କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): କେନ୍ଦ୍ରାପଡ଼ା ଟାଉନ୍ ଅନ୍ତର୍ଗତ ମହିପାଳ ଛକରେ ଆଜି ଏକ ୧୦୮ ଆମ୍ବୁଲାନ୍ସରେ ନିଆଁ ଲାଗିଯାଇଥିଲା। ରାସ୍ତା ମଝିରେ ଆମ୍ବୁଲାନ୍ସଟି ହୁତୁହୁତୁ ହୋଇ ଜଳୁଥିବା ଦେଖିବାକୁ ମିଳିଥିଲା। ତେବେ ଗାଡ଼ିରେ ଥିବା ଡ୍ରାଇଭରଙ୍କ ସମେତ ଅନ୍ୟ ୨ ଆମ୍ବୁଲାନ୍ସ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସ୍ଥାନୀୟ ଲୋକଙ୍କ ସହାୟତାରେ ନିଆଁକୁ ଆୟତ୍ତ କରାଯାଇଥିଲା। ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ଼।
ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ଆମ୍ବୁଲାନ୍ସଟି କଟକ ବଡ଼ ମେଡିକାଲରେ ଜଣେ ରୋଗୀଙ୍କୁ ଛାଡ଼ି କେନ୍ଦ୍ରାପଡ଼ା ଅଭିମୁଖେ ଫେରୁଥିଲା। ଏହି ସମୟରେ ଆମ୍ବୁଲାନ୍ସରେ ନିଆଁ ଲାଗି ଯାଇଥିଲା। ଆମ୍ବୁଲାନ୍ସରୁ ଧୂଆଁ ବାହାରୁଥିବା ଦେଖି ଡ୍ରାଇଭରଙ୍କ ସମେତ ଆମ୍ବୁଲାନ୍ସ କର୍ମଚାରୀ ତଳକୁ ଡେଇଁ ପଡ଼ିଥିଲେ। ଫଳରେ ସେମାନେ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ।
କୌଣସି କାରଣରୁ ଆମ୍ବୁଲାନ୍ସ ବ୍ୟାଟେରୀରେ ସର୍ଟ ସର୍କିଟ ହେବା ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଆମ୍ବୁଲାନ୍ସରେ ଥିବା ଜିନିଷ ପତ୍ର ଗୁଡ଼ିକ ନଷ୍ଟ ହୋଇଯାଇଛି।
The post ଆମ୍ବୁଲାନ୍ସରେ ଲାଗିଲା ନିଆଁ appeared first on Odisha Reporter.
from Odisha Reporter https://ift.tt/3BZQZ0v
No comments:
Post a Comment