ଅନୀଲ କୁମ୍ବଲେ ପୁଣି ହେବେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍‌! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 17, 2021

ଅନୀଲ କୁମ୍ବଲେ ପୁଣି ହେବେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍‌!

ମୁମ୍ବାଇ: ଅନୀଲ କୁମ୍ବଲେ ପୁଣି ହୋଇପାରନ୍ତି ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍। ଟି୨୦ ବିଶ୍ୱକପ୍‌ ପରେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହୋଇଯାଉଛି। ତା’ପରେ ଅନୀଲ କୁମ୍ବଲେଙ୍କୁ ବିସିସିଆଇ ମୁଖ୍ୟ କୋଚ୍ କରିପାରେ ବୋଲି ଚର୍ଚ୍ଚା ଜୋର ଧରିଛି।

କୁହାଯାଉଛି, ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱାଧୀନ ବିସିସିଆଇ ଅନୀଲଙ୍କୁ ମୁଖ୍ୟ କୋଚ୍ ପଦବୀ ପାଇଁ ଆବେଦନ କରିବା ପାଇଁ କହିପାରେ। ୨୦୧୬-୧୭ରେ ବର୍ଷେ ପାଇଁ ସେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଥିଲେ। ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଓ ଭିଭିଏସ୍‌ ଲକ୍ଷ୍ମଣଙ୍କୁ ନେଇ ଗଠିତ ତତ୍‌କାଳୀନ କ୍ରିକେଟ୍ ପରାମର୍ଶଦାତା କମିଟି ତାଙ୍କୁ ଏହି ନିଯୁକ୍ତି ଦେଇଥିଲା। ତେବେ ଅଧିନାୟକ ବିରାଟ କୋହଲିଙ୍କ ସହିତ ତାଙ୍କର ମତାନ୍ତର ହୋଇଥିଲା। ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ପାକିସ୍ତାନ ଠାରୁ ଦଳ ହାରିବା ପରେ ଅନୀଲ ମୁଖ୍ୟ କୋଚ୍ ପଦରୁ ଇସ୍ତଫା ଦେଇଥିଲେ।

ଆହୁରି ମଧ୍ୟ ଖବର ଆସିଛି ଯେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ପଦବୀ ପାଇଁ ଅନୀଲ କୁମ୍ବଲେଙ୍କ ସହିତ ଭିଭିଏସ୍‌ ଲକ୍ଷ୍ମଣଙ୍କୁ ମଧ୍ୟ ଆବେଦନ କରିବାକୁ କହିପାରେ ବିସିସିଆଇ। ତେବେ ଅନୀଲ କୁମ୍ବଲେ ହିଁ ବିସିସିଆଇର ପ୍ରଥମ ପସନ୍ଦ ରହିଛନ୍ତି। ସେହିଭଳି କୌଣସି ବିଦେଶୀ ଖେଳାଳିଙ୍କୁ ମୁଖ୍ୟ କୋଚ୍ ଭାବେ ନିଯୁକ୍ତି ଦେବାକୁ ବିସିସିଆଇ ଦ୍ୱିତୀୟ ବିକଳ୍ପ ଭାବେ ରଖିଛି।

ଏନ୍‌ଡିଟିଭିରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଜଣେ ବରିଷ୍ଠ ବିସିସିଆଇ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି ଯେ ସେତେବେଳେ ଅନୀଲ କୁମ୍ବଲେଙ୍କ ସହିତ ଯେଉଁ ଅନ୍ୟାୟ କରାଯାଇଥିଲା, ତାକୁ ସୁଧାରିବାକୁ ଚାହୁଁଛି ବିସିସିଆଇ। ସେତେବେଳେ ସେ ଯେଉଁ ଢଙ୍ଗରେ ମୁଖ୍ୟ କୋଚ୍ ପଦବରୁ ବାହାରି ଯାଇଥିଲେ, ତାହା ଏକ ଖରାପ ପରମ୍ପରା ସୃଷ୍ଟି କରିଥିଲା। ତେବେ କୁମ୍ବଲେ ଏହି ପଦ ପାଇଁ ଆବେଦନ କରିବେ କି ନାହିଁ, ତାହା ତାଙ୍କ ଉପରେ ନିର୍ଭର କରେ।

ସୂଚନାଯୋଗ୍ୟ, ଟି୨୦ ଅଧିନାୟକ ପଦ ଛାଡ଼ିବାକୁ ବିରାଟ କୋହଲି ଘୋଷଣା କରିଛନ୍ତି। ଟି୨୦ ବିଶ୍ୱକପ୍ ପରେ ସେ ଏହି ପଦ ଛାଡ଼ିବେ।

The post ଅନୀଲ କୁମ୍ବଲେ ପୁଣି ହେବେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍‌! appeared first on Odisha Reporter.



from Odisha Reporter https://ift.tt/3lCQV00

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages