ନୂଆଦିଲ୍ଳୀ: ଟେଲିକମ୍ କମ୍ପାନୀ ବିଏସ୍ଏନ୍ଏଲ୍ ତା’ର ସମସ୍ତ ପ୍ରିପେଡ ମୋବାଇଲ୍ ପ୍ଲାନରେ ବଡ଼ ପରିବର୍ତ୍ତନ କରିଛି। କମ୍ପାନୀ ସାରା ଦେଶରେ ନିଜର ୧୪ଟି ପ୍ରିପେଡ୍ ପ୍ଲାନର ବେସ୍ ଟାରିଫ୍ ବଦଳାଇ ଦେଇଛି। କରାଯାଇଥିବା ପରିବର୍ତ୍ତନରେ ଭଏସ୍ କଲ୍, ଭିଡିଓ କଲ୍, SMS ଚାର୍ଜ, ଡାଟା ଚାର୍ଜ ଏବଂ ଭଏସ୍ SMS ଏବଂ ଡାଟା ସର୍ଭିସ ପାଇଁ ଇଣ୍ଟର ସର୍କଲ୍ ରୋମିଂ ଚାର୍ଜ ମଧ୍ୟ ସାମିଲ ଅଛି। ଟେକ୍ ୱେବସାଇଟ୍ keralatale.com ଦ୍ୱାରା ଏହି ସୂଚନା ପ୍ରକାଶ ପାଇଛି।
ରିପୋର୍ଟ ମୁତାବକ, ଯେଉଁ ପ୍ଲାନ୍ ଭାଉଚର୍ସରେ ପରିବର୍ତ୍ତନ ହୋଇଛି ସେଥିରେ, ୧୫୩, ୧୯୯, ୩୯୭, ୩୯୯, ୪୮୫, ୬୬୬, ୬୯୯, ୯୯୭, ୧୪୯୯, ୧୯୯୯, ୨୩୯୯ ଟଙ୍କାର ପ୍ଲାନରେ ୨୪୯ ଟଙ୍କାର ଫାଷ୍ଟ ରିଚାର୍ଜ କୁପନ ମଧ୍ୟ ସାମିଲ ଅଛି। ଏହି ୧୪ ଟି ପ୍ଲାନ ମଧ୍ୟରୁ ପ୍ଲାନ ଭାଉଚର ୯୯୭, ଯାହା ବର୍ତ୍ତମାନ ପ୍ରତି ମିନିଟ ଶୁଳ୍କରେ ଥିଲା ତାକୁ ସେକେଣ୍ଡରେ ରୂପାନ୍ତରିତ କରାଯାଇଥିବାବେଳେ ଅନ୍ୟ ସମସ୍ତ ଯୋଜନା ପ୍ରତି ମିନିଟ ବେସ୍ ଟାରିଫ୍ରେ ରହିବ।
କମ୍ପାନୀ ଯେଉଁ ପରିବର୍ତ୍ତନ କରିଛି ତାହା କେବଳ ବେସ୍ ଟାରିଫ୍ରେ ହିଁ ଲାଗୁ ହେବ। ଏହାର ଅର୍ଥ ପ୍ରିପେଡ୍ ପ୍ଲାନରେ ମିଳୁଥିବା କଲ୍, ଏସ୍ଏମ୍ଏସ୍, ଡାଟା ଲିମିଟ୍ ସରିବା ପରେ ଯେଉଁ ରିଚାର୍ଜ କରାଯାଇଥା’ନ୍ତି ସେଥିରେ ପରିବର୍ତ୍ତନ କରାଯାଇଛି।
ଏଥିସହ ବିଏସ୍ଏନ୍ଏଲ୍ ଆଉଟ୍ଗୋଇଂ SMS ସୁବିଧା ପାଇଁ ସର୍ବନିମ୍ନ ରିଚାର୍ଜ ସ୍ଥିତିକୁ ମଧ୍ୟ ବଦଳାଇ ଦେଇଛି, ଯାହା ସମଗ୍ର ଭାରତରେ ଥିବା ସମସ୍ତ ଉପଭୋକ୍ତା ଏବଂ ନୂତନ ପ୍ରିପେଡ୍ ମୋବାଇଲ୍ ଗ୍ରାହକଙ୍କ ପାଇଁ ପ୍ରଯୁଜ୍ୟ। ଏହି ପରିବର୍ତ୍ତନଗୁଡିକ ଆସନ୍ତା ୧୦ ଦିନ ମଧ୍ୟରେ କାର୍ଯ୍ୟକାରୀ ହେବ। ଅଧିକ ସୂଚନା ପାଇଁ ଆପଣ କମ୍ପାନୀର ୱେବସାଇଟକୁ ଲଗ୍ଇନ୍ କରି ଦେଖିପାରିବେ। ଏହାପର୍ବୂରୁ ବିଏସ୍ଏନ୍ଏଲ୍ ନିଜର ଶସ୍ତା ପ୍ଲାନ୍ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିଲା।
The post BSNLର ଟାରିଫ୍ ପ୍ଲାନରେ ବଡ଼ ପରିବର୍ତ୍ତନ appeared first on Odisha Reporter.
from Odisha Reporter https://ift.tt/3yPw4ee
No comments:
Post a Comment