଲା। ଏଥିରେ ବହୁ ଭାରତୀୟଙ୍କ ସମେତ ୫୮ ଲୋକଙ୍କ ମୃତ୍ୟୁ ହୋଇଥିଲା।

ହକ୍କାନୀ ସଙ୍ଗଠନର ୨ ନମ୍ବର ଆତଙ୍କୀ ତଥା ସିରାଜୁଦ୍ଦିନ ହକ୍କାନୀଙ୍କ ଭାଇ ଅନସ ହକ୍କାନୀକୁ ତାଲିବାନ ସରକାରରେ କାବୁଲର ସୁରକ୍ଷା ପ୍ରମୁଖ ଗଳି ଗୁରୁ ଦାୟିତ୍ୱ ଦିଆଯାଇଛି। ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟା ମାମଲାରେ ଆଫଗାନିସ୍ତାନ ସରକାର ତାଙ୍କୁ ଫାଶି ଦଣ୍ଡାଦେଶ ଶୁଣାଇଥିଲେ। ମାତ୍ର ତାଲିବାନ ସହ ବୁଝାମଣା ପରେ ୨୦୧୯ ମସିହାରେ ଆଉ ୨ ଦୁର୍ଦ୍ଦଶ ଆତଙ୍କୀଙ୍କ ସହ ତାଙ୍କୁ ବି ଜେଲ୍‌ରୁ ମୁକୁଳାଇ ଦିଆଯାଇଥିଲା।

The post ଆମେରିକାର ହିଟ୍‌ ଲିଷ୍ଟରେ ଥିବା ସିରାଜୁଦ୍ଦିନ ହକ୍କାନୀ ଏବେ ଆଫଗାନ ଗୃହ ମନ୍ତ୍ରୀ appeared first on Odisha Reporter.



from Odisha Reporter https://ift.tt/38Mebmj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages