ତେଜରାତି ଦୋକାନୀଙ୍କୁ ହତ୍ୟା ଘଟଣା, ବନ୍ଧା ହେଲେ ଫାଷ୍ଟ୍‌ଫୁଡ୍ ଦୋକାନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 17, 2021

ତେଜରାତି ଦୋକାନୀଙ୍କୁ ହତ୍ୟା ଘଟଣା, ବନ୍ଧା ହେଲେ ଫାଷ୍ଟ୍‌ଫୁଡ୍ ଦୋକାନୀ

ବାଲିଗୁଡ଼ା(ଅଜିତ ନାୟକ):  କନ୍ଧମାଳ ଜିଲ୍ଲା ବରଖମା ଫାଣ୍ଡି ଅନ୍ତର୍ଗତ ରେବିଙ୍ଗିଆରେ ଗୁଳିକାଣ୍ଡ ଘଟଣାରେ ବାଲିଗୁଡ଼ା ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି।  ତା’ ନାଁ ଭୀମ ବେହେରା। ତା’ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ ଜବତ କରିଛି। ଏହି ଗୁଳିକାଣ୍ଡ ଘଟଣାରେ ଗାଁର ନବଘନ ସାହୁଙ୍କର ମୃତ୍ୟୁ ଘଟିଥିଲା।

ମିଳିଥିବା ସୂଚନା ଅନୁସାରେ, ନବଘନଙ୍କର ଏକ ତେଜରାତି ଦୋକାନ ଥିଲା। ସେହିପରି ଭୀମ ଏକ ଫାଷ୍ଟଫୁଡ୍‌ ଦୋକାନ ଚଲାଉଥିଲେ। ଗତ ୧୬ ତାରିଖ ସକାଳେ କୌଣସି କଥାକୁ ନେଇ ନବଘନ ଓ ଭୀମଙ୍କ ମଧ୍ୟରେ ବଚସା ହୋଇଥିଲା।  ଏନେଇ ନବଘନଙ୍କ ଉପରେ ରାଗି ଯାଇଥିଲେ ଭୀମ। ସେହିଦିନ ରାତିରେ ନବଘନ ଘର ସାମ୍ନାରେ ବସିଥିବା ବେଳେ ଭୀମ ଏକ ଦେଶୀ ବନ୍ଧୁକରୁ ଗୁଳି କରି ତାଙ୍କୁ ହତ୍ୟା କରିଥିଲେ। ଏହା ପରେ ସେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

           ଦେଶୀ ବନ୍ଧୁକ ଜବତ

ବାଲିଗୁଡ଼ା ପୁଲିସ ଗତକାଲି ଭୀମକୁ ଗିରଫ କରିଥିଲା। ତେବେ ଏହି ଘଟଣାରେ ଆଉ କାହାର ସଂପୃକ୍ତି ରହିଛି ନା ନାହିଁ, ତାହା ଜାଣିବା ପାଇଁ ପୁଲିସ୍ ଅଧିକ ତଦନ୍ତ ଚଲାଇଛନ୍ତି।

 

The post ତେଜରାତି ଦୋକାନୀଙ୍କୁ ହତ୍ୟା ଘଟଣା, ବନ୍ଧା ହେଲେ ଫାଷ୍ଟ୍‌ଫୁଡ୍ ଦୋକାନୀ appeared first on Odisha Reporter.



from Odisha Reporter https://ift.tt/3hLcASn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages