ଟିଟିଲାଗଡ଼ (ମାନସ ରଞ୍ଜନ ମହାନ୍ତି): ମିଠା ବିକ୍ରି କରିବାକୁ ଯାଉଥିବା ବେଳେ ଘଟିଲା ଦୁର୍ଘଟଣା। ଆଉ ଚାଲିଗଲା ୨ ଜଣ ମିଠା ବ୍ୟବସାୟୀଙ୍କ ଜୀବନ। ଘଟଣାଟି ଘଟିଛି ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅନ୍ତର୍ଗତ ଲୁହୁରାପାଳି ଛକ ନିକଟରେ।
ମୃତକମାନେ ହେଲେ ସୁବଳ ସାହୁ ଓ କୈବଲ୍ୟ ମାଝୀ। ଏହି ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଲେ ସୁବଳ ସାହୁଙ୍କ ପୁଅ ଦେବାଶିଷ। ଅନ୍ୟ ଜଣଙ୍କ ହେଉଛନ୍ତି ଟ୍ରକ୍ ଡ୍ରାଇଭର।
ସିସକେଲା ଗାଁର ସୁବଳ ସାହୁ, ତାଙ୍କ ପୁଅ ଦେବାଶିଷ ଓ କୈବଲ୍ୟ ମାଝୀ କୁଇକେଡ଼ା ବଜାରକୁ ମିଠା ବିକ୍ରି କରିବାକୁ ଯାଉଥିଲେ। ସେମାନେ ଏକ ଡାଲା ଅଟୋରେ ସେଠାକୁ ଯାଉଥିବା ବେଳେ ୨୬ ନମ୍ବର ଜାତୀୟ ରାଜପଥରେ ଲୁହୁରାପାଳି ଛକରେ ବିପରୀତ ଦିଗରୁ ଆସୁଥିବା ଏକ ମାଲ୍ ବୋଝେଇ ଟ୍ରକ୍ ସହିତ ସେମାନଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା।
ଡାଲା ଅଟୋ ସଂପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିବା ବେଳେ ଟ୍ରକ୍ଟି ମଧ୍ୟ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ସୁବଳ ଓ କୈବଲ୍ୟଙ୍କର ଘଟଣାସ୍ଥଳରେ ମୃତ୍ୟ ଘଟିଥିଲା। ଦେବାଶିଷ ଓ ଟ୍ରକ୍ ଡ୍ରାଇଭର ଆହତ ହୋଇଛନ୍ତି। ଉଭୟଙ୍କୁ ସଇଁତଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ଥିବାରୁ ଦେବାଶିଷଙ୍କୁ ବଲାଙ୍ଗିର ସ୍ଥାନାନ୍ତର କରାଯାଇଛି।
The post ମିଠା ବିକ୍ରି କରିବାକୁ ଯାଉଥିଲେ, ଚାଲିଗଲା ଜୀବନ appeared first on Odisha Reporter.
from Odisha Reporter https://ift.tt/3ury4Jq
No comments:
Post a Comment