ନୂଆଦିଲ୍ଲୀ: ଶେଷ ହୋଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତିନି ଦିନିଆ ଆମେରିକା ଗସ୍ତ। ସେ ସ୍ୱଦେଶ ଫେରିଛନ୍ତି। ବାଜା ବଜାଇ ଢ଼ୋଲ ପିଟି ବିମାନ ବନ୍ଦରରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ପ୍ରଧାନମନ୍ତ୍ରୀ ସ୍ୱାଗତ ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପ୍ପି ନଡ୍ଡା ପାଲମ ବିମାନ ମନ୍ଦରରେ ଉପସ୍ଥିତ ଥିଲେ। ମୋଦିଙ୍କୁ ଦେଖିବା ପାଇଁ ବିମାନ ବନ୍ଦର ବାହାରେ ସାଧାରଣ ଜନତାଙ୍କ ପ୍ରବଳ ଭିଡ ମଧ୍ୟ ଜମିଥିଲା। ଏହି ସମୟରେ ସୁରକ୍ଷା ପ୍ରଟୋକଲ ଭାଙ୍ଗିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ମୋଦି ପ୍ରଟୋକଲ ଭାଙ୍ଗି ଲୋକଙ୍କ ସହ ହାତ ମିଳାଇଛନ୍ତି। ଏଥିସହ ଭାରତ ମାତା କି ଜୟ’ କହି ସମ୍ବୋଧନ କରିଛନ୍ତି। ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବିମାନ ବନ୍ଦର ବାହାରେ ମୋଦି ମୋଦି…ନାରାରେ କମ୍ପି ଉଠିଛି। ଢ଼ୋଲ ମୃଦଙ୍ଗ ବଜାଇ ମୋଦିଙ୍କୁ ସ୍ୱାଗତ ଜଣାଇଛନ୍ତି ସାଧାରଣ ଜନତା। ସମସ୍ତେ ପ୍ରଧାନମନ୍ତ୍ରୀଙ୍କ ସହ ହାତ ମିଳାଇବା ପାଇଁ ଚେଷ୍ଟା ମଧ୍ୟ କରିଛନ୍ତି।
ଏହି ସମୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଲୋକମାନଙ୍କୁ ସମ୍ବୋଧିତ କରିଥିଲେ। ସେ କହିଥିଲେ, ‘ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତ ପ୍ରମାଣିତ କରିଛି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ସାରା ବିଶ୍ୱ ଭାରତକୁ ଭିନ୍ନ ଦୃଷ୍ଟିରେ ଦେଖୁଛି। ଲକ୍ଷ ଲକ୍ଷ ଭାରତୀୟଙ୍କ ତରଫରୁ ଆମେ ତାଙ୍କୁ ପୁଣିଥରେ ସ୍ୱାଗତ କରୁଛୁ।’ ସେ କହିଛନ୍ତି, ‘ଆମେରିକାର ରାଷ୍ଟ୍ରପତି ଜୋ ବିଡେନଙ୍କ ସହ ପିଏମ ମୋଦିଙ୍କ ବନ୍ଧୁତା ନୂଆ ନୁହେଁ, ତାଙ୍କର ପୁରୁଣା ସମ୍ପର୍କ ରହିଛି। ଆମେରିକାର ରାଷ୍ଟ୍ରପତି ମଧ୍ୟ ଏହାକୁ ଦୋହରାଇଛନ୍ତି।’
ଉଲ୍ଲେଖ ଯୋଗ୍ୟ ଯେ, ତିଦି ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି ‘ସୁପର ବ୍ୟସ୍ତ’ ଥିଲେ। ସେ ୬୫ ଘଣ୍ଟା ମଧ୍ୟରେ ଆମେରିକାରେ ୨୦ଟି ବୈଠକ କରିଥିଲେ। ବ୍ୟତୀତ ଚାରୋଟି ଲମ୍ବା ବୈଠକ ମଧ୍ୟ ବିମାନ ଭିତରେ ଅନୁଷ୍ଠିତ ହୋଇଛି। ଅର୍ଥାତ୍ ଆମେରିକା ଗସ୍ତ ବେଳେ ପ୍ରଧାନମନ୍ତ୍ରୀ ମୋଦି ମୋଟ ୨୪ଟି ବୈଠକ କରିଥିଲେ।
Delhi | PM Modi greets supporters waiting near the Palam Technical Airport, after his return from the US. pic.twitter.com/gHMnmzsjKx
— ANI (@ANI) September 26, 2021
The post ପ୍ରଟୋକଲ ଭାଙ୍ଗିଲେ ମୋଦି appeared first on Odisha Reporter.
from Odisha Reporter https://ift.tt/3kIz6xc
No comments:
Post a Comment