ଲାଗିଲା ଜିଏସ୍‌ଟି, ମହଙ୍ଗା ହେବ ଅନ୍‌ଲାଇନ୍‌ରେ ଖାଦ୍ୟ ମାଗାଇବା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 18, 2021

ଲାଗିଲା ଜିଏସ୍‌ଟି, ମହଙ୍ଗା ହେବ ଅନ୍‌ଲାଇନ୍‌ରେ ଖାଦ୍ୟ ମାଗାଇବା!

ନୂଆଦିଲ୍ଲୀ: ଘରେ ବସି ଅନ୍‌ଲାଇନ୍‌ରେ ଖାଦ୍ୟ ମଗାଉଛନ୍ତି କି? ଆପଣଙ୍କୁ ଏହା ପଡିପାରେ ମହଙ୍ଗା। ଆପଣଙ୍କ ପକେଟ୍‌ରୁ ଖର୍ଚ୍ଚ ହୋଇପାରେ ଅଧିକ ଟଙ୍କା। କାରଣ ଏବେ ଅନ୍‌ଲାଇନ୍ ଫୁଡ୍‌ ଡେଲିଭାରୀ ପ୍ଲାଟଫର୍ମ ଯେପରିକି ସ୍ୱିଗି, ଜୋମାଟୋ ଭଳି ସଂସ୍ଥାରୁ ଖାଦ୍ୟ ଅର୍ଡର କରିବା ମହଙ୍ଗା ହେବ। ସମସ୍ତ ଅନ୍‌ଲାଇନ୍‌ ଫୁଡ୍‌ ଡେଲିଭରୀ ଆପ୍‌ ଏବେ ୫ ପ୍ରତିଶତ ଜିଏସ୍‌ଟି ପରିସର ଭୁକ୍ତ ହୋଇଛି। ଶୁକ୍ରବାର ହୋଇଥିବା ଜିଏସ୍‌ଟି କାଉଂସିଲ୍‌ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ସେପଟେ ଏହି ନିଷ୍ପତ୍ତି ପରେ ସୋଶାଲ ମିଡିଆରେ ଅନେକ ୟୁଜର ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅନ୍‌ଲାଇନ୍‌ ଖାଦ୍ୟ ଅର୍ଡରରେ ଅଧିକ ଟଙ୍କା ଦେବାକୁ ପଡିବ ଭାବି ସେମାନେ ବିରକ୍ତି ପ୍ରକାଶ କରିଛନ୍ତି।

ସ୍ଵିଗି ଓ ଜୋମାଟା ପରି ଇ-କମର୍ସ ସଂସ୍ଥା ତାଙ୍କୁ ଖାଦ୍ୟ ଯୋଗାଉଥିବା ରେସ୍ତୋରାଁର ସର୍ଭିସ ଉପରେ ଜିଏସଟି ପୈଠ କରିବ। ଏ ପର୍ଯ୍ୟନ୍ତ ରେସ୍ତୋରାଁ ଦ୍ଵାରା ଇ-ଟ୍ୟାକ୍ସ ପୈଠ କରାଯାଉଥିଲା। ଏଥିରେ ଫୁଡ୍ ଡେଲିଭରି ଆପ୍‌ର କୌଣସି ସଂପର୍କ ନଥିଲା। ମାତ୍ର ଏବେ ଜୋମାଟୋ ଓ ସ୍ଵିଗି ପରି ଏଗ୍ରିଗେଟର ଏହି ଟ୍ୟାକ୍ସ ପୈଠ କରିବେ। ଏମିତିରେ ଏହି ଟ୍ୟାକ୍ସ ଗ୍ରାହକଙ୍କଠୁ ଆଦାୟ କରାଯାଇପାରେ। ହେଲେ ବିଶେଷଜ୍ଞଙ୍କ କହିବା କଥା ଏହା କୌଣସି ଅତିରିକ୍ତ ଟ୍ୟାକ୍ସ ନୁହେଁ। ଫୁଡ୍ ଡେଲିଭରି ଆପ୍ସ ଗ୍ରାହକଙ୍କ ଉପରେ ଏହି ବୋଝ ଲଦିବା ବଦଳରେ ନିଜେ ଏହାର ବହନ କରିବ ବୋଲି ଆଶା କରାଯାଇଛି।

ସେପଟେ ଖୁବଶୀଘ୍ର ସ୍ପଷ୍ଟ ହୋଇଯିବ ଯେ, ଏହି ପଦେକ୍ଷପ ଗ୍ରାହକଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। କାରଣ କୌଣସି ନୂତନ ଟ୍ୟାକ୍ସ ପ୍ରସ୍ତାବ ଦିଆଯାଇ ନାହିଁ କିମ୍ବା ଯୋଡା ଯାଇନାହିଁ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର କହିଥିଲେ, ଜୋମାଟୋ ଏବଂ ସ୍ୱିଗି ପରି ଇ-କମର୍ସ ଅପରେଟର ରେଷ୍ଟୁରାଣ୍ଟ ବଦଳରେ ଖାଦ୍ୟ ବିତରଣ ପାଇଁ ୫ ପ୍ରତିଶତ ଜିଏସ୍‌ଟି ସଂଗ୍ରହ ଏବଂ ଜମା କରିବାକୁ ପଡିବ। କାରଣ ଜୋମାଟୋ ଏବଂ ସ୍ୱିଗି ଭଳି ଫୁଡ୍‌ ଡେଲିଭରୀ ଆପ୍‌ ଟ୍ୟାକ୍ସ କଲେକ୍ସଟର୍ସ ଆଟ୍‌ ସୋର୍ସ ଭାବେ ରେଜିଷ୍ଟର ହୋଇଥିବାରୁ ସରକାର ଏଭଳି ନିଷ୍ପତି ନେଇଛନ୍ତି।

ଅନେକ ରେଷ୍ଟୁରାଣ୍ଟ ଏବଂ ଖାଦ୍ୟ ବିତରଣ କମ୍ପାନୀ ଜିଏସ୍‌ଟି ଫାଙ୍କୁଛନ୍ତି। ସେମାନେ ଜିଏସ୍‌ଟି ପୈଠ କରୁନାହାନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଥିବା ଅର୍ଥମନ୍ତ୍ରୀ କହିଛନ୍ତି।

The post ଲାଗିଲା ଜିଏସ୍‌ଟି, ମହଙ୍ଗା ହେବ ଅନ୍‌ଲାଇନ୍‌ରେ ଖାଦ୍ୟ ମାଗାଇବା! appeared first on Odisha Reporter.



from Odisha Reporter https://ift.tt/3nJNhE1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages