ଗ୍ଲୋବାଲ ଲିଡର ଭାବେ ୭୦% ସହ ଶୀର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 4, 2021

ଗ୍ଲୋବାଲ ଲିଡର ଭାବେ ୭୦% ସହ ଶୀର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଗ୍ଲୋବାଲ ଲିଡର ଆପ୍ରୁଭାଲ ରେଟିଂରେ (Global Leader Approval ratings) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଶୀର୍ଷରେ। ୭୦ ପ୍ରତିଶତ ରେଟିଂ ସହିତ ମୋଦି ବିଶ୍ୱର ଅନେକ ନେତାଙ୍କୁ ପଛରେ ପକାଇଛନ୍ତି। ଏହି ତାଲିକାରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପଞ୍ଚମ ସ୍ଥାନରେ ରହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ବିଶ୍ୱ ଦରବାରରେ ନିରନ୍ତର ଭାବରେ ବଜାୟୀ ରହିଛି। ଗ୍ଲୋବାଲ ଲିଡର ଆପ୍ରୁଭାଲ ରେଟିଂରେ ଆମେରିକା, ଜର୍ମାନୀ, ବ୍ରିଟେନ, ଫ୍ରାନ୍ସ, କାନାଡାର ଅନେକ ନେତାଙ୍କୁ ପଛରେ ପକାଇ ନରେନ୍ଦ୍ର ମୋଦି ୭୦ ପ୍ରତିଶତ ରେଟିଂ ସହ ଶୀର୍ଷରେ ରହିଥିବାବେଳେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ଜର୍ମାନ ଚାନ୍ସେଲର ଆଞ୍ଜେଲା ମୋର୍କେଲ, ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ, ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସମେତ ଅନେକ ବିଶ୍ୱ ନେତା ଏବେ ମୋଦିଙ୍କ ତୁଳନାରେ ବହୁତ କମ୍ ରହିଛନ୍ତି।

ଦ୍ୱିତୀୟ ସ୍ଥାନରେ ୬୪ ପ୍ରତିଶତ ସହ ଫ୍ରାନ୍ସର ରାଷ୍ଟ୍ରପତି ଆଣ୍ଡ୍ରେସ୍ ମାନୁଏଲ ଲୋପେଜ ଓବ୍ରାଡୋର ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ୬୩ ପ୍ରତିଶତ ରେଟିଂ ସହ ଇଟାଲୀର ପ୍ରଧାନମନ୍ତ୍ରୀ ମାରିଓ ଡ୍ରାଗି ରହିଥିବା ବେଳେ ଜର୍ମାନ ଚାନ୍ସେଲର ଆଞ୍ଜେଲା ମୋର୍କେଲ ୫୨ ପ୍ରତିଶତ ଏବଂ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ୪୮ ପ୍ରତିଶତ ସହ ପଞ୍ଚମ ସ୍ଥାନରେ ରହିଛନ୍ତି।

ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍ ୪୮ ପ୍ରତିଶତ ସହିତ ଷଷ୍ଠ ସ୍ଥାନରେ ରହିଥିବା ବେଳେ ୪୫ ପ୍ରତିଶତ ସହିତ ସପ୍ତମ ସ୍ଥାନରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡ ରହିଛନ୍ତି ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ୪୧ ପ୍ରତିଶତ ସହିତ ଅଷ୍ଟମ ସ୍ଥାନରେ ରହିଥିବା ବେଳେ ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାର ୩୯ ପ୍ରତିଶତ ସହିତ ନବମ ସ୍ଥାନରେ, ୩୮ ପ୍ରତିଶତ ସହିତ ଦକ୍ଷିଣ କୋରିଆର ରାଷ୍ଟ୍ରପତି ଦଶମ ସ୍ଥାନରେ, ୩୫ ପ୍ରତିଶତ ସହିତ ଏକାଦଶ ସ୍ଥାନରେ ସ୍ପେନର ପ୍ରଧାନମନ୍ତ୍ରୀ ରହିଥିବା ବେଳେ ୩୪ ପ୍ରତିଶତ ସହିତ ଦ୍ୱାଦଶ ସ୍ଥାନରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଏବଂ ଜାପାନର ପ୍ରଧାନମନ୍ତ୍ରୀ ୨୫ ପ୍ରତିଶତ ସହ ତ୍ରୟୋଦଶ ସ୍ଥାନରେ ରହିଛନ୍ତି।

ସୂଚନାଯୋଗ୍ୟ ଆମେରିକାର ଡାଟା ଇଣ୍ଟେଲିଜେନ୍ସ ଫାର୍ମ ‘ମର୍ଣ୍ଣିଂ କନ୍ସଲ୍ଟ’ ୧୩ଟି ଦେଶର ସରକାରୀ ନେତାଙ୍କୁ ନେଇ ଏହି ସର୍ବେକ୍ଷଣ କରିଛି। ପିଏମ ମୋଦିଙ୍କ ଜନ୍ମଦିନ ୧୭ ସେପ୍ଟେମ୍ବର ରହିଥିବା ବେଳେ ଏହାର ଦୁଇ ସପ୍ତାହ ପୂର୍ବରୁ ଏପରି ଏକ ଖବର ଆସିଛି। ଏହି ରେଟିଂକୁ ନେଇ ବିଜେପି ଆଗାମୀ ଦିନରେ ପ୍ରଚାର ପ୍ରସାର କରିବ ବୋଲି ଜଣାପଡ଼ିଛି।

The post ଗ୍ଲୋବାଲ ଲିଡର ଭାବେ ୭୦% ସହ ଶୀର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି appeared first on Odisha Reporter.



from Odisha Reporter https://ift.tt/3DGcIfk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages