ଆସିଲା ସିଦ୍ଧାର୍ଥଙ୍କ ପୋଷ୍ଟମର୍ଟମ୍ ରିପୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 3, 2021

ଆସିଲା ସିଦ୍ଧାର୍ଥଙ୍କ ପୋଷ୍ଟମର୍ଟମ୍ ରିପୋର୍ଟ

ମୁମ୍ବାଇ: ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କର ଗୁରୁବାର ଦେହାନ୍ତ ହୋଇଥିଲା। ହୃଦଘାତ ଯୋଗୁ ୪୦ ବର୍ଷୀୟ ଏହି ଅଭିନେତାଙ୍କର ମୃତ୍ୟୁ ହୋଇଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ତାଙ୍କୁ ତୁରନ୍ତ କୁପର ହସ୍ପିଟାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଗୁରୁବାର କୁପର ହସ୍ପିଟାଲରେ ସିଦ୍ଧାର୍ଥଙ୍କର ପୋଷ୍ଟମର୍ଟମ କରାଯାଇଛି ଏବଂ ଏହାର ରିପୋର୍ଟ ମଧ୍ୟ ଆଜି ଆସିଛି।

ରିପୋର୍ଟରେ ଜଣାପଡ଼ିଛି ଯେ ସିଦ୍ଧାର୍ଥଙ୍କ ଶରୀରରେ କୌଣସି ଆଘାତ ମିଳିନାହିଁ। ମୁମ୍ବାଇ ପୁଲିସ ସୂତ୍ରରୁ ଖବର ମିଳିଛି ଯେ ବିଗ୍ ବସ୍-୧୩ର ବିଜେତା ସିଦ୍ଧାର୍ଥଙ୍କ ପୋଷ୍ଟମର୍ଟମର ପୂରା ଭିଡିଓ ରେକର୍ଡ କରାଯାଇଛି। ତାଙ୍କ ପୋଷ୍ଟମର୍ଟମ ପାଇଁ ତିନିଜଣିଆ ଡାକ୍ତରଙ୍କ ଟିମ୍ ଗଠନ କରାଯାଇଥିଲା। ତେବେ ଡାକ୍ତରମାନେ ପୋଷ୍ଟମର୍ଟମ ରିପୋର୍ଟକୁ ନେଇ କୌଣସି ମତ ଦେଇନାହାନ୍ତି। ସବୁ ରିପୋର୍ଟ ପେଣ୍ଡିଂ ରଖାଯାଇଛି।

ସିଦ୍ଧାର୍ଥଙ୍କ ଭିସକେରା (ଶରୀର କିଛି ଅଂଶ)କୁ ସୁରକ୍ଷିତ ରଖାଯାଇଛି। ହିଷ୍ଟୋପାଥୋଲୋଜିକାଲ ଅଧ୍ୟୟନ ଓ ସିଏ (କେମିକାଲ୍ ଆନାଲିସିସ୍) ରିପୋର୍ଟ ପରେ ମୃତ୍ୟୁର କାରଣ ଜଣାପଡ଼ିବ। ତେବେ ସିଦ୍ଧାର୍ଥ ଶୁକ୍ଲାଙ୍କ ଶରୀରରେ କୌଣସି ବାହ୍ୟ ଏବଂ ଆଭ୍ୟନ୍ତରୀଣ ଆଘାତ ମିଳିନାହିଁ। ପୁଲିସ୍ ମୁତାବକ, ସିଦ୍ଧାର୍ଥଙ୍କ ମୃତଦେହ ସିଧାସଳଖ ହସ୍ପିଟାଲରୁ ଅଣାଯିବ।

ସିଦ୍ଧାର୍ଥଙ୍କ ମୃତ୍ୟୁକୁ ନେଇ ତାଙ୍କ ପରିବାର କୌଣସି ପ୍ରଶ୍ନ ଉଠାଇନାହାନ୍ତି। ପୁଲିସ୍ ମଧ୍ୟ କୌଣସି ପ୍ରକାରର ସନ୍ଦେହ କରିନାହିଁ। ଅଭିନେତାଙ୍କ ଭଉଣୀ, ଭିଣୋଇ ଓ ସମ୍ପର୍କୀୟ ଭାଇ ଏବଂ ତିନି ସାଙ୍ଗ ସିଦ୍ଧାର୍ଥଙ୍କ ସହ ଆମ୍ବୁଲାନ୍ସରେ କୁପର ହସ୍ପିଟାଲ ଯାଇଥିଲା। କିନ୍ତୁ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ସିଦ୍ଧାର୍ଥଙ୍କର ମୃତ୍ୟୁ ହୋଇସାରିଥିବା ଡାକ୍ତର କହିଛନ୍ତି।

ଆଜି ସିଦ୍ଧାର୍ଥଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ। ହସ୍ପିଟାଲରୁ ସିଦ୍ଧାର୍ଥଙ୍କ ମରଶରୀର ବାହାରିଛି। ତାଙ୍କ ମୃତଦେହକୁ ଓସିୱାରା ଶ୍ମଶାନକୁ ନିଆଯିବ। କିନ୍ତୁ ରିପୋର୍ଟ ମୁତାବକ ସିଦ୍ଧାର୍ଥଙ୍କ ପାର୍ଥିବ ଶରୀର ପ୍ରଥମେ ବ୍ରହ୍ମକୁମାରୀ ଆଶ୍ରମ ନିଆଯିବ। ଏହା ପରେ ଓସିୱାଡାସ୍ଥିତ ତାଙ୍କ ବାସଭବନକୁ ନିଆଯିବ। ଘରେ ଶାନ୍ତି ପାଠ କରାଯିବ ଏବଂ ଏହା ପରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ।

ସିଦ୍ଧାର୍ଥଙ୍କ ମୃତ୍ୟୁ ଖବରରେ ପୂରା ବଲିଉଡ ଠାରୁ ଆରମ୍ଭ କରି ଟେଲିଜଗତ ସ୍ତବ୍ଧ ହୋଯାଇଛି। ଫ୍ୟାନ୍ସମାନଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି କେହି ମଧ୍ୟ ତାଙ୍କ ମୃତ୍ୟୁକୁ ସହଜରେ ବିଶ୍ୱାସ କରିପାରୁ ନାହାନ୍ତି। ସିଦ୍ଧାର୍ଥଙ୍କ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି। ସେହିପରି ତାଙ୍କ ଘନିଷ୍ଠ ବନ୍ଧୁବାନ୍ଧବଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ବି-ଟାଉନର ଅନେକ ସେଲେବ୍ରିଟି ଟୁଇଟ୍‌ କରି ସିଦ୍ଧାର୍ଥଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି।

The post ଆସିଲା ସିଦ୍ଧାର୍ଥଙ୍କ ପୋଷ୍ଟମର୍ଟମ୍ ରିପୋର୍ଟ appeared first on Odisha Reporter.



from Odisha Reporter https://ift.tt/3zKaoS2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages