ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ବର୍ଷା ଅଭାବରୁ ଏବେ ରାଜ୍ୟର ଅନେକ ଅଞ୍ଚଳରେ ମରୁଡ଼ି ସ୍ଥିତି ଉତ୍ପନ୍ନ ହୋଇଥିବା ବେଳେ ଏଥିଯୋଗୁଁ ଜଣେ ଚାଷୀ ଆତ୍ମହତ୍ୟା କରି ଦେଇଥିବା ଅଭିଯୋଗ ଆସିଛି।
ଏହି ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ତୁରେଇକେଲା ବ୍ଳକ୍ କାଦୋବେରା ଗାଁରୁ। ମୃତ ଚାଷୀଙ୍କ ନାଁ ରେଚକା ବନ୍ଛୋର।
ସେ ଗତକାଲି ବିଷ ପିଇ ଦେଇଥିଲେ। ତାଙ୍କୁ କଣ୍ଟାବାଞ୍ଜି ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ବଲାଙ୍ଗିର ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଗତକାଲି ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।
ମୃତ ଚାଷୀଙ୍କ ପୁଅ କହିଛନ୍ତି ବର୍ଷା ଭଲ ହେଉ ନଥିବାରୁ ତାଙ୍କର ଚାଷରେ ବହୁତ କ୍ଷତି ହୋଇଛି। ସେଥିପାଇଁ ତାଙ୍କ ବାପା ବହୁତ ଚିନ୍ତିତ ଥିଲେ। ଋଣ କେମିତି ପରିଶୋଧ କରିବେ ସେଥିପାଇଁ ସେ ଚିନ୍ତିତ ଥିଲେ। ଆଉ ଗତକାଲି ସେ ବିଷ ପିଇ ଦେଇଥିଲେ।
ଏହି ଘଟଣା ନେଇ କୌଣସି ପ୍ରଶାସନିକ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ଅନ୍ୟପକ୍ଷରେ ରେଚକାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।
ସୂଚନାଯୋଗ୍ୟ, ଗତ ମାସରେ ରାଜ୍ୟରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହୋଇଥିଲା। ଗତକାଲି ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ମଧ୍ୟ କହିଥିଲେ ଯେ ଅଗଷ୍ଟ ମାସରେ ରାଜ୍ୟରେ ବହୁତ କମ୍ ପରିମାଣର ବର୍ଷା ରେକର୍ଡ କରାଯାଇଛି। ଆଉ ଏହାର ପ୍ରଭାବ ସିଧାସଳଖ ଚାଷ ଉପରେ ପଡ଼ିଛି।
The post ବର୍ଷା ଅଭାବରୁ ଚାଷ ଉଜୁଡ଼ି ଯିବାରୁ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ appeared first on Odisha Reporter.
from Odisha Reporter https://ift.tt/3jEyLej
No comments:
Post a Comment