ଆମେରିକା ଯିବେ ମୋଦି, ୨୪ରେ ବାଇଡେନଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 20, 2021

ଆମେରିକା ଯିବେ ମୋଦି, ୨୪ରେ ବାଇଡେନଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହେବ। ସେପ୍ଟେମ୍ବର ୨୪ରେ ଆମେରିକାରେ ହ୍ୱାଇଟହାଉସରେ ଏହି ବୈଠକ ବସିବ। ଏଥିପାଇଁ ମୋଦି ଆମେରିକା ଗସ୍ତ କରିବେ।

ଭାରତ ଓ ଆମେରିକା ମଧ୍ୟରେ ସୃଷ୍ଟି ହୋଇଥିବା ସୁସମ୍ପର୍କକୁ ଅଧିକ ମଜବୁତ କରିବା ପାଇଁ ଏପରି ଦ୍ୱିପାକ୍ଷିକ ବୈଠକ ଆୟୋଜନ କରାଯାଇଛି। ଏଥିରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ଆମେରିକାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଖାଲି ବାଇଡେନ ନୁହନ୍ତି, ଆମେରିକା ଉପ ରାଷ୍ଟ୍ରପତି କମଳା ହ୍ୟାରିସ ମଧ୍ୟ ମୋଦିଙ୍କୁ ସାକ୍ଷାତ କରିବେ। ମୋଦି ଓ କମଳାଙ୍କ ମଧ୍ୟରେ ଭେଟଘାଟ ସେପ୍ଟେମ୍ବର ୨୩ରେ ହେବ।

ଆମେରିକାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, “ବାଇଡେନ-ହ୍ୟାରିସ ପ୍ରଶାସନ ଭାରତ ସହ ସବୁବେଳେ ଘନିଷ୍ଠ ହୋଇ କାର୍ଯ୍ୟ କରିଛନ୍ତି। ଇଣ୍ଡୋ-ଫ୍ୟାସିଫିକ ପ୍ରସଙ୍ଗ ହେଉ କିମ୍ବା ମହାମାରୀ କରୋନାର ମୂଳପୋଛ ଦିଗରେ ଉଭୟ ଦେଶ ସବୁବେଳେ କାର୍ଯ୍ୟ କରି ଆସିଛନ୍ତି।

ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟାକୁ ମଧ୍ୟ ଭାରତ ଓ ଆମେରିକା ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି। ଏହି ଧାରାକୁ ଆଗକୁ ନେବା ପାଇଁ ପ୍ରଥମଥର ପାଇଁ ରାଷ୍ଟ୍ରପତି ବାଇଡେନ ହ୍ୱାଇଟହାଉସରେ ଇନ୍‌ ପର୍ସନ ଦ୍ୱିପାକ୍ଷିକ ବୈଠକ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କରିବେ।”

ଶେଷଥର ପାଇଁ ମୋଦି ଓ ବାଇଡେନଙ୍କ ମଧ୍ୟରେ ଏପ୍ରିଲ ୨୬ରେ ଫୋନରେ କଥାବାର୍ତ୍ତା ହୋଇଥିଲା। ସେହିପରି କମଳାଙ୍କ ସହ ମୋଦି ଜୁନ୍‌ ୩ରେ ଫୋନରେ କଥା ହୋଇଥିଲେ। ମୋଦି ୨୦୧୯ରେ ଶେଷଥର ପାଇଁ ଆମେରିକା ଗସ୍ତ କରିଥିଲେ। ଏହି ସମୟରେ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ମିଶି ସେ ହାୱଡି ମୋଦି କାର୍ଯ୍ୟକ୍ରମକୁ ସମ୍ବୋଧନ କରିଥିଲେ।

ଏବେ ସେ ପୁଣି ଆମେରିକା ଗସ୍ତ କରିବେ। ସେପ୍ଟେମ୍ବର ୨୪ରେ ଆମେରିକା ପକ୍ଷରୁ ଆୟୋଜିତ କ୍ୱାଡ ବୈଠକରେ ମଧ୍ୟ ମୋଦି ଯୋଗଦେବେ। ମୋଦିଙ୍କ ବ୍ୟତୀତ ଏହି ବୈଠକରେ ଜାପାନ ପ୍ରଧାନମନ୍ତ୍ରୀ ୟୋଶିଡିଡେ ସୁଗା ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ସାମିଲ ହେବେ।

The post ଆମେରିକା ଯିବେ ମୋଦି, ୨୪ରେ ବାଇଡେନଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା appeared first on Odisha Reporter.



from Odisha Reporter https://ift.tt/2XxiZJU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages