ପ୍ରେମିକକୁ ରାତିରେ ଡାକି ଜାଳିଦେଲେ, ପ୍ରେମିକା ବି ବଦଳିଗଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 18, 2021

ପ୍ରେମିକକୁ ରାତିରେ ଡାକି ଜାଳିଦେଲେ, ପ୍ରେମିକା ବି ବଦଳିଗଲା

ସାଗର: ସେପ୍ଟେମ୍ବର ୧୬ ତାରିଖ ଗୁରୁବାର ରାତି। ପ୍ରେମିକା ଘରୁ ପ୍ରେମିକ ପାଖକୁ ଫୋନ୍‌ ଗଲା। ଏଠିକି ଆସ। କଥା ଅଛି। ତେଣୁ ଘରେ କାହାକୁ କିଛି ନକହି ବାହାରିଗଲା ପ୍ରେମିକ। ମନେ ମନେ ଭାବିଥିବ, କିଛି ଗୋଟେ ଫଇସଲା ହେବ। ପ୍ରେମିକ ଘର ଲୋକେ ବୋଧହୁଏ ସେମାନଙ୍କ ମିଳନ ପାଇଁ ରାଜି ହେବେ। ନହେଲେ ହୁଏତ ସବୁ ଦିନ ପାଇଁ ସଂପର୍କ ତୁଟାଇବାକୁ ବାଧ୍ୟ କରିବେ।

କିନ୍ତୁ ପ୍ରେମିକା ଘରେ ଅପେକ୍ଷା କରିଥିଲା ଏକ ଭୟାନକ ଦୃଶ୍ୟ। ପ୍ରେମିକ ସେଠି ପହଞ୍ଚିବା ମାତ୍ରେ ପ୍ରେମିକ ଘରର ଚାରି ଜଣ ଲୋକ ତା’ ଉପରେ କିରୋସିନ୍‌ ଢାଳି ନିଆଁ ଲଗେଇଦେଲେ। ସେ ଜଳିଗଲା।

ସେତେବେଳକୁ ପ୍ରେମିକ ଘର ଲୋକେ ସନ୍ଦେହ କରି ସେଠାରେ ପହଞ୍ଚିଗଲେ ଓ ନିଆଁ ଲିଭାଇ ପ୍ରେମିକକୁ ଡାକ୍ତରଖାନା ନେଇଗଲେ। କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ଦିନ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପ୍ରେମିକ ଘର ଲୋକେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି। ପ୍ରେମିକ ଘର ଭାଙ୍ଗି ମାଟିରେ ମିଶେଇ ଦେବାକୁ ଦାବି କରିଛନ୍ତି। ଏହି ଦାବିରେ ସେମାନେ ଶୁକ୍ରବାର ସନ୍ଧ୍ୟାରେ ସାଗର-ବୀଣା ରାସ୍ତା ଅବରୋଧ କରିଥିଲେ। ମଧ୍ୟ ପ୍ରଦେଶର ସହରଞ୍ଚାଳ ଶାସନ ମନ୍ତ୍ରୀ ଭୂପେନ୍ଦ୍ର ସିଂହ ସେମାନଙ୍କୁ ବୁଝାଶୁଝା କରିବାରୁ ସେମାନେ ରାସ୍ତା ଅବରୋଧରୁ ହଟିଥିଲେ।

ଏବେ ପ୍ରେମିକା କଥା ବଦଳାଇଛି। ପୁଲିସକୁ ପ୍ରେମିକା କହିଛି କି ପ୍ରେମିକ ରାତିରେ ତାଙ୍କ ସହ କଥା ହେବ କହି ଘରକୁ ଆସିଥିଲା। ସେ ହିଁ ସାଙ୍ଗରେ କିରୋସିନ ଆଣିଥିଲା। ସେହି କିରୋସିନ୍‌କୁ ସେ ତାଙ୍କ ଉପରେ ଢାଳି ନିଆଁ ଲଗାଇବାକୁ ଯାଉଥିବାବେଳେ ଦୁର୍ଘଟଣା ବଶତଃ ପ୍ରେମିକ ଦେହରେ ନିଆଁ ଲାଗିଯାଇଥିଲା। ତାଙ୍କ ପରିବାର ଲୋକେ ଉଭୟଙ୍କୁ ଉଦ୍ଧାର କରିବାକୁ ଆପ୍ରାଣ ଉଦ୍ୟମ କରିଥିଲେ। ମାତ୍ର ଅସଫଳ ହୋଇଥିଲେ। ପ୍ରମାଣ ସ୍ୱରୂପ ପ୍ରେମିକା ଦେହର କିଛି ଅଂଶ ଜଳି ଯାଇଥିବା ଦେଖାଯାଇଛି।

ଏଭଳି ଏକ ନୃଂଶସ ଘଟଣା ଘଟିଛି ମଧ୍ୟ ପ୍ରଦେଶର ସାଗର ଜିଲ୍ଲା ଅନ୍ତର୍ଗତ ନାରୟୋଲି ପୁଲିସ ଥାନା ଅଧୀନସ୍ତ ସେମରା ଲହରିୟା ଗାଁରେ। ପ୍ରେମିକର ବୟସ ୨୫ ବର୍ଷ ଓ ପ୍ରେମିକାର ବୟସ ୨୩ ବର୍ଷ। ସାଗର ଜିଲ୍ଲା ପୁଲିସ ଅଧିକ୍ଷକ ଅତୁଲ ସିଂହ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଯୁବକର ମୃତ୍ୟୁକାଳୀନ ଜବାନବନ୍ଦି ଭିତ୍ତିରେ ଯୁବତୀ ଘରର ଚାରି ଜଣ ଲୋକଙ୍କୁ ଗିରଫ କରାଯାଇଛି। ଅଧିକ ଅନୁସନ୍ଧାନ ଅବ୍ୟାହତ ରହିଛି।

The post ପ୍ରେମିକକୁ ରାତିରେ ଡାକି ଜାଳିଦେଲେ, ପ୍ରେମିକା ବି ବଦଳିଗଲା appeared first on Odisha Reporter.



from Odisha Reporter https://ift.tt/3kk2Tfu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages