ପୁଣି ବଢ଼ିଲା ପାନ୍‌-ଆଧାର ଲିଙ୍କ୍ ଅବଧି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 17, 2021

ପୁଣି ବଢ଼ିଲା ପାନ୍‌-ଆଧାର ଲିଙ୍କ୍ ଅବଧି

ନୂଆଦିଲ୍ଲୀ: ସରକାର ଶୁକ୍ରବାର ପାନ୍ (ପରମାନେଣ୍ଟ ଆକାଉଣ୍ଟ ନମ୍ବର) ସହିତ ଆଧାର ଲିଙ୍କର ଅବଧିକୁ ଆଉ ୬ ମାସ ବଢ଼ାଇ ଦେଇଛନ୍ତି। ଆୟକର ବିଭାଗ ପକ୍ଷରୁ ଏ ନେଇ ଟ୍ୱିଟ୍ କରି ସୂଚନା ଦିଆଯାଇଛି। କରୋନା ଯୋଗୁ ଲୋକେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଥିବା ଯୋଗୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଏଥିରେ କୁହାଯାଇଛି।

ପୂର୍ବରୁ ପାନ୍ ସହିତ ଆଧାର ଲିଙ୍କର ଶେଷ ତାରିଖ ସେପ୍ଟେମ୍ବର ୩୦ ରଖାଯାଇଥିବା ବେଳେ ଏବେ ଏହାକୁ ୨୦୨୨ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଏହା ପୂର୍ବରୁ ମଧ୍ୟ ସରକାର ବହୁବାର ପାନ୍-ଆଧାର ଲିଙ୍କ୍ ଅବଧି ବଢ଼ାଇଥିଲେ।

ଚଳିତ ବର୍ଷ ପ୍ରାରମ୍ଭରେ ଆୟକର ବିଭାଗ ପକ୍ଷରୁ ପାନ୍-ଆଧାର ଲିଙ୍କର ଅବଧିକୁ ମାର୍ଚ୍ଚ ୩୧ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। କରୋନାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିଲା।

The post ପୁଣି ବଢ଼ିଲା ପାନ୍‌-ଆଧାର ଲିଙ୍କ୍ ଅବଧି appeared first on Odisha Reporter.



from Odisha Reporter https://ift.tt/3nL4pJS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages