ସରିଲା ‘ବାଲିକା ବଧୂ’ ଯୁଗ; ଆନନ୍ଦି, ଦାଦି ସା’ଙ୍କ ପରେ ଚାଲିଗଲେ ଶିବରାଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 3, 2021

ସରିଲା ‘ବାଲିକା ବଧୂ’ ଯୁଗ; ଆନନ୍ଦି, ଦାଦି ସା’ଙ୍କ ପରେ ଚାଲିଗଲେ ଶିବରାଜ

ମୁମ୍ବାଇ: ସରିଗଲା ‘ବାଲିକା ବଧୂ’ ଯୁଗ । ଆଗ ପଛ ହୋଇ ଚାଲିଗଲେ ସିରିଏଲରେ ଅଭିନୟ କରୁଥିବା ୩ ପ୍ରମୁଖ କଳାକାର। ପ୍ରଥମେ ଆନନ୍ଦି, ପରେ ଦାଦିଶା’ ଓ ଗତକାଲି ଶିବରାଜ। ଏହି ୩ ଜଣଙ୍କ ମୃତ୍ୟୁ ପରେ ‘ବାଲିକା ବଧୂ’ ସିରିଏଲ ଫ୍ୟାନଙ୍କୁ ଲାଗିଛି ଶକ୍ତ ଝଟକା।

ବାଲିକା ବଧୂ ସିରିଏଲ ପାଇଁ ପ୍ରଶଂସା ସାଉଣ୍ଟିଥିବା ଆନନ୍ଦି-ଶିବରାଜ ଯୋଡ଼ିଙ୍କୁ  ସତରେ କାହାର ନଜର ଲାଗିଗଲା। ଆନନ୍ଦି ରୋଲ୍‌ କରି ଦର୍ଶକଙ୍କ ହୃଦୟରେ ରାଜ କରୁଥିବା ପ୍ରତ୍ୟୁଷା ବାନାର୍ଜୀଙ୍କ ମୃତ୍ୟୁର ପ୍ରାୟ ୫ ବର୍ଷ ପରେ ହୃଦଘାତରେ ଚାଲିଗଲେ ତାଙ୍କ ଶିବରାଜ ତଥା ସିଦ୍ଧାର୍ଥ ଶୁକ୍ଳା।  ଦାଦିଶା’ ଚରିତ୍ରରେ ଅଭିନୟ କରୁଥିବା ସୁରେଖା ସିକ୍ରିଙ୍କର ମଧ୍ୟ ଗତ ଜୁଲାଇରେ ହୃଦ୍‌ଘାତ ଯୋଗୁଁ ମୃତ୍ୟୁ ହୋଇଥିଲା।

ହୃଦଘାତ ଯୋଗୁ ସିଦ୍ଧାର୍ଥ ଆଖି ବୁଜିଥିବା ବେଳେ ନିଜ ଘରେ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ ପ୍ରତ୍ୟୁଷା। ପ୍ରତ୍ୟୁଷାଙ୍କୁ ତାଙ୍କ ବୟଫ୍ରେଣ୍ଡ ରାହୁଲ ରାଜ କୋକିଲାବେନ ହସ୍ପିଟାଲ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।  ପ୍ରେମରେ ଧୋକା ଖାଇ ପ୍ରତ୍ୟୁଷା ଜୀବନ ହାରିଥିବା କୁହାଯାଉଥିବା ବେଳେ ତାଙ୍କ ଘରୁ ପୁଲିସ୍‌କୁ କୌଣସି ସୁଇସାଇଡ୍ ନୋଟ୍ ମିଳି ନ ଥିଲା। ଝିଅକୁ ତା’ ବୟଫ୍ରେଣ୍ଡ ରାହୁଲ ରାଜ ନିର୍ଯାତନା ଦେଉଥିବା ଓ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିବା ନେଇ ତାଙ୍କ ବାପାମା’ ପୁଲିସ୍‌ ନିକଟରେ ଲିଖିତ ଅଭିଯୋଗ କରିଥିଲେ।

ଆର ପାରିରେ ସିଦ୍ଧାର୍ଥ ଓ ପ୍ରତ୍ୟୁଷା ।

ଅପରପକ୍ଷେ,   ସିଦ୍ଧାର୍ଥ ଗତ ବୁଧବାର ରାତିରେ ଶୋଇବା ପୂର୍ବରୁ କିଛି ଔଷଧ ଖାଇଥିଲେ।  ଏହାପରେ ରାତି ପ୍ରାୟ ସାଢ଼େ ୩ଟା ବେଳେ ହଠାତ୍ ଉଠିପଡ଼ିଥିଲେ। ସେ ଭଲ ଅନୁଭବ କରୁ ନଥିବା ତାଙ୍କ ମା’ଙ୍କୁ  ଜଣାଇଥିଲେ। ତାଙ୍କ ଛାତିରେ ଯନ୍ତ୍ରଣା ହେବା କଥା ବି କହିଥିଲେ। ଏହା ପରେ ତାଙ୍କ ମା’ ତାଙ୍କୁ ପାଣି ପିଇବାକୁ ଦେଇଥିଲେ। ପାଣି ପିଇ ସିଦ୍ଧାର୍ଥ ଶୋଇପଡ଼ିଥିଲେ। ତେବେ ସକାଳେ ସେ ଆଉ ଉଠି ନଥିଲେ। ତାଙ୍କ ମା’ ତାଙ୍କୁ ଉଠାଇବାକୁ ବହୁତ ଚେଷ୍ଟା କରିଥିଲେ। କିନ୍ତୁ ସିଦ୍ଧାର୍ଥ କୌଣସି ପ୍ରତିକ୍ରିୟା ଦେଇ ନଥିଲେ। ଏହା ପରେ ଉକ୍ତ ବିଲ୍ଡିଂରେ ରହୁଥିବା ସିଦ୍ଧାର୍ଥଙ୍କ ଭଉଣୀ ଓ ଭିଣୋଇଙ୍କୁ ଜଣାଇଥିଲେ। ସେମାନେ ପହଞ୍ଚି  ତାଙ୍କୁ ଡାକ୍ତରଖାନା ନେଇ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।  ଗତକାଲି ସିଦ୍ଧାର୍ଥଙ୍କ ମୃତଦେହ ମୁମ୍ବାଇସ୍ଥିତ କୁପର ହସ୍ପିଟାଲରେ ଥିବା ବେଳେ ଆଜି ତାଙ୍କ ଶେଷକୃତ ସମ୍ପନ୍ନ ହେବ।

ବାଲିକା ବଧୂ ପରେ ସିଦ୍ଧାର୍ଥ ‘ବିଗ୍‌ ବସ୍‌’, ‘ଦିଲ ସେ ଦିଲ ତକ’, ‘ଝଲକ ଦିଖଲା ଯା’, ‘ଫିଅର ଫ୍ୟାକ୍ଟର’ରେ ଅଭିନୟ କରି ଦର୍ଶକଙ୍କ ଭଲ ପାଇବା ସାଉଣ୍ଟିଥିଲେ। ଏପରିକି ସେ ବିଗ ବସ୍‌ ଓ ଫିଅର ଫ୍ୟାକ୍ଟରର ବିଜେତା ମଧ୍ୟ ହୋଇଥିଲେ।

ସିଦ୍ଧାର୍ଥଙ୍କ ପୂର୍ବରୁ ଗତ ଜୁଲାଇରେ ହୃଦଘାତରେ ୭୫ ବର୍ଷ ବୟସରେ ଆଖି ବୁଜିଥିଲେ ତାଙ୍କ ଦାଦି ସା’ ସୁରେଖା ସିକ୍ରି ।  ‘ସୁରେଖା ସିକ୍ରିଙ୍କ ଦେହାନ୍ତ ହୋଇଛି । ତିନି ତିନି ଥର ଜାତୀୟ ପୁରସ୍କାର ବିଜେତା ଅଭିନେତ୍ରୀ ସୁରେଖା ସିକ୍ରି ଅସୁସ୍ଥ ଥିବା ସତ୍ତ୍ୱେ ୨୦୨୦ ପୂର୍ବରୁ ପରଦାରେ ସକ୍ରିୟ ଥିଲେ।

ବାଲିକା ବଧୂର ଦାଦି ସା’ ସୁରେଖା ସିକ୍ରି।

ତାଙ୍କୁ ଶେଷ ଥର ପାଇଁ OTT ରିଲିଜ୍ ହୋଇଥିବା ଆନ୍ଥୋଲୋଜି ଫିଲ୍ମ ‘ଘୋଷ୍ଟ ଷ୍ଟୋରୀଜ୍‌’ର ଜୋୟା ଅଖତରଙ୍କ ସେଗମେଣ୍ଟରେ ଦେଖିବାକୁ ମିଳିଥିଲା।  ‘ବଧାଇ ହୋ’ ପାଇଁ ମଧ୍ୟ ତାଙ୍କୁ ଖୁବ୍‌ ପ୍ରଶଂସା ମିଳିଥିଲା।

ଗତକାଲି ସିଦ୍ଧାର୍ଥ ଆଖି ବୁଜିଥିବା ବେଳେ ବାଲିକା ବଧୂ ଯୁଗ ଶେଷ ହେଲା ବୋଲି ଟ୍ୱିଟ କରି ନିଜ ଶ୍ରଦ୍ଧାଞ୍ଜଳୀ ଜଣାଉଛନ୍ତି ୟୁଜର।

The post ସରିଲା ‘ବାଲିକା ବଧୂ’ ଯୁଗ; ଆନନ୍ଦି, ଦାଦି ସା’ଙ୍କ ପରେ ଚାଲିଗଲେ ଶିବରାଜ appeared first on Odisha Reporter.



from Odisha Reporter https://ift.tt/3jGa0hV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages