୯ ସେପ୍ଟେମ୍ବର, ଗୁରୁବାର: ଦାମ୍ପତ୍ୟ ଜୀବନ ଖୁସିରେ କଟିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 8, 2021

୯ ସେପ୍ଟେମ୍ବର, ଗୁରୁବାର: ଦାମ୍ପତ୍ୟ ଜୀବନ ଖୁସିରେ କଟିବ

ମେଷ: ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବାରୁ ମନ ଖୁସି ରହିବ। କାର୍ଯ୍ୟ କ୍ଷେତ୍ରରେ ଉଚ୍ଚ ଅଧିକାରୀମାନଙ୍କ ସହିତ ସାବଧାନ ପୂର୍ବକ କାର୍ଯ୍ୟ କରନ୍ତୁ। ସନ୍ତାନମାନଙ୍କର ସମସ୍ୟା ଆପଣଙ୍କୁ ଚିନ୍ତିତ କରିପାରେ।

ବୃଷ: ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ସୁସ୍ୱାଦୁ ଭୋଜନ କରିବେ। ମିତ୍ରମାନଙ୍କଠାରୁ ଶୁଭ ସମାଚାର ମିଳିପାରେ।

ମିଥୁନ:  ଅଧୁରା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ପରିବାର ସଦସ୍ୟଙ୍କ ସହ ଖୁସିରେ ଦିନଟି କଟିବ। ସ୍ୱାସ୍ଥ୍ୟ ଭଲ ରହିବ।

କର୍କଟ: କୌଣସି କଥାକୁ ଚିନ୍ତିତ ରହିବେ। ଖର୍ଚ୍ଚାନ୍ତରେ ପଡ଼ିପାରନ୍ତି। କୌଣସି କଥାକୁ ବନ୍ଧୁଙ୍କ ସହ ମନମାଳିନ୍ୟ ହୋଇପାରେ।

ସିଂହ: ନକାରାତ୍ମକ ବିଚାର ମାନସିକ ଦୁଶ୍ଚିନ୍ତା ସୃଷ୍ଟି କରିବ। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ,  ଦୁର୍ଘଟଣା ଘଟିପାରେ।

କନ୍ୟା: କୌଣସି କଥାକୁ ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ।  ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ବିଦ୍ୟାର୍ଥୀମାନେ ପରିଶ୍ରମ କରି ଶୀର୍ଷ ସ୍ଥାନକୁ ଯିବେ।

ତୁଳା: ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ।  କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭାବି ବିଚାରି ନିଅନ୍ତୁ।  ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଭଲ ରହିବ।

ବିଚ୍ଛା:  ଦିନଟି ଭଲରେ କଟିବ। ବନ୍ଧୁ ମାନଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି। ଆୟ ବୃଦ୍ଧି ଘଟିବ।

ଧନୁ:  ପ୍ରତ୍ୟେକ କ୍ଷେତ୍ରରେ ଯଗିରଖି ଚଳନ୍ତୁ, ଦିନଟି ଆପଣଙ୍କପାଇଁ କଷ୍ଟଦାୟକ ହୋଇପାରେ। ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ।  କାର୍ଯ୍ୟକ୍ଷେତ୍ର ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ମନମାଳିନ୍ୟ ହୋଇପାରେ।

ମକର: ଘରକୁ ଅତିଥି ଆସିପାରନ୍ତି। ଘର ପାଇଁ  ଜିନିଷ କିଣିପାରନ୍ତି। ମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।

କୁମ୍ଭ:  ପୂର୍ବରୁ ଲାଗି ରହିଥିବା ସମସ୍ୟାର ଅବସାନ ଘଟିବ। ପଦୋନ୍ନତିର ଯୋଗ ଅଛି। ବ୍ୟବସାୟରେ ଅଧିକ ଲାଭ ହେବ।

ମୀନ: ଶତ୍ରୁମାନେ ପରାଜିତ ହେବେ। ଅପ୍ରିୟ ସତ୍ୟ କଥା କହି ଦୋଷୀ ସାବ୍ୟସ୍ତ ହୋଇ ମନସ୍ତାପ କରିବେ। ଧନପ୍ରାପ୍ତିର ଯୋଗ ରହିଛି।

The post ୯ ସେପ୍ଟେମ୍ବର, ଗୁରୁବାର: ଦାମ୍ପତ୍ୟ ଜୀବନ ଖୁସିରେ କଟିବ appeared first on Odisha Reporter.



from Odisha Reporter https://ift.tt/38SdJTs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages