ଚେନ୍ନାଇକୁ ହଟାଇ ପୁଣି ଶୀର୍ଷରେ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 22, 2021

ଚେନ୍ନାଇକୁ ହଟାଇ ପୁଣି ଶୀର୍ଷରେ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ୍ସ

ଦୁବାଇ: ଚଳିତ ଆଇପିଏଲ ପଏଣ୍ଟ ଟେବୁଲର ୧ନଂ ସ୍ଥାନ ପୁଣିଥରେ ଦଖଲ କରିଛି ଋଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ୍ସ। ରବିବାର ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ଚେନ୍ନାଇ ସୁପର କିଙ୍ଗସ ଶୀର୍ଷରେ ପହଞ୍ଚିଥିଲା। କିନ୍ତୁ ବୁଧବାର ସନରାଇଜର୍ସ ହାଇଦ୍ରାବାଦକୁ ୮ ୱିକେଟରେ ପରାସ୍ତ କରି ଦିଲ୍ଲୀ ଶୀର୍ଷରେ ପହଞ୍ଚି ଯାଇଛି।

ଦିଲ୍ଲୀ ୯ଟି ମ୍ୟାଚ୍‌ରୁ ୭ ବିଜୟ ସହ ୧ନଂ ସ୍ଥାନରେ ଥିବା ବେଳେ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ୮ ମ୍ୟାଚ୍‌ରୁ ୬ ବିଜୟ ସହ ଦ୍ୱିତୀୟ ସ୍ଥାନରେ ରହିଛି। ଆରସିବି ତୃତୀୟ ଓ ମୁମ୍ବାଇ ଇଣ୍ଡିଆନ୍ସ ୪ର୍ଥ ସ୍ଥାନରେ ପୂର୍ବଭଳି ରହିଛନ୍ତି।

ବୁଧବାର ମ୍ୟାଚ୍‌ରେ ଦିଲ୍ଲୀ ଉଭୟ ବୋଲିଂ ଓ ବ୍ୟାଟିଂରେ ଦମଦାର ପ୍ରଦର୍ଶନ କରିଛି। ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ୯ ୱିକେଟ ବିନିମୟରେ ୧୩୪ ରନ୍‌ କରିଥିଲା। ଏହାର ଜବାବରେ ଦିଲ୍ଲୀ ୧୩ ବଲ୍‌ ପୂର୍ବରୁ ୨ ୱିକେଟ ହରାଇ ବିଜୟ ହାସଲ କରିଛି। ଦିଲ୍ଲୀକୁ ଜିତିବା ପାଇଁ ୧୪ ବଲରେ ୧ ରନ୍ ଦରକାର ଥିବା ବେଳେ ଶ୍ରେୟସ ଆୟର ଛକା ମାରି ଟାର୍ଗେଟ ହାସଲ କରିଛନ୍ତି।

୧୩୫ ରନ ଟାର୍ଗେଟର ପିଛା କରୁଥିବା ଦିଲ୍ଲୀ ପାଇଁ ପୃଥ୍ୱୀ ଶ’ ଓ ଶିଖର ଧୱନ ଇନିଂସ ଆରମ୍ଭ କରିଥିଲେ। ଦଳୀୟ ସ୍କୋର ୨୦ ଥିବା ବେଳେ ବ୍ୟକ୍ତିଗତ ୧୧ ରନ୍‌ କରି ଶ’ ଆଉଟ ହୋଇଯାଇଥିଲେ। ତେବେ ଦ୍ୱିତୀୟ ୱିକେଟ ପାଇଁ ଶିଖର ଧୱନଙ୍କ ସହ ଆହତ ସମସ୍ୟାରୁ ମୁକୁଳି ଦଳକୁ ଫେରିଥିବା ଶ୍ରେୟସ ଆୟର ଦମଦାର ବ୍ୟାଟିଂ କରିଥିଲେ।

ଉଭୟ ଦ୍ୱିତୀୟ ୱିକେଟ ପାଇଁ ୫୨ ରନ୍‌ ଯୋଡ଼ି ହାଇଦ୍ରାବାଦର ସବୁ ଯୋଜନାରେ ପାଣି ପକାଇ ଦେଇଥିଲେ। ତେବେ ଭଲ ଲୟରେ ଥିବା ଧୱନ(୪୨) ବଡ଼ ଶଟ ଖେଳିବା ଲୋଭରେ ରଶିଦ ଖାନ୍‌ଙ୍କ ବଲରେ ଆଉଟ ହୋଇଥିଲେ। କିନ୍ତୁ ଏହାର ପ୍ରଭାବ ଶ୍ରେୟସଙ୍କ ଉପରେ ପଡ଼ି ନଥିଲା।

ସେ ପୂର୍ବଭଳି ଶଟ୍‌ ଖେଳି ଚାଲିଥିଲେ। ତାଙ୍କୁ ଭରପୂର ସାଥ ଦେଇଥିଲେ ଦିଲ୍ଲୀ ଅଧିନାୟକ ଋଷଭ ପନ୍ତ। ଉଭୟ ତୃତୀୟ ୱିକେଟ ପାଇଁ ଅପରାଜିତ ୬୭ ରନ୍‌ ଯୋଡ଼ି ଦଳର ବିଜୟ ମୁଣ୍ଡି ମାରିଥିଲେ। ଉଭୟଙ୍କୁ ଆଉଟ କରିବା ପାଇଁ ହାଇଦ୍ରାବାଦ ଅଧିନାୟକ କେନ୍‌ ୱିଲିୟମସନ ଯେତେ ଚେଷ୍ଟା କରିଥିଲେ ମଧ୍ୟ ଏହା ସମ୍ଭବ ହୋଇ ନଥିଲା।

ଶେଷ ଯାଏ ଶ୍ରେୟସ ୪୭ ରନ୍‌ ଓ ପନ୍ତ ୨୧ ବଲ୍‌ରେ ୩୫ ରନ୍‌ କରି ଅପରାଜିତ ରହିଥିଲେ। ଆୟର ତାଙ୍କ ଇନିଂସ୍‌ରେ ୨ଟି ଚୌକା ଓ ସମାନ ସଂଖ୍ୟକ ଛକା ମାରିଥିବା ବେଳେ ପନ୍ତ ୩ଟି ଚୌକା ଏବଂ ୨ଟି ଛକା ମାରିଛନ୍ତି। ହାଇଦ୍ରାବାଦ ପକ୍ଷରୁ ଖଲୀଲ ଅହମଦ ଓ ରଶିଦ ଖାନ ଗୋଟିଏ ଲେଖାଏ ୱିକେଟ ନେଇଛନ୍ତି।

ଏହାପୂର୍ବରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭର୍‌ରେ ୯ ୱିକେଟ ହରାଇ ୧୩୪ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ଅବଦୁଲ ସାମଦ ସର୍ବାଧିକ ୨୮ ରନ୍ କରିଥିବା ବେଳେ ରଶିଦ ଖାନ୍‌ ୨୨, ରିଦ୍ଧିମାନ ସାହା ୧୮ ଓ କେନ ୱିଲିୟମସନ ୧୮ ରନର ଇନିଂସ ଖେଳିଥିଲେ।

ଦିଲ୍ଲୀର ଅନରିଚ ନୋର୍ଜେ ୪ ଓଭର୍‌ରେ ମାତ୍ର ୧୨ ରନ୍‌ ଦେଇ ୨ଟି ୱିକେଟ ହାସଲ କରିଥିଲେ। ତାଙ୍କ ବ୍ୟତୀତ କାଗିସୋ ରାବଡା ୩ଟି ଓ ଅକ୍ଷର ପଟେଲ ୨ଟି ସଫଳତା ପାଇଛନ୍ତି। ତେବେ ନୋର୍ଜେ ଘାତକ ବୋଲିଂ କରିଥିବାରୁ ତାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି।

The post ଚେନ୍ନାଇକୁ ହଟାଇ ପୁଣି ଶୀର୍ଷରେ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ୍ସ appeared first on Odisha Reporter.



from Odisha Reporter https://ift.tt/3o0rdFh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages